ପ୍ରମୁଖ ଖବର

ରାଜ୍ୟ ସରକାରଙ୍କ ବଡ଼ ନିଷ୍ପତ୍ତି: ସରକାରୀ ଅଫିସ୍‌ରେ ସିଙ୍ଗଲ ୟୁଜ୍‌ ପ୍ଲାଷ୍ଟିକ ବ୍ୟବହାର ମନା
ଇତିହାସ ରଚିଲା ଇସ୍ରୋ; ସଫଳତାର ସହ ଲଞ୍ଚ ହେଲା ବିଶ୍ବର ମହଙ୍ଗା ସାଟେଲାଇଟ୍‌ ‘ନିସାର’
ରୁଷର କାମଚଟକା ଉପଦ୍ୱୀପରେ ୮.୮ ତୀବ୍ରତାର ଏକ ସୁପରପାୱାର ଭୂମିକମ୍ପ ଅନୁଭୂତ
ଜମ୍ମୁକାଶ୍ମୀରରେ ଏନ୍‌କାଉଣ୍ଟର; ୨ ଆତଙ୍କବାଦୀ ନିପାତ
ଓଟିଇଟି ପ୍ରଶ୍ନପତ୍ର ଲିକ୍‌ ଘଟଣାରେ ୬ ଜଣ ଡାଟା ଏଣ୍ଟ୍ରି ଅପେରଟର ଗିରଫ
ଡାକ ବିଭାଗର ବଡ ନିଷ୍ପତ୍ତି, ସେପ୍ଟେମ୍ବର ୧ରୁ ବନ୍ଦ ହେବ ରେଜିଷ୍ଟର୍ଡ ପୋଷ୍ଟ
ଜମ୍ମୁକାଶ୍ମୀର: ନଦୀକୁ ଖସିଲା ସୁରକ୍ଷା କର୍ମୀଙ୍କୁ ନେଇ ଯାଉଥିବା ବସ୍

ମୁମ୍ବାଇରେ ଟୋଲ ଫି ହେଲା ମାଗଣା

0

ମହାରାଷ୍ଟ୍ର: ବିଧାନସଭା ନିର୍ବାଚନ ପୂର୍ବରୁ ମହାରାଷ୍ଟ୍ରର ସିନ୍ଦେ କ୍ୟାବିନେଟ୍ ଏକ ବଡ଼ ଘୋଷଣା କରିଛନ୍ତି। ମହାରାଷ୍ଟ୍ର ସରକାର ମୁମ୍ବାଇରେ ପ୍ରବେଶ କରୁଥିବା ସମସ୍ତ ପାଞ୍ଚଟି ଟୋଲ ବୁଥରେ ଲାଇଟ ମୋଟର ଯାନ ପାଇଁ ଟୋଲ ଫି ସମ୍ପୂର୍ଣ୍ଣ ଛାଡ ଘୋଷଣା କରିଛନ୍ତି। ଏହି ନିୟମ ସୋମବାର ରାତି ୧୨ ଟାରୁ କାର୍ଯ୍ୟକାରୀ ହେବ। ଏହି ଘୋଷଣା ପରେ ଛୋଟ ଯାନବାହନକୁ ସମସ୍ତ ପାଞ୍ଚ ଟୋଲ ବୁଥରେ କୌଣସି ଟୋଲ ଦେବାକୁ ପଡ଼ିବ ନାହିଁ। ମୁମ୍ବାଇର ପ୍ରବେଶ ପଏଣ୍ଟରେ ଏହି ପାଞ୍ଚଟି ଟୋଲ୍ ବୁଥ୍ ରହିଛି।

ମହାରାଷ୍ଟ୍ର ମନ୍ତ୍ରୀ ଦାଦାଜୀ ଦଗଡୁ ଭୁସେ କୁହନ୍ତି, “ମୁମ୍ବାଇରେ ପ୍ରବେଶ ସମୟରେ ଡାହିସର ଟୋଲ, ଆନନ୍ଦ ନାଗର ଟୋଲ, ବୈଶାଳୀ, ଏୟାରୋଲି ଏବଂ ମୁଲୁଣ୍ଡ ସମେତ ୫ ଟି ଟୋଲ ପ୍ଲାଜା ରହିଛି। ଏହି ଟୋଲଗୁଡିକ ୪୫ ଏବଂ ୭୫ ଟଙ୍କା ଆଦାୟ କରାଯାଉଥିଲା, ଯାହା ୨୦୨୬ ପର୍ୟ୍ୟନ୍ତ ଆଦାୟ ହୋଇଥାନ୍ତା। ଏହି ସ୍ଥାନ ମାନଙ୍କରେ ପ୍ରାୟ ୩.୫ ଲକ୍ଷ ଯାନବାହନ ଚଳାଚଳ କରେ। ସେଥିମଧ୍ୟରୁ ୨.୮୦ ଲକ୍ଷ ହାଲୁକା ଯାନ ଥିଲା। ତେଣୁ ସୋମବାର ସରକାର ଲାଇଟ ଗାଡିଗୁଡ଼ିକୁ ଟୋଲରୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି।

Leave A Reply

Your email address will not be published.