ପ୍ରମୁଖ ଖବର

ଦୁଇ ଭାଗ ହେଲା ଫଲକନୁମା ଏକ୍ସପ୍ରେସ୍
ଆତ୍ମସମର୍ପଣ କଲେ ୩୧ ମାଓବାଦୀ
ବାଲେଶ୍ୱର ଜିଲାରେ ଥିବା ରିଜର୍ଭ ପୋଲିସ ବାରାକରେ ଜଣେ ମହିଳା ପୋଲିସ କନଷ୍ଟେବଳଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର
କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପୋଲିସ ଏକ କାର୍ ଭିତରୁ ୧୩୦ କିଲୋ ଗଞ୍ଜେଇ ଜବତ
ପଞ୍ଜାବର ଜଳନ୍ଧରରେ ଭାଜପା ନେତା ମନୋରଞ୍ଜନ କାଳିଆଙ୍କ ଘର ବାହାରେ ଏକ ବିସ୍ଫୋରଣ

ଟ୍ରୋଲିଂ ପାଇଁ ଯାଇଥିବାବେଳେ ମଝି ସମୁଦ୍ରରେ ଟ୍ରଲର ଡ୍ରାଇଭର ମୃତ

0

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଥାନା ଅଧୀନ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଅଞ୍ଚଳରେ ଘଟିଛି ଅଭାବନୀୟ ଘଟଣା। ମଝି ସମୁଦ୍ରକୁ ପାଟ୍ରୋଲିଂ ପାଇଁ ଯାଇଥିବାବେଳେ ଛାତିରେ ଯନ୍ତ୍ରଣା କାରଣରୁ ସେଠାରେ ଟଳିପଡିଲେ ବନକର୍ମଚାରୀ। ମୃତ ବନକର୍ମଚାରୀଜଣକ ହେଲେ ଚଞ୍ଚଳ ମାଇତି (୫୬)।ଚଞ୍ଚଳ ମାଇତି ପ୍ରାୟ ୧୦ ବର୍ଷରୁ ଊର୍ଦ୍ଧ୍ୱ ସମୟ ହେବ ରାଜନଗର ବନ ବିଭାଗ ଅଧୀନରେ ଟ୍ରଲର ଡ୍ରାଇଭର ଭାବେ କାମ କରୁଥିଲେ।

ଖବର ମୁତାବକ, ରାଜନଗର ବନ ବିଭାଗ ଅଧୀନରେ ଟ୍ରଲର ଡ୍ରାଇଭର ଭାବେ କାମ କରୁଥିଲେ ଚଞ୍ଚଳ ମାଇତି। ଗତ ରାତିରେ ବେଆଇନ ଭାବେ ମାଛ ମାରୁଥିବା ଏକ ଟ୍ରଲର ବିଷୟରେ ଖବର ପାଇ ଅନ୍ୟ କର୍ମଚାରୀଙ୍କ ସହ ସେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟର ୧୩ କିଲୋମିଟର ସମୁଦ୍ର ମଝିକୁ ଯାଇଥିଲେ। ସେଠାରେ ଉକ୍ତ ଟ୍ରଲରକୁ ଜବତ କରିବା ସହ ସେଥିରେ ଥିବା ମତ୍ସଜୀବୀଙ୍କୁ ମଧ୍ୟ ଧରିଥିଲା ବନ ବିଭାଗ। ଏହି ସମୟରେ ଛାତିରେ ଯନ୍ତ୍ରଣା ଅନୁଭବ କରିଥିଲେଚଞ୍ଚଳ ମାଇତି। ଦେଖୁ ଦେଖୁ ସେହିଠାରେ ହିଁ ଟଳିପଡିଥିଲେ ଚଞ୍ଚଳ। ଅନ୍ୟ ବନ କର୍ମଚାରୀମାନେ ଚଞ୍ଚଳଙ୍କୁ ତୁରନ୍ତ ରାଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Leave A Reply

Your email address will not be published.