ପ୍ରମୁଖ ଖବର

ଏସ୍‌ଆଇ ପରୀକ୍ଷା ଘୋଟାଲା: ୧୧୯ ଜଣଙ୍କ ଜାମିନ୍ ଆବେଦନ ଖାରଜ
ଆଇପିଏସ୍‍ ଅଧିକାରୀ ଆତ୍ମହତ୍ୟା ମାମଲା, ଘରୁ ମିଳିଲା ୮ ପୃଷ୍ଠାର ସୁଇସାଇଡ୍ ନୋଟ
ରସାୟନ ବିଜ୍ଞାନରେ ନୋବେଲ ପାଇଁ ୩ ବୈଜ୍ଞାନିକଙ୍କ ନାମ ଘୋଷଣା
ଗ୍ରାନାଇଟ୍ ଖାଦାନରେ ବିସ୍ଫୋରଣ, ୩ ଶ୍ରମିକ ମୃତ
ଭିଜିଲାନ୍ସ ଜାଲରେ ଓଏଏସ୍‌ ଅଧିକାରୀ

ବଦଳିବ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାର ନାମ

0

ଭୁବନେଶ୍ବର: ବଦଳିବ ‘ଆମ ଓଡ଼ିଶା, ନବୀନ ଓଡ଼ିଶା’ ଯୋଜନାର ନାମ। ନୂଆ ନାମ ହେବ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ।ପୁଣି ନବୀନଙ୍କ ଆଉ ଏକ ଛାପ ବଦଳିବାକୁ ଯାଉଛି। ପୂର୍ବ ସରକାରର ବହୁ ଚର୍ଚ୍ଚିତ ଯୋଜନା ‘ଆମ ଓଡିଶା, ନବୀନ ଓଡିଶା’ର ନାଁ ବଦଳିବାକୁ ଯାଉଛି। ଏନେଇ ସୂଚନା ଦେଇଛନ୍ତି ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ।

ଏହାକୁ ନେଇ ମନ୍ତ୍ରୀ କହିଛନ୍ତି, ‘ଆମ ଓଡିଶା, ନବୀନ ଓଡିଶା’ ନାଁ ବଦଳିବ। ଏହାର ପରିବର୍ତ୍ତେ ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ନାଁ ରହିବ। ଏଥିପାଇଁ ସରକାର ୨ ଦିନ ଭିତରେ ଗାଇଡ୍‌ଲାଇନ୍ ଆଣୁଛନ୍ତି। ଏଥିସହିତ ଗାଁ ଏବଂ ପଞ୍ଚାୟତମାନଙ୍କରେ ପଲ୍ଲୀସଭାକୁ ଗୁରୁତ୍ୱ ଦିଆଯିବ। ପଞ୍ଚାୟତ ପ୍ରତିନିଧିଙ୍କୁ କ୍ଷମତା ମିଳିବ। ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଅଧିନରେ କୌଣସି କାମ ଆରମ୍ଭ ହେବା ପୂର୍ବରୁ ଲୋକଙ୍କ ପ୍ରସ୍ତାବ ଅନୁସାରେ ଗାଁର ବିକାଶ ହେବ ବୋଲି ମତ ରଖିଛନ୍ତି ମନ୍ତ୍ରୀ।

Leave A Reply

Your email address will not be published.