ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ପାର୍କିଂକୁ ନେଇ ଅଟୋ ଡ୍ରାଇଭରଙ୍କ ବେକ କାଟିଦେଲେ ୨ ଯୁବକ

0

ମଧୁପାଟଣା: ଅଟୋ ପାର୍କିଂକୁ ନେଇ ୨ ଜଣ ମଦ୍ୟପ ଅଟୋ ଡ୍ରାଇଭରଙ୍କ ବେକ କାଟିଦେଇଛନ୍ତି। ଆଜି ସନ୍ଧ୍ୟା ବେଳେ ଏପରି ଘଟଣା କଟକ ମଧୁପାଟଣା ଥାନା ଲିଙ୍କରୋଡ୍‌ ଅଞ୍ଚଳରେ ଘଟିଛି। ଆହତ ଡ୍ରାଇଭରଙ୍କୁ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଥିବା ବେଳେ ମଧୁପାଟଣା ଥାନା ପୋଲିସ ଘଟଣାର ତଦନ୍ତ ଚଳାଇଛି। ଆହତ ଅଟୋ ଚାଳକ ଜଣକ ୪୨ ମୌଜା ଆବୁ ରସିର ଖାନ୍‌ ବୋଲି ଜଣାଯାଇଛି।

ଆଜି ସନ୍ଧ୍ୟା ସମୟରେ ମଧୁପାଟଣା ଛକରେ ଅଟୋ ଚାଳକ ଯାତ୍ରୀଙ୍କୁ ଅପେକ୍ଷା କରିଥିବା ବେଳେ ୨ ଜଣ ମଦୁଆ ସେଠାରେ ପହଞ୍ଚି ଥିଲେ। ଅପରାହ୍ନରେ ପ୍ରବଳ ବର୍ଷା ହେଉଥିବା ଯୋଗୁଁ ଅଟୋ ଚାଳକ ଜଣକ ଲିଙ୍କ ରୋଡ୍‌ ଓଭରବ୍ରିଜ ତଳେ ଯାତ୍ରୀଙ୍କୁ ଅପେକ୍ଷା କରିଥିଲେ । ଯୁବକଦ୍ୱୟ ଅଟୋ ଚାଳକଙ୍କୁ ଆଗକୁ ଯାଅ ବୋଲି କହିଥିଲେ। ଯୁବକଙ୍କ ଏପରି କଥାରେ ଅଟୋ ଚାଳକ ଆଗକୁ ଯିବାକୁ ମନା କରିଥିଲେ। ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହୋଇଥିଲା।

ଏହାପରେ ସେମାନେ ଏକ ଧାରୁଆ ଅସ୍ତ୍ରରେ ଅଟୋ ଚାଳକଙ୍କ ବେକକୁ କାଟି ଦେଇଥିଲେ। ଚିତ୍କାର ଶୁଣି ଅଟୋ ଚାଳକମାନେ ଆସିବାରୁ ଦୁଇ ମଦୁଆ ସେଠାରୁ ଖସି ଚାଲିଯାଇଥିଲେ । ସିଟି ହସ୍ପିଟାଲ୍‌ରେ ଆହତ ଚାଳକଙ୍କ ଚିକିତ୍ସା ଚାଲିଛି। ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ରହିଥିବା ଜଣାପଡ଼ିଛି। ମଧୁପାଟଣା ଥାନା ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ଦୁଇ ମଦ୍ୟପ ସ୍ଥାନୀୟ ଅଞ୍ଚଳର ହୋଇଥିବା ଅନୁମାନ କରାଯାଉଛି।

Leave A Reply

Your email address will not be published.