ପ୍ରମୁଖ ଖବର

ବନ୍ୟା ପରିଚାଳନା ପାଇଁ ୩ ବରିଷ୍ଠ ଆଇଏଏସ ଅଧିକାରୀ ନିୟୋଜିତ
ହର୍ମୁଜ୍ ପ୍ରଣାଳୀରେ ଜାହାଜ ଚଳାଚଳ ନେଇ ଇରାନ-ଓମାନ ମଧ୍ୟରେ ସହମତି
ଅଟଳ ବିହାରୀ ବାଜପେୟୀଙ୍କ ପୁଣ୍ୟତିଥି: ‘ସଦୈବ ଅଟଳ’ରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଲଘୁଚାପ ପ୍ରଭାବ: ହାଇ ଆଲର୍ଟରେ ସହରାଞ୍ଚଳ, ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ଟିଏମ୍‌ସି କାର୍ଯ୍ୟାଳୟରୁ ପୂର୍ବତନ ଉପବାଚସ୍ପତି ଆଶିଷ ବାନାର୍ଜୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
ସମ୍ଭାବ୍ୟ ବନ୍ୟା ପାଇଁ ଭଦ୍ରକରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍

ଓଡିଶା ଫେରିବେ ଆଇଏଏସ୍ ମନୋଜ କୁମାର ସାହୁ

0

ନୂଆଦିଲ୍ଲୀ‌: ୨୦୦୬ ବ୍ୟାଚର ଆଇଏଏସ୍ ମନୋଜ କୁମାର ସାହୁ ଓଡିଶା ଫେରିବେ। ବର୍ତ୍ତମାନ ମନୋଜ ଡେପୁଟି ନିର୍ବାଚନ କମିଶନର ଭାବେ କାର୍ଯ୍ୟରତ ଅଛନ୍ତି। ମନୋଜଙ୍କୁ ଓଡିଶା କ୍ୟାଡରକୁ ଆଣିବା ପାଇଁ ଗୃହ ମନ୍ତ୍ରଣାଳୟର ପ୍ରସ୍ତାବକୁ କ୍ୟାବିନେଟ ନିଯୁକ୍ତି କମିଟି ଅନୁମୋଦନ କରିଛି। କେନ୍ଦ୍ର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଶନିବାର ରାଜ୍ୟ ଗୃହ ବିଭାଗକୁ ସୂଚିତ କରାଯାଇଛି।

ତେବେ ୨୦୦୬ ବ୍ୟାଚ୍ ଆଇଏଏସ୍ ମନୋଜ କୁମାର ସାହୁ ଓଡିଶାର ଜଗତତ୍ସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ସିଙ୍ଗାପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସେ ଅରୁଣାଚଳ ପ୍ରଦେଶ, ଗୋଆ, ମିଜୋରାମ ଏବଂ କେନ୍ଦ୍ରଶାସିତ ଅଞ୍ଚଳ(ଏଜିଏମୟୁଟି) କ୍ୟାଡରର ହୋଇଥିବା ବେଳେ ତାଙ୍କର ଦକ୍ଷତା ପାଇଁ କର୍ମଚାରୀ ଏବଂ ତାଲିମ ବିଭାଗକୁ ଆଣିବା ପାଇଁ ପ୍ରସ୍ତାବ ଦିଆଯାିଥିଲା। ତେବେ ସର୍ବକନିଷ୍ଠ ଡେପୁଟି ନିର୍ବାଚନ କମିଶନର ଭାବେ ଅବସ୍ଥାପିତ ହୋଇଥିବା ମନୋଜ ଜଣେ ଦକ୍ଷତା ପୂର୍ଣ୍ଣ ଆଇଏଏସ୍ ଅଧିକାରୀ ଏବଂ ଅମଲାତନ୍ତ୍ରରେ ତାଙ୍କର ସଚ୍ଚୋଟତା ପାଇଁ ସେ ପରିଚିତ।

ପୂର୍ବରୁ ସେ ଜଳ ଶକ୍ତି ମନ୍ତ୍ରଣାଳୟ ସମେତ ଫ୍ଲାଗସିପ୍ ପାନୀୟ ଜଳ କାର୍ଯ୍ୟକ୍ରମ, ହର ଘର ଜଲ୍ ଭଳି ଯୋଜନାରେ କାର୍ଯ୍ୟ କରିଛନ୍ତି। ଏଥିସହିତ ଉଭୟ କେନ୍ଦ୍ର ତଥା ବିଭିନ୍ନ ରାଜ୍ୟରେ କଲେକ୍ଟର ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବରେ ମଧ୍ୟ ସମ୍ବେଦନଶୀଳ କାର୍ଯ୍ୟ ଏବଂ ବିକାଶ କ୍ଷେତ୍ର ପରିଚାଳନା କରିବାରେ ତାଙ୍କର ଅଭିଜ୍ଞତା ରହିଛି। ସେ ଦାଦ୍ରା ଏବଂ ନଗର ହାବେଳୀ, ଡାମନ, ଡିଉର ଏଡିଏମ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ୍ ଭାବେ କାର୍ଯ୍ୟ କରିଛନ୍ତି। ଆଦିବାସୀଙ୍କ ପାଇଁ ଅନେକ ପ୍ରଗତିଶୀଳ କାର୍ଯ୍ୟରେ ମାହିର ଥିବା ମନୋଜଙ୍କୁ ଓଡିଶା ସରକାରଙ୍କ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ବ ଦିଆଯିବ ବୋଲି ଆଶା କରାଯାଉଛି। ୨୦୧୬ ରୁ ୨୦୧୯ ପର୍ଯ୍ୟନ୍ତ ସେ ବର୍ତ୍ତମାନ କେନ୍ଦ୍ର ମନ୍ତ୍ରୀ ଥିବା ଜୁଏଲ ଓରାମଙ୍କ ବ୍ୟକ୍ତିଗତ ସଚିବ ଥିଲେ।

Leave A Reply

Your email address will not be published.