ପ୍ରମୁଖ ଖବର

ଶ୍ରୀକ୍ଷେତ୍ର ପୁରୀରେ ଆଜି ଆଷାଢ଼ ଶୁକ୍ଳ ଦ୍ୱାଦଶୀ ତିଥିରେ ରଥାରୂଢ଼ ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ଅଧରପଣା ନୀତି ସମ୍ପନ୍ନ
ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଭାରତକୁ ପ୍ରଥମ ରୌପ୍ୟ, ଋଷିକାନ୍ତ ସିଂହଙ୍କ କମାଲ
ଓଡ଼ିଶାର ଝିଅ ଜ୍ୟୋତିର୍ମୟୀ ନାୟକ ହେଲେ ‘ଇଣ୍ଡିଆନ୍ ଆଇଡଲ୍ ସିଜନ୍-୧୬’ ବିଜେତା
ପ୍ରତିଯୋଗିତାମୂଳକ ପରୀକ୍ଷାରେ ସଂସ୍କାର ପାଇଁ ଗଠନ ହେବ ଉଚ୍ଚସ୍ତରୀୟ ଟାସ୍କ ଫୋର୍ସ:ପ୍ରଧାନମନ୍ତ୍ରୀ
ହାଇୱେ ଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଦୂରତା ଅନୁସାରେ ଦେବେ ଟୋଲ ଶୁଳ୍କ
ମହାରାଷ୍ଟ୍ର ଟିଇଟି ପ୍ରଶ୍ନପତ୍ର ଲିକ୍ ମାମଲା: ବିହାରରୁ ମୁଖ୍ୟ ଅଭିଯୁକ୍ତ ଗିରଫ
ସରକାରଙ୍କ ସହ ଆଲୋଚନା ପରେ ସିଜେପିର ଆନ୍ଦୋଳନ ପ୍ରତ୍ୟାହାର
ଲଗାଣ ବର୍ଷା ପାଇଁ ଜଗତସିଂହପୁରରେ କାଲି ସ୍କୁଲ ଓ ଅଙ୍ଗନବାଡ଼ି ଛୁଟି
ବୌଦ୍ଧରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ୟାଙ୍କର ସହ କାର ଧକ୍କା, ୩ ଗୁରୁତର
ଧର୍ମେନ୍ଦ୍ର ପ୍ରଧାନଙ୍କ ସ୍ଥାନରେ ଶିକ୍ଷା ମନ୍ତ୍ରଣାଳୟର ଅତିରିକ୍ତ ଦାୟିତ୍ୱ ନେଲେ ପ୍ରହ୍ଲାଦ ଯୋଶୀ

ଦକ୍ଷିଣ ବଙ୍ଗୋପସାଗର ରେ ସୃଷ୍ଟି ହେବ ଲଘୁଚାପ କ୍ଷେତ୍ର

0

ଘନୀଭୂତ ହୋଇ ତାମିଲନାଡୁ ଉପକୂଳ ଆଡ଼କୁ ଅଗ୍ରସର ହେବା ସମ୍ଭାବନା
ଭୁବନେଶ୍ବର: ବିଷୁବରେଖା ରେଖା ନିକଟସ୍ଥ ପୂର୍ବ ଭାରତ ମହାସାଗରୀୟ ଅଞ୍ଚଳ ତଥା ଦକ୍ଷିଣ ଆଣ୍ଡମାନ ସାଗର ବାୟୁ ମଣ୍ଡଳ ଉପରି ଭାଗ ରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ରହିଛି ଏହି କ୍ଷେତ୍ର କ୍ରମଶଃ ପଶ୍ଚିମ – ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଏକ ଲଘୁଚାପ କ୍ଷେତ୍ର ରେ ପରିଣତ ହେବ। ଏହା ପରେ ଏହି କ୍ଷେତ୍ର ଟି ସେହି ପଶ୍ଚିମ – ଉତ୍ତର ପଶ୍ଚିମ ଦିଗ ରେ ଅଗ୍ରସର ହୋଇ ପରବର୍ତ୍ତୀ ୪୮ ଘଣ୍ଟା ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗର ର କେନ୍ଦ୍ରୀୟ ଭାଗ ରେ ଏକ ଡିପ୍ରେଶନ ର ରୂପ ନେବ। ଏହି ସମୟ ରେ ଦକ୍ଷିଣ ବଙ୍ଗୋପସାଗର ରେ ସମୁଦ୍ର ପୃଷ୍ଠ ର ତାପମାତ୍ରା ୨୯°C ରହିଛି । ଅନ୍ୟାନ୍ୟ ସମସ୍ତ ବାୟୁମଣ୍ଡଳୀୟ ଓ ସାମୁଦ୍ରିକ ବାତାବରଣ ଏହି ସିଷ୍ଟମ କୁ ଅଧିକ ଘନୀଭୂତ କରିବାରେ ସହାୟକ ହେବ।

ବିଭିନ୍ନ ମଡେଲ ମାନଙ୍କ ଆକଳନ ଅନୁଯାୟୀ ସିଷ୍ଟମ୍ ଟି ଡିପ୍ରେଶନ ରୂପ ନେବା ପରେ ଅଧିକ ଘନୀଭୂତ ହୋଇ ଡିପ୍ ଡିପ୍ରେଶନ ରେ ପରିଣତ ହେବ ଓ ବାତ୍ୟା ରୂପ ନେଇ ତାମିଲନାଡୁ ଉପକୂଳ ଆଡକୁ ଗତି କରିବାର ସମ୍ଭାବନା ରହିଛି। ଏହି କ୍ଷେତ୍ର ପ୍ରଭାବ ରେ ୨୭ -୨୯ ତାରିଖ ମଧ୍ୟରେ ତାମିଲନାଡ଼ୁ, ପୁଡୁଚେରୀ, ଦକ୍ଷିଣ ଆନ୍ଧ୍ରପ୍ରଦେଶ ଉପକୂଳ ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି। ଓଡ଼ିଶା ରେ ଏହି ସିଷ୍ଟମ୍ ର ବିଶେଷ ପ୍ରଭାବ ପଡ଼ିବାର ସମ୍ଭାବନା ନାହିଁ। କେବଳ ଦକ୍ଷିଣ ଉପକୂଳ ଓଡ଼ିଶା ରେ ପାଗ କେତେକାଂଶ ରେ ମେଘୁଆ ରହିବା ସହ ଅଳ୍ପ କିଛି ଅଞ୍ଚଳ ରେ ଅଳ୍ପ ବର୍ଷା ହୋଇପାରେ।

ଓଡ଼ିଶା ରେ ଆସନ୍ତା ୪ ଦିନ ଯାଏଁ ରାତି ତାପମାତ୍ରା ରେ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ ତେବେ ପରବର୍ତ୍ତୀ ସମୟ ରେ ରାତି ତାପମାତ୍ରା ୨-୩°C ବୃଦ୍ଧି ହେବାର ସମ୍ଭାବନା ରହିଛି।

ଅଧ୍ୟାପକ- ସାର୍ଥକ ମିଶ୍ର

Leave A Reply

Your email address will not be published.