ପ୍ରମୁଖ ଖବର

ଗଜପତି: ମହୁମାଛି ଆକ୍ରମଣରେ ୩ ଶ୍ରଦ୍ଧାଳୁ ଗୁରୁତର, ୨୦ରୁ ଊର୍ଦ୍ଧ୍ୱ ଆହତ
ଏପ୍ରିଲ୍‌ ୧୫ ମଙ୍ଗଳବାର ଠାରୁ, ଓଡ଼ିଶାର ଉପକୂଳରେ ବାର୍ଷିକ ୬୦ ଦିନିଆ ଅର୍ଥାତ୍ ୨ ମାସିଆ ମାଛ ଧରିବା ନିଷେଧ
ଓଡ଼ିଶାର କାଗଜବିହୀନ ବିଧାନସଭା ପ୍ରକ୍ରିୟା ଅଧ୍ୟୟନ କରିବା ପାଇଁ ଦିଲ୍ଲୀ ବାଚସ୍ପତି ଭୁବନେଶ୍ୱର ଆସିବେ
ସନରାଇଜର୍ସ ହାଇଦ୍ରାବାଦ ଖେଳାଳି ଥିବା ପଞ୍ଚ ତାରକା ହୋଟେଲରେ ଅଗ୍ନିକାଣ୍ଡ
ପୁଣି ସଲମାନ ଖାନଙ୍କୁ ହତ୍ୟା ଧମକ
ତାରିଣୀ ମନ୍ଦିର ପାଇଁ ୨୧୫ କୋଟିର ଅନୁଦାନ ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ,ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ
୪ ଦିନ ଯାଏଁ କାଳବୈଶାଖୀ ପ୍ରଭାବ

୭୦୦ ଫୁଟ ଘାଟିରୁ ଖସିଲା ସେନା ଟ୍ରକ, ୪ ଯବାନ ମୃତ

0

ସିକ୍କିମ: ସିକ୍କିମରେ ସେନା ଗାଡ଼ି ଦୁର୍ଘଟଣାଗ୍ରସ୍ତ ହୋଇଛି। ଭାରତ-ଚାଇନା ସୀମା ନିକଟ ଉତ୍ତର ସିକ୍କିମରେ ସେନାଙ୍କର ଏକ ଟ୍ରକ ଭୟଙ୍କର ସଡ଼କ ଦୁର୍ଘଟଣା ହୋଇଛି। ଏହି ଘଟଣାରେ ୪ଜଣ ଯବାନଙ୍କ ମୃତ୍ୟୁ ଘଟିଛି। ଏହି ଟ୍ରକ ରାସ୍ତାରୁ ଖସି ପ୍ରାୟ ୭୦୦ରୁ ୮୦୦ଫୁଟ ଗଭୀର ଖାଲରେ ଖସିପଡିଥିଲା।
ସୂଚନା ଅନୁଯାୟୀ, ଆଜି ସେନାର ଏକ ଗାଡ଼ି କିଛି ସୈନ୍ୟଙ୍କୁ ନେଇ ପଶ୍ଚିମବଙ୍ଗ ପେଡୋଙ୍ଗରୁ ସିକ୍କିମର ଜୁଲୁକ ଯାଉଥିଲା। ଏହି ସମୟରେ ସିକ୍କିମର ପାକିଙ୍ଗ ଜିଲ୍ଲାର ରେଶମ ମାର୍ଗରେ ଦୁର୍ଘଟଣା ହୋଇଥିଲା। ସିକ୍କିମର ରେନକ ରୋଙ୍ଗଲି ରାଜ୍ୟ ରାଜପଥରେ ଥିବା ଡାଲୋପଚାନ୍ଦ ଦାରା ନିକଟରେ ଏହି ଘଟଣା ଘଟିଛି। ବର୍ତ୍ତମାନ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ମାତ୍ରେ ସେନା ଅଧିକାରୀ ଏବଂ ପୋଲିସ ଟିମ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ଉଦ୍ଧାର କାର୍ଯ୍ୟ ଚାଲିଛି। ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ।

ଏହି ଦୁର୍ଘଟଣାରେ ମୃତ ବ୍ୟକ୍ତିଙ୍କୁ ଚିହ୍ନଟ କରାଯାଇଛି। ଯେଉଁଥିରେ ମୃତକମାନେ ମଧ୍ୟପ୍ରଦେଶର ଡ୍ରାଇଭର ପ୍ରଦୀପ ପଟେଲ, ମଣିପୁରର ଶିଳ୍ପକାର ଡବ୍ଲୁ ପିଟର, ହରିୟାଣାର ନାୟକ ଗୁରୁସେଭ ସିଂ ଏବଂ ତାମିଲନାଡୁର ସୁବେଦାର କେ ଥାଙ୍ଗପଣ୍ଡି ବୋଲି ଜଣାପଡିଛି। ସେନା ଅଧିକାରୀ କହିଛନ୍ତି ଯେ ଡ୍ରାଇଭର ସମେତ ସମସ୍ତ ମୃତ ବ୍ୟକ୍ତି ପଶ୍ଚିମବଙ୍ଗର ବିନାଗୁରୀର ଏକ ୟୁନିଟର ସେନା କର୍ମଚାରୀ।

Leave A Reply

Your email address will not be published.