ପ୍ରମୁଖ ଖବର

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୭ ବିଭାଗର ୧୨୯୪ ଜଣ ନବନିଯୁକ୍ତଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି
କଳାହାଣ୍ଡିର ଡେପୁଟି କଲେକ୍ଟର ଚିତ୍ତ ରଂଜନ ପିଲ୍ଲାଙ୍କୁ ଆଜି ରାଜ୍ୟ ସରକାର କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି
କରୋନା ଭଳି ଲକ୍ଷଣ ଥିଲେ ରଥଯାତ୍ରା ଯିବାକୁ ମନା, ସ୍ୱାସ୍ଥ୍ୟ ବିଭାଗ
ଲଗାତର ତୃତୀୟ ଥର ରେପୋ ରେଟ କମାଇଲା ରିଜର୍ଭ ବ୍ୟାଙ୍କ
ବର୍ଷା ପୂର୍ବରୁ ହେବ ଡ୍ରେନ୍‍ ସମସ୍ୟାର ସମାଧାନ: ନଗର ଉନ୍ନୟନ ମନ୍ତ୍ରୀ
ପରଲୋକରେ ପୂର୍ବତନ ବିଧାୟକ ମହମ୍ମଦ ରଫିକ୍‌
ଯୋଗାଣ ମନ୍ତ୍ରୀଙ୍କ ଗାଡ଼ିକୁ ମୁହାଁମୁହିଁ ଧକ୍କା ଦେଲା ଟ୍ରକ୍‌
ଅଗଷ୍ଟ ୩ରେ ନିଟ୍ ପିଜି ପରୀକ୍ଷା, ମଞ୍ଜୁରୀ ଦେଲେ ସୁପ୍ରିମକୋର୍ଟ

ଓଡିଶା ଫେରିବେ ଆଇଏଏସ୍ ମନୋଜ କୁମାର ସାହୁ

0

ନୂଆଦିଲ୍ଲୀ‌: ୨୦୦୬ ବ୍ୟାଚର ଆଇଏଏସ୍ ମନୋଜ କୁମାର ସାହୁ ଓଡିଶା ଫେରିବେ। ବର୍ତ୍ତମାନ ମନୋଜ ଡେପୁଟି ନିର୍ବାଚନ କମିଶନର ଭାବେ କାର୍ଯ୍ୟରତ ଅଛନ୍ତି। ମନୋଜଙ୍କୁ ଓଡିଶା କ୍ୟାଡରକୁ ଆଣିବା ପାଇଁ ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ କ୍ୟାବିନେଟ ନିଯୁକ୍ତି କମିଟି ଅନୁମୋଦନ କରିଛି। କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଶନିବାର ରାଜ୍ୟ ଗୃହ ବିଭାଗକୁ ସୂଚିତ କରାଯାଇଛି।

ତେବେ ୨୦୦୬ ବ୍ୟାଚ୍ ଆଇଏଏସ୍ ମନୋଜ କୁମାର ସାହୁ ଓଡିଶାର ଜଗତତ୍ସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ସିଙ୍ଗାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ(ଏଜିଏମୟୁଟି) କ୍ୟାଡରର ହୋଇଥିବା ବେଳେ ତାଙ୍କର ଦକ୍ଷତା ପାଇଁ କର୍ମଚାରୀ ଏବଂ ତାଲିମ ବିଭାଗକୁ ଆଣିବା ପାଇଁ ପ୍ରସ୍ତାବ ଦିଆଯାିଥିଲା। ତେବେ ସର୍ବକନିଷ୍ଠ ଡେପୁଟି ନିର୍ବାଚନ କମିଶନର ଭାବେ ଅବସ୍ଥାପିତ ହୋଇଥିବା ମନୋଜ ଜଣେ ଦକ୍ଷତା ପୂର୍ଣ୍ଣ ଆଇଏଏସ୍ ଅଧିକାରୀ ଏବଂ ଅମଲାତନ୍ତ୍ରରେ ତାଙ୍କର ସଚ୍ଚୋଟତା ପାଇଁ ସେ ପରିଚିତ।

ପୂର୍ବରୁ ସେ ଜଳ ଶକ୍ତି ମନ୍ତ୍ରଣାଳୟ ସମେତ ଫ୍ଲାଗସିପ୍ ପାନୀୟ ଜଳ କାର୍ଯ୍ୟକ୍ରମ, ହର ଘର ଜଲ୍ ଭଳି ଯୋଜନାରେ କାର୍ଯ୍ୟ କରିଛନ୍ତି। ଏଥିସହିତ ଉଭୟ କେନ୍ଦ୍ର ତଥା ବିଭିନ୍ନ ରାଜ୍ୟରେ କଲେକ୍ଟର ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବରେ ମଧ୍ୟ ସମ୍ବେଦନଶୀଳ କାର୍ଯ୍ୟ ଏବଂ ବିକାଶ କ୍ଷେତ୍ର ପରିଚାଳନା କରିବାରେ ତାଙ୍କର ଅଭିଜ୍ଞତା ରହିଛି। ସେ ଦାଦ୍ରା ଏବଂ ନଗର ହାବେଳୀ, ଡାମନ, ଡିଉର ଏଡିଏମ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ କାର୍ଯ୍ୟ କରିଛନ୍ତି। ଆଦିବାସୀଙ୍କ ପାଇଁ ଅନେକ ପ୍ରଗତିଶୀଳ କାର୍ଯ୍ୟରେ ମାହିର ଥିବା ମନୋଜଙ୍କୁ ଓଡିଶା ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ଦିଆଯିବ ବୋଲି ଆଶା କରାଯାଉଛି। ୨୦୧୬ ରୁ ୨୦୧୯ ପର୍ଯ୍ୟନ୍ତ ସେ ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ଥିବା ଜୁଏଲ ଓରାମଙ୍କ ବ୍ୟକ୍ତିଗତ ସଚିବ ଥିଲେ।

Leave A Reply

Your email address will not be published.