ପ୍ରମୁଖ ଖବର

୨୦୨୭ରେ ହେବାକୁ ଥିବା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ହୋଷ୍ଟ ଷ୍ଟେଟ୍ ଏଗ୍ରିମେଣ୍ଟ (HSA) ସ୍ୱାକ୍ଷରିତ
ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ, ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’
ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା
‘ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ
ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ, ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ପ୍ରତି ପଞ୍ଚାୟତରେ ହେବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ

0

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ବଡ ଘୋଷଣା କରିଛନ୍ତି। ଏଥର ପ୍ରତି ପଞ୍ଚାୟତରେ ହେବ ମଡେଲ ପ୍ରାଥମିକ ବିଦ୍ୟାଳୟ। ଏହାର ନାମ ରହିବ ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ। ପ୍ରାଥମିକ ସ୍କୁଲକୁ ସୁଦୃଢ଼ କରିବାକୁ ଏପରି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ଏମିତି ୫ଶହ ସ୍କୁଲ କରାଯିବ। ପରବର୍ତ୍ତୀ ପର୍ଯ୍ୟାୟରେ ସବୁ ପଞ୍ଚାତୟରେ ହେବ। ଏନେଇ ବଜେଟରେ ବ୍ୟବସ୍ଥା ହୋଇଥିବା ନେଇ ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ସ୍କୁଲରେ ଏମିତି ବ୍ୟବସ୍ଥା କରାଯିବ ଯେମିତି ପିଲାମାନେ ପ୍ରାଇଭେଟ ସ୍କୁଲକୁ ନଯାଇ ସମସ୍ତେ ଆସିବାକୁ ଇଚ୍ଛା ପ୍ରକାଶ କରିବେ।

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି, ବର୍ତ୍ତମାନ ସମୟରେ ସରକାରୀ ସ୍କୁଲରେ ପିଲା ସଂଖ୍ୟା କମୁଥିବାରୁ ସ୍କୁଲରେ ଏମିତି ବ୍ୟବସ୍ଥା କରାଯିବ ଯେମିତି ପିଲାମାନେ ଘରୋଇ ସ୍କୁଲକୁ ନଯାଇ ସମସ୍ତେ ଏହି ସ୍କୁଲକୁ ଆସିବାକୁ ଆଗ୍ରହ ପ୍ରକାଶ କରିବେ।

ଶିକ୍ଷା ବ୍ୟବସ୍ଥା ହେଉଛି ତ୍ରିଭୁଜ ସଦୃଶ। ତ୍ରିଭୁଜର ଛାତ୍ର, ଶିକ୍ଷକ ଏବଂ ଅଭିଭାବକ ହେଉଛନ୍ତି ଶିକ୍ଷା ବ୍ୟବସ୍ଥା ତ୍ରିଭୁଜର ତିନି ବାହୁ। ତିନି ବାହୁ ଏକାଠି କାର୍ଯ୍ୟ କଲେ ଶିଷ୍ୟର ଜୀବନ ସୁସଂଗଠିତ ହେବ। ଏହା ଦ୍ବାରା ବିକଶିତ ସମାଜ ଗଠନ ଧାରା ଉନ୍ନତ ହୋଇ ପାରିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ବାମୀ ବିବେକାନନ୍ଦ ମୋର ଆଦର୍ଶ। ସମାଜ ନିର୍ମାଣ, ସଂସ୍କାରରେ ଗୁରୁମାନଙ୍କ ଗୁରୁଭୂମିକା ରହିଛ। ଗୁରୁମାନଙ୍କୁ ସର୍ବଦା ଭକ୍ତିର ସହ ସ୍ମରଣ କରିବାକୁ ସେ ପରାମର୍ଶ ଦେଇଛନ୍ତି। ମୁଖମନ୍ତ୍ରୀକହିଛନ୍ତି, ବାପା, ମାଙ୍କ ପରେ ଗୁରୁ ହେଉଛନ୍ତି ଆମର ଆରାଧ୍ୟ ଦେବତା।

Leave A Reply

Your email address will not be published.