ପ୍ରମୁଖ ଖବର

ପଦ୍ମପୁରର ପୂର୍ବତନ ବିଧାୟକ ସତ୍ୟ ଭୂଷଣ ସାହୁଙ୍କ ପରଲୋକ
ରକ୍ଷାବନ୍ଧନରେ ମହିଳାଙ୍କୁ ମାଗଣା ଆମ ବସ୍‌ ଯାତ୍ରା
ଏବେ ୩୫ ଟଙ୍କାରେ ମିଳିବ ପିଆଜ, ମହଙ୍ଗା ଦରକୁ ରୋକିବ କେନ୍ଦ୍ର
ନେପାଳରେ ହଠାତ୍ ବନ୍ୟା: ୭ ମୃତ, ୩୮୪ ନିଖୋଜ

ଲାଞ୍ଚ ନେଇ ଧରାପଡିଲେ ଏସସିବିର ଡାଟା ଏଣ୍ଟ୍ରି ଅପରେଟର

0

କଟକ: କଟକ ଏସସିବିରେ ଭିଜିଲାନ୍ସ ଟିମ୍‌। ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ଡାଟା ଏଣ୍ଟ୍ରି ଅପରେଟର ସ୍ମୃତି ରଞ୍ଜନ ସାହୁ। ସେ ଜଣେ ରୋଗୀଙ୍କ ପୁଅ ଠାରୁ ୨ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ମାଡି ବସିଲା ଭିଜିଲାନ୍ସ।

ସ୍ମୃତିରଞ୍ଜନ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ହେପାଟୋଲୋଜି ବିଭାଗରେ ଡାଟା ଏଣ୍ଟ୍ରି ଅପରେଟର ଭାବରେ କାର୍ଯ୍ୟ କରୁଥିଲେ। ସେ ‘ହେପାଟାଇଟିସ୍-ସି’ ଚିକିତ୍ସା ଆଳରେ ମାଗଣା ଔଷଧ ପାଇଁ ଜଣେ ରୋଗୀଙ୍କ ପୁଅଙ୍କ ଠାରୁ ଦୁଇ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏନେଇ ଉକ୍ତ ବ୍ୟକ୍ତି ଜଣକ ପୂର୍ବରୁ ଭିଜିଲାନ୍ସ ଟିମ୍କୁ ଜଣାଇଥିଲେ।

ପୂର୍ବ ଯୋଜନା ମୁତାବକ, ଡାଟା ଏଣ୍ଟ୍ରି ଅପରେଟର ଜଣକ ଲାଞ୍ଚ ନେଉଥିବାବେଳେ, ଧରିଥିଲା ଭିଜିଲାନ୍ସ ବିଭାଗ। ଏନେଇ କଟକ ଭିଜିଲାନ୍ସ ପକ୍ଷରୁ ୩୦/୨୪ରେ ଏକ ମାମଲା ରୁଜୁ ହୋଇଛି। ସ୍ମୃତି ରଞ୍ଜନଙ୍କ ଦୁଇଟି ବାସସ୍ଥାନରେ ଚଢାଉ ଜାରି ରହିଛି। ଏଥିସହ ଅଧିକ ତଦନ୍ତ ଚାଲିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ରହିଛି।

Leave A Reply

Your email address will not be published.