ପ୍ରମୁଖ ଖବର

ଏସ୍‌ସି-ଏସ୍‌ଟି ମାମଲା ପାଇଁ ୬ ନୂଆ ସ୍ପେଶାଲ୍ କୋର୍ଟ
ଗଞ୍ଜାମରେ କରୋନା ରୋଗୀ ଚିହ୍ନଟ, ଏମ୍‌କେସିଜିରେ ଚିକିତ୍ସାଧୀନ ମହିଳା ସଂକ୍ରମିତ
ରାମ ମନ୍ଦିର ଟ୍ରଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ପଦ ପାଇଁ ୫,୨୦୦ ଆବେଦନ
ନିଖୋଜ କମିଶନ ରିପୋର୍ଟ ମାମଲାରେ ଭି.କେ. ପାଣ୍ଡିଆନଙ୍କୁ ପୋଲିସର ନୋଟିସ
ଆସନ୍ତା ୪ ଓ ୫ ତାରିଖରେ ଗଞ୍ଜାମ ଗସ୍ତରେ ଆସିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଏବେ ୭ ବର୍ଷ ପରେ ଜଣେ ଏସଆଇ ଇନ୍ସପେକ୍ଟର ହୋଇପାରିବେ

0

ଭୁବନେଶ୍ବର; ଏସଆଇମାନଙ୍କ ପଦୋନ୍ନତି ନେଇ ଆସିଲା ଖୁସି ଖବର। ଓଡ଼ିଶା ସରକାର ପୋଲିସ ପ୍ରଶାସନରେ ପଦୋନ୍ନତି ପାଇଁ ଯୋଗ୍ୟତା ନିୟମକୁ ପରିବର୍ତ୍ତନ କରିଛନ୍ତି। ଏଣିକି ୭ ବର୍ଷ ଏସଆଇ ରହିବା ପରେ ଜଣେ ଇନ୍ସପେକ୍ଟର ହୋଇପାରିବେ। ପୂର୍ବରୁ ଏହା ୧୦ ବର୍ଷ ଥିଲା।
ନିଷ୍ପତ୍ତି ଅନୁଯାୟୀ, ପୋଲିସ ଏସଆଇରୁ ଇନ୍ସପେକ୍ଟର ପଦୋନ୍ନତି ପାଇଁ ଯୋଗ୍ୟତା ମାନଦଣ୍ଡକୁ କମାଇ ଦିଆଯାଇଛି। ପଦୋନ୍ନତିକୁ ୧୦ ବର୍ଷରୁ ଖସାଇ ୭ ବର୍ଷ କରିଛନ୍ତି ରାଜ୍ୟ ସରକାର। ଅର୍ଥାତ୍ ଏଣିକି ୭ ବର୍ଷ ପରେ ଜଣେ ଏସଆଇ ଇନ୍ସପେକ୍ଟର ହୋଇପାରିବେ। ଏନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଏହା ଦ୍ୱାରା ପୋଲିସ ଏସଆଇ ଭାବେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ପଦୋନ୍ନତି ପାଇଁ ଆଉ ୧୦ ବର୍ଷକୁ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ରାଜ୍ୟ ସରକାରଙ୍କ ଏହି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଦ୍ୱାରା ପୋଲିସ କର୍ମଚାରୀମା‌ନଙ୍କ ମଧ୍ୟରେ ଖୁସିର ମାହୋଲ ଦେଖାଯାଇଛି। ଏହା ଦ୍ୱାରା ସେମାନେ ଆହୁରି ଭଲ କାମ କରିବେ ବୋଲି ମଧ୍ୟ ଆଶା କରାଯାଉଛି।

Leave A Reply

Your email address will not be published.