ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ରାଜ୍ୟରେ ଖୋଲିବ ଆଉ ୨୫ ନୂଆ ଅବକାରୀ ଥାନା

0

ଭୁବନେଶ୍ୱର: ରାଜ୍ୟରେ ଖୋଲିବ ଆଉ ୨୫ ନୂଆ ଅବକାରୀ ଥାନା। ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ଏ ନେଇ ସବୁ ଅବକାରୀ ଅଧୀକ୍ଷକଙ୍କୁ ଚିଠି ହୋଇଛି। ଗଞ୍ଜାମ, ବ୍ରହ୍ମପୁରରେ ୩ଟି ଲେଖାଏଁ ଅବକାରୀ ଥାନା ଖୋଲିବ। ଏନେଇ ଅଧିକ ଆଲୋଚନା ପାଇଁ ସେପ୍ଟେମ୍ବର ୪ରେ ଅବକାରୀ ଥାନା ସମ୍ପର୍କିତ ଏକ ବୈଠକ ହେବ। ଦିନକୁ ଦିନ ନିଶା କାରବାର ଓ ମଦ ମାଫିଆଙ୍କ ବଢୁଥିବା ବିତ୍ପାତକୁ ନିୟନ୍ତ୍ରଣ କରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି ଅବକାରୀ ନିର୍ଦ୍ଦେଶାଳୟ ।

ନିଶା ଦୁର୍ନୀତିର ହଟସ୍ପଟ କୁହାଯାଉଥିବା ଗଞ୍ଜାମ, ବ୍ରହ୍ମପୁରରେ ୩ଟି ଲେଖାଏଁ ନୂଆ ଅବକାରୀ ଥାନା ଖୋଲିବ । କଟକ ଓ ମୟୂରଭଞ୍ଜରେ ଦୁଇଟି ଓ ଭୁବନେଶ୍ବରରେ ଗୋଟିଏ ଅବକା ରୀ ଥାନା ଖୋଲିବ । ଏନେଇ ସେପ୍ଟେମ୍ବର ୪ରେ ଅବକାରୀ ଥାନା ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହେବ ।
ସେହିପରି ରାଜ୍ୟରେ ଏବେ ବିଭିନ୍ନ ମଦ ଭାଟି ଉପରେ ଚଢାଉ ଜାରି ରହିଛି । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ବେଆଇନ ମଦ କାରବାର ନେଇ ମୋଟ ୨୮୭୮ଟି କେସ୍‌ ପଞ୍ଜିକୃତ ହେବା ସହ ୧୬୦୭ ଜଣଙ୍କୁ ଗିରଫ କରିଛି ଅବକାରୀ ପୋଲିସ୍ । ସେହିପରି ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧ ଲକ୍ଷ ୪୮ହଜାର ୨୨୫ ଲିଟର ବେଆଇନ ମଦ ଓ ୧୩ ଲକ୍ଷ ୬୯ ହଜାର ୩୮୦ କେଜି ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରାଯାଇଛି । ଏଥି ସହିତ ଏହି ବେଆଇନ କାରବାରରେ ବ୍ୟବହୃତ ୧୫୯ଟି ଗାଡ଼ିକୁ ଜବତ କରାଯାଇଛି ।

Leave A Reply

Your email address will not be published.