ପ୍ରମୁଖ ଖବର

ଯନ୍ତରମନ୍ତର ବିବାଦରେ ସୁପ୍ରିମକୋର୍ଟଙ୍କ ହସ୍ତକ୍ଷେପ, କେନ୍ଦ୍ର ଓ ଦିଲ୍ଲୀ ପୁଲିସକୁ ନୋଟିସ୍‌
ନଭେମ୍ବର ୧ରୁ କଲର ଆଇଡି ବାଧ୍ୟତାମୂଳକ, ଅଜଣା ନମ୍ବରରୁ କଲ୍‌ ଆସିଲେ ବି ଦେଖାଯିବ ନାଁ
ପାକିସ୍ତାନରେ ହୃଦୟବିଦାରକ ଦୁର୍ଘଟଣା: ସ୍କୁଲ୍‌ ଛାତ ଭୁଶୁଡ଼ି ୨୯ ମୃତ
କାଉଣ୍ଟର ଟିକେଟ୍‌ରେ ବୀମା ବାଧ୍ୟତାମୂଳକ, ରେଳବାଇକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ରାଜ୍ୟରେ ଖୋଲିବ ଆଉ ୨୫ ନୂଆ ଅବକାରୀ ଥାନା

0

ଭୁବନେଶ୍ୱର: ରାଜ୍ୟରେ ଖୋଲିବ ଆଉ ୨୫ ନୂଆ ଅବକାରୀ ଥାନା। ଅବକାରୀ ନିର୍ଦ୍ଦେଶାଳୟ ପକ୍ଷରୁ ଏ ନେଇ ସବୁ ଅବକାରୀ ଅଧୀକ୍ଷକଙ୍କୁ ଚିଠି ହୋଇଛି। ଗଞ୍ଜାମ, ବ୍ରହ୍ମପୁରରେ ୩ଟି ଲେଖାଏଁ ଅବକାରୀ ଥାନା ଖୋଲିବ। ଏନେଇ ଅଧିକ ଆଲୋଚନା ପାଇଁ ସେପ୍ଟେମ୍ବର ୪ରେ ଅବକାରୀ ଥାନା ସମ୍ପର୍କିତ ଏକ ବୈଠକ ହେବ। ଦିନକୁ ଦିନ ନିଶା କାରବାର ଓ ମଦ ମାଫିଆଙ୍କ ବଢୁଥିବା ବିତ୍ପାତକୁ ନିୟନ୍ତ୍ରଣ କରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି ଅବକାରୀ ନିର୍ଦ୍ଦେଶାଳୟ ।

ନିଶା ଦୁର୍ନୀତିର ହଟସ୍ପଟ କୁହାଯାଉଥିବା ଗଞ୍ଜାମ, ବ୍ରହ୍ମପୁରରେ ୩ଟି ଲେଖାଏଁ ନୂଆ ଅବକାରୀ ଥାନା ଖୋଲିବ । କଟକ ଓ ମୟୂରଭଞ୍ଜରେ ଦୁଇଟି ଓ ଭୁବନେଶ୍ବରରେ ଗୋଟିଏ ଅବକା ରୀ ଥାନା ଖୋଲିବ । ଏନେଇ ସେପ୍ଟେମ୍ବର ୪ରେ ଅବକାରୀ ଥାନା ସମ୍ପର୍କିତ ଏକ ବୈଠକ ଅନୁଷ୍ଠିତ ହେବ ।
ସେହିପରି ରାଜ୍ୟରେ ଏବେ ବିଭିନ୍ନ ମଦ ଭାଟି ଉପରେ ଚଢାଉ ଜାରି ରହିଛି । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ବେଆଇନ ମଦ କାରବାର ନେଇ ମୋଟ ୨୮୭୮ଟି କେସ୍‌ ପଞ୍ଜିକୃତ ହେବା ସହ ୧୬୦୭ ଜଣଙ୍କୁ ଗିରଫ କରିଛି ଅବକାରୀ ପୋଲିସ୍ । ସେହିପରି ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧ ଲକ୍ଷ ୪୮ହଜାର ୨୨୫ ଲିଟର ବେଆଇନ ମଦ ଓ ୧୩ ଲକ୍ଷ ୬୯ ହଜାର ୩୮୦ କେଜି ମଦ ପ୍ରସ୍ତୁତି ସାମଗ୍ରୀ ଜବତ କରାଯାଇଛି । ଏଥି ସହିତ ଏହି ବେଆଇନ କାରବାରରେ ବ୍ୟବହୃତ ୧୫୯ଟି ଗାଡ଼ିକୁ ଜବତ କରାଯାଇଛି ।

Leave A Reply

Your email address will not be published.