ପ୍ରମୁଖ ଖବର

କଂଗ୍ରେସ ନିଜ ବିଫଳତା ପାଇଁ ଦେଶକୁ ବଦନାମ କରୁଛି : ମୋଦୀ
ସଡ଼କ ଦୁର୍ଘଟଣାରେ ଓଡ଼ିଶାର ଦୁଇ ପ୍ରତିଭାବାନ ଯୁବ ଆଥଲେଟ୍‌ଙ୍କ ମୃତ୍ୟୁ
ଡ୍ରାଇଭିଂ ଲାଇସେନ୍ସ ପାଇଁ ୭୫% ନମ୍ବର ବାଧ୍ୟତାମୂଳକ କରିବାକୁ ପ୍ରସ୍ତାବ
ସାଉଦି ଏୟାରପୋର୍ଟରେ ମିସାଇଲ ମାଡ଼, ଜଣେ ଭାରତୀୟଙ୍କ ସମେତ ୨ ମୃତ
ଛତିଶଗଡ଼ରେ ଭୟଙ୍କର ବସ୍‌ ଦୁର୍ଘଟଣା, ୬ ମୃତ; ୩୦ରୁ ଅଧିକ ଆହତ
ଏସିଆନ୍ ପାରା ଗେମ୍ସରେ ଚମକିଲେ ଓଡ଼ିଆ ଝିଅ ଜୟନ୍ତୀ, ଜିତିଲେ ରୌପ୍ୟ
ଏବେ ଟ୍ରେନ୍‌ରେ ବସି ଅର୍ଡର କରିପାରିବେ ଆବଶ୍ୟକ ସାମଗ୍ରୀ, ବ୍ଲିଙ୍କିଟ୍‌ ସହ ରେଳବାଇର ସହଭାଗିତା
ଉତ୍ତରପ୍ରଦେଶରେ ଭାଜପାକୁ ଝଟ୍‌କା, ଦଳ ଛାଡ଼ିଲେ ପୂର୍ବତନ ବିଧାୟକ

ଜର୍ଜିଆ ହାଇସ୍କୁଲରେ ଶିକ୍ଷକ ଓ ସହପାଠୀଙ୍କୁ ଗୁଳିମାଡ

0

ଜର୍ଜିଆ: ଆମେରିକାର ଜର୍ଜିଆ ହାଇସ୍କୁଲରେ ଗୁଳିମାଡ଼। ଗୁଳିମାଡ଼ରେ ୪ ଜଣ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ୪ ମୃତକଙ୍କ ମଧ୍ୟରେ ୨ ଜଣ ଛାତ୍ର ଓ ୨ ଜଣ ଶିକ୍ଷକ ଅଛନ୍ତି। ଏହାସହ ପାଖାପାଖି ୯ ଜଣ ଗୁରୁତର ଥିବା କୁହାଯାଉଛି। ୯ ଗୁରୁତରଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଅଭିଯୁକ୍ତ ଜଣକ ସେହି ସ୍କୁଲର ଜଣେ ୧୪ ବର୍ଷର ବାଳକ। ସେ ସେହି ସ୍କୁଲରେ ହିଁ ପାଠ ପଢୁଥିଲା। ହଠାତ ଶ୍ରେଣୀଗୃହରେ ପଶି ଗୁଳି ଚଳାଇବା ଯୋଗୁ ଘଟଣାସ୍ଥଳରେ ହିଁ ୪ ଜଣଙ୍କର ମୃତ୍ୟୁ ହୋଇଛି। ଗୁଳିକାଣ୍ଡ ଘଟାଇଥିବା ସନ୍ଦିଗ୍ଧ ନାବାଳକକୁ ଅଟକ ରଖିଛି ପୋଲିସ ।

ସୂଚନା ଅନୁସାରେ, ଆମେରିକା ସ୍ଥିତ ଜର୍ଜିଆ ହାଇସ୍କୁଲରେ ହୋଇଛି ଆଖିବୁଜା ଗୁଳିମାଡ଼ ହୋଇଛି। ଏହି ଗୁଳିକାଣ୍ଡରେ ଫଳରେ ଟଳିପଡ଼ିଛନ୍ତି ଶିକ୍ଷକ ଓ ଛାତ୍ରଛାତ୍ରୀ। ଘଟଣାସ୍ଥଳରେ ବହୁ ସଂଖ୍ୟକ ପୋଲିସ ଏବଂ ଆମ୍ବୁଲାନ୍ସ ନିୟୋଜିତ କରାଯାଇଛି। ଏହି ଘଟଣା ପରେ ବିଦ୍ୟାଳୟର ଆଖପାଖ ଅଞ୍ଚଳକୁ ସୁରକ୍ଷିତ ରଖିବା ପାଇଁ ଆଇନ ପ୍ରଣୟନକାରୀ ସଂସ୍ଥା ପଠାଯାଇଛି। ଏହି ଘଟଣା ସମୟରେ ବିଦ୍ୟାଳୟରେ ପ୍ରାୟ ୧୯୦୦ ଛାତ୍ର ଉପସ୍ଥିତ ଥିଲେ। ଛାତ୍ରମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ଏବଂ ସେମାନଙ୍କ ଅଭିଭାବକଙ୍କୁ ଭେଟିବାକୁ ଅନୁମତି ଦିଆଯାଇଛି।

Leave A Reply

Your email address will not be published.