ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

୭୦୦ ଫୁଟ ଘାଟିରୁ ଖସିଲା ସେନା ଟ୍ରକ, ୪ ଯବାନ ମୃତ

0

ସିକ୍କିମ: ସିକ୍କିମରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରତ-ଚାଇନା ସୀମା ନିକଟ ଉତ୍ତର ସିକ୍କିମରେ ସେନାଙ୍କର ଏକ ଟ୍ରକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି। ଏହି ଘଟଣାରେ ୪ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଏହି ଟ୍ରକ ରାସ୍ତାରୁ ଖସି ପ୍ରାୟ ୭୦୦ରୁ ୮୦୦ଫୁଟ ଗଭୀର ଖାଲରେ ଖସିପଡିଥିଲା।
ସୂଚନା ଅନୁଯାୟୀ, ଆଜି ସେନାର ଏକ ଗାଡ଼ି କିଛି ସୈନ୍ୟଙ୍କୁ ନେଇ ପଶ୍ଚିମବଙ୍ଗ ପେଡୋଙ୍ଗରୁ ସିକ୍କିମର ଜୁଲୁକ ଯାଉଥିଲା। ଏହି ସମୟରେ ସିକ୍କିମର ପାକିଙ୍ଗ ଜିଲ୍ଲାର ରେଶମ ମାର୍ଗରେ ଦୁର୍ଘଟଣା ହୋଇଥିଲା। ସିକ୍କିମର ରେନକ ରୋଙ୍ଗଲି ରାଜ୍ୟ ରାଜପଥରେ ଥିବା ଡାଲୋପଚାନ୍ଦ ଦାରା ନିକଟରେ ଏହି ଘଟଣା ଘଟିଛି। ବର୍ତ୍ତମାନ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସେନା ଅଧିକାରୀ ଏବଂ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉଦ୍ଧାର କାର୍ଯ୍ୟ ଚାଲିଛି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ଏହି ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଯେଉଁଥିରେ ମୃତକମାନେ ମଧ୍ୟପ୍ରଦେଶର ଡ୍ରାଇଭର ପ୍ରଦୀପ ପଟେଲ, ମଣିପୁରର ଶିଳ୍ପକାର ଡବ୍ଲୁ ପିଟର, ହରିୟାଣାର ନାୟକ ଗୁରୁସେଭ ସିଂ ଏବଂ ତାମିଲନାଡୁର ସୁବେଦାର କେ ଥାଙ୍ଗପଣ୍ଡି ବୋଲି ଜଣାପଡିଛି। ସେନା ଅଧିକାରୀ କହିଛନ୍ତି ଯେ ଡ୍ରାଇଭର ସମେତ ସମସ୍ତ ମୃତ ବ୍ୟକ୍ତି ପଶ୍ଚିମବଙ୍ଗର ବିନାଗୁରୀର ଏକ ୟୁନିଟର ସେନା କର୍ମଚାରୀ।

Leave A Reply

Your email address will not be published.