ପ୍ରମୁଖ ଖବର

୨୮ରୁ ବ୍ୟାଙ୍କ ଧର୍ମଘଟ, ୫ ଦିନ ପ୍ରଭାବିତ ହୋଇପାରେ ସେବା
ଅନନ୍ତ ନାଗଙ୍କୁ ଫାଲକେ ସମ୍ମାନ
ଦିଲ୍ଲୀ SIR: ନିୟମ ସ୍ପଷ୍ଟ କଲେ ମୁଖ୍ୟ ନିର୍ବାଚନ ଅଧିକାରୀ
୭୦୦ ଗ୍ରାମ୍‌ ଓଜନ ପାଇଁ ଅଟକିଲା ଗୋଲ୍ଡ ସ୍ୱପ୍ନ, ସୁଚିକାଙ୍କୁ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ
ଫ୍ଲାଇଟ୍‌ ଟ୍ରେନିଂ ବେଳେ ବିମାନ ଦୁର୍ଘଟଣା, ୨ ଭାରତୀୟ ଛାତ୍ର ମୃତ
ଆଇଆଇଟି ଛାତ୍ର ମୃତ୍ୟୁ ଘଟଣା: ଡିନ୍‌ ପଦରୁ ନିଲମ୍ବିତ ପ୍ରଫେସର ସୂର୍ଯ୍ୟନାରାୟଣ ଡୁଲ୍ଲା
ଚୀନ୍‌ର କପଡ଼ା କାରଖାନାରେ ଭୟଙ୍କର ନିଆଁ, ୮ ଜଣ ଜୀବନ୍ତ ଦଗ୍ଧ
କେରଳରେ ବର୍ଷା ବିତ୍ପାତ, ୯ ମୃତ; ୬ ଜିଲ୍ଲାକୁ ଅରେଞ୍ଜ୍‌ ଆଲର୍ଟ

ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେଲେ ସଞ୍ଜୟ ରାଉତ

0

ମୁମ୍ବାଇ: ମାନହାନି ମୋକଦ୍ଦମା ମାମଲାରେ ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ସଞ୍ଜୟ ରାଉତଙ୍କୁ ୧୫ ଦିନ ଜେଲ ସହ ୨୫ ହଜାର ଜରିମାନା କରାଯାଇଛି। ସଞ୍ଜୟଙ୍କୁ ଏହି ଜେଲ ଦଣ୍ଡାଦେଶ କରିଛନ୍ତି ମୁମ୍ବାଇ ମେଟ୍ରୋପଲିଟାନ କୋର୍ଟ। ଭାଜପା ନେତା କିରିଟ ସୋମାୟାଙ୍କ ସ୍ତ୍ରୀ ଏଫ୍‌ଆଇଆର ଦାଖଲ କରିଥିଲେ। ଏହି ରାୟ ପରେ ସଞ୍ଜୟ ରାଉତ ଜେଲ ଯିବା ସ୍ପଷ୍ଟ ହୋଇଛି।

ସୂଚନା ଅନୁସାରେ ବିଜେପି ନେତା କିରୀଟ ସୋମାୟାଙ୍କ ପତ୍ନୀ ମେଧା କିରିଟ ସଞ୍ଜୟଙ୍କ ବିରୋଧରେ ମାନହାନୀ ମାମଲା ଦାୟର କରିଥିଲେ। ସଞ୍ଜୟ ମେଧାଙ୍କ ବିରୋଧରେ ଶୌଚାଳୟ ନିର୍ମାଣରେ ୧୦୦କୋଟିର ଦୁର୍ନୀତି ହୋଇଥିବା ଅଭିଯୋଗ ଆଣିଥିଲେ। ସଞ୍ଜୟ ଅଭିଯୋଗ କରିଥିଲେ ମୁମ୍ବାଇର ମୀରା ଭାୟନ୍ଦର ଅଞ୍ଚଳରେ ଶୌଚାଳୟ ନିର୍ମାଣରେ ୧୦୦କୋଟିର ଦୁର୍ନୀତିରେ ବିଜେପି ନେତା କିରିଟ ସୋମାୟା ଏବଂ ତାଙ୍କ ପତ୍ନୀ ମେଧା କିରିଟଙ୍କ ଏନଜିଓ ସମ୍ପୃକ୍ତି ରହିଥିଲା। ଏହି ଅଭିଯୋଗକୁ ଭିତ୍ତିହୀନ କହିବା ସହ ଖଣ୍ଡନ କରିଥିଲେ ବିଜେପି ନେତା। ଏହାପରେ ସଞ୍ଜୟଙ୍କ ବିରୋଧରେ ମାନହାନୀ ମୋକଦ୍ଦମା ଦାୟର କରିଥିଲେ। ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ ରାଜ୍ୟ ସଭା ଏମ୍‌ପି ସଞ୍ଜୟ ରାଉତଙ୍କୁ ଭାରତୀୟ ଦଣ୍ଡ ସଂହିତାର ଧାରା ୫୦୦ ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ତାଙ୍କ ଉପରେ ୨୫,୦୦୦ ଟଙ୍କା ଜରିମାନା ମଧ୍ୟ ଲଗାଇଛନ୍ତି।

Leave A Reply

Your email address will not be published.