ପ୍ରମୁଖ ଖବର

୨୦୨୭ରେ ହେବାକୁ ଥିବା ୩୯ତମ ଜାତୀୟ କ୍ରୀଡ଼ା ଆୟୋଜନ ପାଇଁ ହୋଷ୍ଟ ଷ୍ଟେଟ୍ ଏଗ୍ରିମେଣ୍ଟ (HSA) ସ୍ୱାକ୍ଷରିତ
ଓଡ଼ିଶାର ୧୧ ଖଣିଜ ବ୍ଲକ ନିଲାମ ପାଇଁ ପ୍ରକ୍ରିୟା ଆରମ୍ଭ
ଲାଲୁ-ରାବ୍ରୀଙ୍କୁ ବଙ୍ଗଳା ଖାଲି ନୋଟିସ, ରାବ୍ରୀଙ୍କ ଦୃଢ଼ ଜବାବ- ‘ଆମେ ଛାଡ଼ିବୁ ନାହିଁ’
ପୁଅ ଯତିନ୍ଦ୍ରଙ୍କ ପାଇଁ ଉପମୁଖ୍ୟମନ୍ତ୍ରୀ ପଦ ଦାବି କଲେ ସିଦ୍ଧରମେୟା
‘ଶନିବାରଠାରୁ ଆରମ୍ଭ ହେବ ଏସ୍‌ଆଇଆର୍ କାର୍ଯ୍ୟକ୍ରମ
ସିଦ୍ଧରମେୟାଙ୍କ ଇସ୍ତଫା ଗ୍ରହଣ, ଡିକେ ଶିବକୁମାର ହେବେ ନୂଆ ମୁଖ୍ୟମନ୍ତ୍ରୀ

ତାଳଦଣ୍ଡା ନିକଟରେ ଗ୍ୟାସ ଲିକ୍, ମରାମତି ବେଳେ ଶ୍ରମିକ ମୃତ

0

କଟକ: ତାଳଦଣ୍ଡା ନିକଟରେ ଗ୍ୟାସ ଲିକ୍। କଟକ-ପାରାଦୀପ ରାସ୍ତାର ତାଳଦଣ୍ଡାଠାରେ ବିପିସିଏଲ ଗ୍ୟାସ୍‌ ପାଇପ୍‌ ଲାଇନ ମରାମତିବେଳେ ଶୁକ୍ରବାର ଏକ ଘଟିଛି ଅଘଟଣ। ଜଣେ ଶ୍ରମିକ ମରାମତି କାମ କରୁଥିବାବେଳେ ମାଟି ତଳେ ଚାପି ହୋଇ ତାଙ୍କ ଜୀବନ ଯାଇଛି। ପାରାଦୀପ ରୁ ଜଗତସିଂହପୁର ଯାଇଥିବା ବିପିସିଏଲ ରନ୍ଧନ ଗ୍ୟାସ ପାଇପର ଭାଲବ ଲିକ୍ ବନ୍ଦ କରିବାକୁ ଯାଇ ଏଭଳି ଅଘଟଣ ଘଟିଛି। ମୃତ ଶ୍ରମିକ ଜଣକ ହେଲେ ପାରାଦ୍ଵୀପ ବିଜଚାନ୍ଦପୁରର ପରିମଳ ଗାଏନ। ଅଗ୍ନିଶମ ବିଭାଗ ଓ କୁଜଙ୍ଗ ପୋଲିସ ପକ୍ଷରୁ ମୃତ ଶ୍ରମିକଙ୍କୁ ଉଦ୍ଧାର କରାଯାଇ କୁଜଙ୍ଗ ମେଡିକାଲରେ ଭର୍ତ୍ତି କରାଯାଇଛି।

ଗ୍ୟାସ୍ ପାଇପ ଲାଇନରେ ଲିକ୍ ଯୋଗୁ ଦୁଇଜଣ ଶ୍ରମିକଙ୍କୁ ପାରାଦୀପରୁ ନେଇଥିଲେ ଠିକାଦାର। ସେଠାରେ ସମ୍ପର ସ୍ଲାପ ଉଠାଇବା ପରେ ଜଣେ ଶ୍ରମିକ ତଳକୁ ଯାଇଥିଲେ। ଜଣେ ଶ୍ରମିକ ଉପରେ ସହଯୋଗ କରିବା ପାଇଁ ଛିଡା ହୋଇଥିଲେ। ଜଣେ ଶ୍ରମିକ ଉପରେ ସହଯୋଗ କରିବା ପାଇଁ ଛିଡା ହୋଇଥିଲେ। ମାତ୍ର ତାଙ୍କୁ କୈାଣସି ସେଫ୍ଟି ସରଞ୍ଜାମ ଦେଇନଥିଲେ ଠିକାଦାର କି ଉକ୍ତ ଶ୍ରମିକ ମାନେ। ଦୁଇ ଶ୍ରମିକ ତାଲିମ ପ୍ରାପ୍ତ ମଧ୍ୟ ନଥିଲେ। ଶ୍ରମିକ ଜଣଙ୍କ ତଳକୁ ପଶିବା ମାତ୍ରେ ଉତ୍କଟ ଗ୍ୟାସ ପ୍ରଭାବରେ ଟଳି ପଡ଼ିଥିଲେ। ସଙ୍ଗେ ସଙ୍ଗେ କୁଜଙ୍ଗ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ଶେଷରେ ସମ୍ପ୍‌ରୁ ୨ ଘଣ୍ଟା ପରେ ଉଦ୍ଧାର କରାଯାଇଥିଲା। ଶ୍ରମିକଙ୍କୁ ଉଦ୍ଧାର କରି ମେଡିକାଲ ନିଆଯାଇଥିବା ବେଳେ ତାଙ୍କର ମୃତ୍ୟୁ ହୋଇଛି। ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଶବ ବ୍ୟବଚ୍ଛେଦ ପରେ ଅନ୍ୟ ତଥ୍ୟ ଜଣା ପଡିବ ବୋଲି କୁଜଙ୍ଗ ଆଇଆଇସି ପ୍ରକାଶ କରିଛନ୍ତି।

Leave A Reply

Your email address will not be published.