ପ୍ରମୁଖ ଖବର

ତାମିଲନାଡୁ କ୍ୟାବିନେଟରେ ବିଭାଗ ବଣ୍ଟନ କଲେ ସିଏମ୍ ବିଜୟ
ନିଟ୍ ପ୍ରଶ୍ନପତ୍ର ଲିକ୍ ମାମଲା: ପୁଣେର ଶିକ୍ଷୟିତ୍ରୀ ଗିରଫ
ମେ’ ୨୨ରେ ମୋଦିଙ୍କୁ ଭେଟିବେ ତାମିଳନାଡୁ ମୁଖ୍ୟମନ୍ତ୍ରୀ ବିଜୟ
ତରଭୁଜ ଖାଇ ପରିବାରର ୫ ଅସୁସ୍ଥ, ଚିକିତ୍ସାଧୀନ ଅବସ୍ଥାରେ ନାବାଳକଙ୍କ ମୃତ୍ୟୁ
ନାବାଳିକା ନିର୍ଯାତନା ମାମଲାରେ ଗିରଫ ହେବେ ବିଜେପି ମନ୍ତ୍ରୀ ସଞ୍ଜୟ ଙ୍କପୁଅ
ରାଜ୍ୟରେ ନାହିଁ ତୈଳ ସଙ୍କଟ : ଆଇଓସିଏଲ୍
ଓସିଏସ୍ ପ୍ରାରମ୍ଭିକ ପରୀକ୍ଷା ଜୁନ୍ ୭ରେ ହେବ

ଜାନୁଆରୀ ୧ରୁ ହେବ ରାଜ୍ୟରେ ଜନଗଣନା

0

ଭୁବନେଶ୍ବର: ଜାନୁଆରୀ ୧ରୁ ରାଜ୍ୟରେ ହେବ ଆରମ୍ଭ ହେବ ଜନଗଣନା। ଏନେଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ। ଏଥିସହ ସେ କହିଛନ୍ତି ଯେ, ଯଥାଶୀଘ୍ର ସବୁ ପ୍ରସ୍ତାବ କାମ ଶେଷ କରି ବିଭାଗକୁ ପଠାଇବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜସ୍ୱ ମନ୍ତ୍ରୀଙ୍କ ସୂଚନା ମୁତାବକ, ବଦଳିବ ରିଲିଫ୍ କୋର୍ଡ। କାହିଁକି ନା ରିଲିଫ୍ ହେଉଛି ଏକ ଦୟାର ଶବ୍ଦ। ତେଣୁ ଆଉ ଦୟା ନୁହେଁ, ଏଥର ଲୋକଙ୍କୁ ମିଳିବ ଲୋକଙ୍କ ଅଧିକାର। ରିଲିଫ୍ କୋର୍ଡ, ଅଧିକାର ଆଇନରେ ପରିଣତ ହେବ ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ ଯେ, ୨୦୨୧ରେ ଦେଶରେ ଜନଗଣନା ହେବାର ଥିଲା। ହେଲେ କୋଭିଡ୍ କାରଣରୁ ଏହା ସ୍ଥଗିତ ରହିଥିଲା। ହେଲେ ଏବେ ଆସନ୍ତାବର୍ଷରୁ ଦେଶରେ ପୁଣିଥରେ ଆରମ୍ଭ ହେବ ଜନଗଣନା। ଦୀର୍ଘ ୪ ବର୍ଷ ପରେ ଏନେଇ ପ୍ରକ୍ରିୟା ଆରମ୍ଭ ହେଇଛି। ତେବେ ଦୀର୍ଘ ୧ ବର୍ଷ ଧରି ଏହି ପ୍ରକ୍ରିୟା ଚାଲିବ। ଏହା ପୂର୍ବରୁ ୧୯୯୧, ୨୦୦୧, ୨୦୧୧ ଇତ୍ୟାଦିରେ ଜନଗଣନା ହୋଇଥିଲା। ହେଲେ ଏବେ ପ୍ରତି ୧୦ ବର୍ଷରେ ଅର୍ଥାତ ୨୦୩୫, ୨୦୪୫ ଓ ୨୦୫୫ରେ ଜନଗଣନା ହେବ।

Leave A Reply

Your email address will not be published.