ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ବିପୁଳ ପରିମାଣର କଫ୍‌ ସିରପ୍‌ ଜବତ

0

ସମ୍ବଲପୁର: ସମ୍ବଲପୁରରେ ପୁଣି ଥରେ ବିପୁଳ ପରିମାଣର ନିଷିଦ୍ଧ କଫ୍‌ସିରପ ଜବତ ହୋଇଛି। ହିରାକୁଦ ଥାନା ପୋଲିସ ଦ୍ୱାରା ବୁଧବାର ୨୪୦୦ ନିଷିଦ୍ଧ କଫ୍‌ ସିରପ୍‌ ଜବତ ହୋଇଛି। ଏହାସହ ସମ୍ପୃକ୍ତ ୧୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ବୁଧବାର ଅପରାହ୍ନରେ ଜିଲା ପୋଲିସ ମୁଖ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏ ସମ୍ପର୍କରେ ଏସପି ମୁକେଶ ଭାମୁ ସୂଚନା ଦେଇଛନ୍ତି।

ସୂଚନାନୁସାରେ, କୋଲକାତାରୁ ଭୁବନେଶ୍ବର ଦେଇ ବରଗଡ଼ ପଠାଇବା ପାଇଁ ବିପୁଳ ମାତ୍ରାରେ ନିଷିଦ୍ଧ କଫ୍‌ସିରପ୍‌ ସମ୍ବଲପୁରକୁ ଚୋରାଚାଲାଣ ହେଉଥିବା ସମ୍ପର୍କରେ ଖବର ପାଇ ହୀରାକୁଦ ଥାନା ପୋଲିସ ହୀରାକୁଦ ଭଙ୍ଗାମୁଣ୍ଡା ସ୍ଥିତ ତିଓ୍ବାରୀ ଢାବାରେ ଚଢ଼ାଉ କରିଥିଲା। ସେଠାରେ କଫ୍‌ସିରପ୍‌ ଜବତ କରିବା ସହ ଚୋରା ଚାଲାଣରେ ସାମିଲ ଅଭିଯୁକ୍ତମାନଙ୍କୁ ମଧ୍ୟ ଗିରଫ କରିଥିଲା ପୋଲିସ । ସେହିପରି ନିଷିଦ୍ଧ କଫ୍‌ସିରପ୍‌ ଚୋରାଚାଲାଣରେ ବ୍ୟବହୃତ ଦୁଇଟି ପିକ୍‌ଅପ୍‌ ସହ ଗୋଟିଏ ସ୍କୁଟିକୁ ମଧ୍ୟ ଜବତ ହୋଇଛି। ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ନାମରେ ବିଭିନ୍ନ ଥାନାରେ ମାମଲା ରହିଛି।

ତେବେ ସମ୍ବଲପୁରକୁ ନିଷିଦ୍ଧ କଫ୍‌ସିରପ୍‌ ଓ ସମ୍ପୂର୍ଣ୍ଣ ନିଶାମୁକ୍ତ କରିବା ଲକ୍ଷ୍ୟରେ ସମ୍ବଲପୁର ପୋଲିସ ପକ୍ଷରୁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହୋଇଛି ବୋଲି କହିଛନ୍ତି ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍‌। ସେ କହିଛନ୍ତି, ଏହି ଅଭିଯାନ ଆଜି ଠାରୁ ଆସନ୍ତା ଡିସେମ୍ବର ୩୧ ପର୍ଯ୍ୟନ୍ତ ଚାଲିବ। ସମ୍ବଲପୁରରୁ ନିଶା କାରବାରର ବିଶେଷକରି ନିଷିଦ୍ଧ କଫ୍‌ସିରପ୍‌ର ମୂଳୋତ୍ପାଟନ ପାଇଁ ସମ୍ବଲପୁର ଆରକ୍ଷୀ ଅଧୀକ୍ଷକଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଦଳ ଗଠନ କରାଯାଇଛି।

ସୂଚନାଯୋଗ୍ୟ, ଗତ ୧୭ ତାରିଖରେ ସଦର ଥାନା ପୋଲିସ ଦ୍ବାରା ୧୦୦ ମିଲିମିଟର ବିଶିଷ୍ଟ ୨୨୭୨ଟି ଓ୍ବିନ୍ସିରେକ୍ସ କଫ୍‌ ସିରପ୍‌ ଜବତ ହୋଇଥିବାବେଳେ, ଏ ସଂକ୍ରାନ୍ତରେ ୨୦ ଜଣଙ୍କୁ ଗିରଫ ମଧ୍ୟ କରାଯାଇଥିଲା।

Leave A Reply

Your email address will not be published.