ପ୍ରମୁଖ ଖବର

୧୯ ତାରିଖରୁ ଆରମ୍ଭ ହେବ ହବିଷ୍ୟାଳୀ ପଞ୍ଜିକରଣ
ମୟୁରଭଞ୍ଜ: ୩୧ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିବା ଅଭିଯୋଗରେ ଶିକ୍ଷୟିତ୍ରୀ ନିଲମ୍ବିତ
ଗୁମା ଘାଟି ନିକଟରେ ତଳକୁ ଖସିଲା ବସ୍, ୮ ଯାତ୍ରୀ ଆହତ
ଶୁଭାରମ୍ଭ ହେଲା ସୁଭଦ୍ରା ଅଭିଯୋଗ ସମାଧାନ ମଡ୍ୟୁଲ
ନେପାଳରୁ ଯାଜପୁର ଫେରିଲେ ଓଡ଼ିଆ ପର୍ଯ୍ୟଟକ
ପୋଲିସ ଏନକାଉଣ୍ଟରରେ କୁଖ୍ୟାତ ମାଓବାଦୀ ନିହତ

ରାଜନୀତିରେ ପାଦ ଦେଲେ ରବୀନ୍ଦ୍ର ଜାଡେଜା

0

ନୂଆଦିଲ୍ଲୀ: ଟି-୨୦ କ୍ରିକେଟରୁ ଅବସର ନେଇ ସାରିଥିବା ଟିମ ଇଣ୍ଡିଆର ଷ୍ଟାର ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ତାଙ୍କର ନୂଆ ଇନିଂସ ଆରମ୍ଭ କରିଛନ୍ତି। ସେ ଏବେ ରାଜନୀତିରେ ପାଦ ଦେଇଛନ୍ତି। ଭାରତୀୟ କ୍ରିକେଟ୍‌ ଦଳର ତାରକା ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ବିଜେପିରେ ସାମିଲ ହୋଇଛନ୍ତି। ଜାମନଗର ବିଧାୟିକା ତଥା ଜାଡେଜାଙ୍କ ପତ୍ନୀ ରିଭାବା ଜାଡେଜା ଗୁରୁବାର ଏକ୍ସ ଜରିଆରେ ଏନେଇ ସୂଚନା ଦେଇଛନ୍ତି।
ରବୀନ୍ଦ୍ର ଜାଡେଜାଙ୍କ ପତ୍ନୀ ରିଭାବା ହେଉଛନ୍ତି ବିଜେପିର ଗୁଜରାଟ ବିଧାୟକ। ପୂର୍ବରୁ ଜାଡେଜାଙ୍କୁ ତାଙ୍କ ପତ୍ନୀ ରିବାବା ଜାଡେଜାଙ୍କ ସହ ଅନେକ ଥର ନିର୍ବାଚନ ପ୍ରଚାର କରୁଥିବା ଦେଖିବାକୁ ମିଳିଥିଲା। ଅନେକ ରୋଡ ଶୋ’ରେ ମଧ୍ୟ ଦେଖିବାକୁ ମିଳିଥିଲା । ତାଙ୍କ ପରେ ଏବେ ଜାଡେଜା ବିଜେପିର ସଦସ୍ୟତା ଗ୍ରହଣ କରିଛନ୍ତି।

Leave A Reply

Your email address will not be published.