ପ୍ରମୁଖ ଖବର

ହର୍ମୁଜ ପ୍ରଣାଳୀକୁ ପୁନଃ ଖୋଲିବା ପାଇଁ ମିଶିଲେ ୩୫ ରାଷ୍ଟ୍ର
ଉଲ୍ଲେଖନୀୟ ସେବା ପାଇଁ ୭୮ ଜଣ ପୋଲିସ କର୍ମଚାରୀଙ୍କୁ ଡିଜିପି ପଦକ
ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଯୋଗେଶ ବାହାଦୁର ଖୁରାନିଆ କାର୍ଯ୍ୟକ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ଏହି ପଦକ ପ୍ରଦାନ କରିଥିଲେ
ଆରମ୍ଭ ହେଲା ଡିଜିଟାଲ ଜନଗଣନା ୨୦୨୭
ଭୁବନେଶ୍ୱରରେ ଆରମ୍ଭ ହେଲା ଭିସା ସେବା କେନ୍ଦ୍ର
ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ୍ ପାରିତ
ଆଜି ଉତ୍କଳ ଦିବସ: ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ

ପ୍ରତ୍ୟେକ ବନ୍ୟା ପୀଡିତଙ୍କୁ ୭ ହଜାର

0

ବିହାର: ବିହାର ବନ୍ୟା ପୀଡିତଙ୍କ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନୀତୀଶ କୁମାର। ସେ କହିଛନ୍ତି, ବନ୍ୟା ପୀଡିତଙ୍କୁ ପ୍ରତ୍ୟେକଙ୍କୁ ୭ ହଜାର ଟଙ୍କା ଦିଆଯିବ। ଶୁକ୍ରବାର ଅପରାହ୍ନରେ ସେ ଦରଭଙ୍ଗାସ୍ଥିତ ଇନଡୋର ଷ୍ଟାଡିୟମରେ ବନ୍ୟା ପୀଡିତଙ୍କ ପାଇଁ ପ୍ରସ୍ତୁତ ଖାଦ୍ୟ ପ୍ୟାକେଟଗୁଡ଼ିକ ଯାଞ୍ଚ୍‌ କରିଥିଲେ ଏବଂ ବର୍ତ୍ତମାନର ଜିଲା ମାଜିଷ୍ଟ୍ରେଟଙ୍କ ସମେତ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶନାମା ଜାରି କରିଥିଲେ। ବନ୍ୟା ପୀଡିତଙ୍କୁ ଯଥାଶୀଘ୍ର ରିଲିଫ ସାମଗ୍ରୀ ଯୋଗାଇବାକୁ ସେ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ବିଜୟା ଦଶମୀ ପୂର୍ବରୁ ବନ୍ୟା ପୀଡିତଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସହାୟତା ରାଶି ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।
ଇନଡୋର ଷ୍ଟାଡିୟମର ଖାଦ୍ୟ ପ୍ୟାକେଜିଂର ଯାଞ୍ଚ୍‌ କରିବା ପରେ ମୁଖ୍ୟମନ୍ତ୍ରୀ କିରାଟପୁର କୁଶେଶ୍ୱରସ୍ଥାନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବାକୁ ବାହାରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ବିହାର ସାମାଜିକ କଲ୍ୟାଣ ମନ୍ତ୍ରୀ ମଦନ ସାହାନି ମଧ୍ୟ ବନ୍ୟା ପୀଡିତଙ୍କୁ ୭ ହଜାର ଟଙ୍କା ଦେବାକୁ କହିଛନ୍ତି। ଏହି ଟଙ୍କା ଦୁର୍ଗା ପୂଜା ପୂର୍ବରୁ ଅକ୍ଟୋବର ୯ ସୁଦ୍ଧା ପୀଡିତଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଯିବ। ପ୍ରାୟ ୫୦ ହଜାର ପୀଡିତଙ୍କୁ ୭ ହଜାର ଟଙ୍କା ପଠାଯିବ।

Leave A Reply

Your email address will not be published.