ପ୍ରମୁଖ ଖବର

ରାଜ୍ୟ ମହିଳା କର୍ମଚାରୀମାନଙ୍କ ଅତିରିକ୍ତ ସାମୟିକ ଛୁଟି ଆଉ ୨ଦିନ ବଢ଼ିଲା
ବାତ୍ୟା ପାଇଁ ୨୩ରୁ ୨୫ କଲେଜ ଓ ବିଶ୍ୱବିଦ୍ୟାଳୟ ଛୁଟି
ବାତ୍ୟା ପାଇଁ ୧୭୮ଟି ଟ୍ରେନ ବାତିଲ
ଅବସରପ୍ରାପ୍ତ ଆଇପିଏସ୍‌ ଲଳିତ ଦାସ ହେଲେ ଓଏସ୍‌ଏସ୍‌ଏସ୍‌ସି ଅଧ୍ୟକ୍ଷ
ନିର୍ଦୋଷ ସାବ୍ୟସ୍ତ ହେଲେ ସେବି ଅଧ୍ୟକ୍ଷ ମାଧବୀ ବୁଚ
ଲାଞ୍ଚ ନେଇ ନିଲମ୍ବିତ ହେଲେ ବରଗଡ଼ ଧନୁଯାତ୍ରାରେ କଂସ ମହାରାଜ
ସମ୍ଭାବ୍ୟ ବାତ୍ୟା: ୧୪ ଜିଲ୍ଲାରେ ବନ୍ଦ ରହିବ ସବୁ ଐତିହ୍ୟ ସ୍ଥଳୀ
ବାତ୍ୟା ‘ଦାନା’କୁ ଦୃଷ୍ଟିରେ ରଖି ନନ୍ଦନକାନନ କର୍ତ୍ତୃପକ୍ଷ ଆଗୁଆ ସଜାଗ
ବୈତରଣୀ ବେସିନ୍ ମୁଖ୍ୟଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ଚଢାଉ

ଦେଶକୁ ରାସ୍ତା ଦେଖାଇଲେ ନବୀନ

0
  • ସମ୍ ହସ୍ପିଟାଲ ସହଯୋଗରେ ତୃତୀୟ କୋଭିଡ୍ ହସ୍ପିଟାଲ ଲୋକାର୍ପିତ
  • ଏମସିଏଲ୍ ସହାୟତା ଦେଲା, ଧର୍ମେନ୍ଦ୍ର ଓ ପ୍ରହଲ୍ଲାଦ ଯୋଶୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା
  • ଅନୁଗୁଳ ଓ କେନ୍ଦ୍ରାପଡାରେ ସମ୍ ହସ୍ପିଟାଲ ସହାୟତାରେ ହେବ ନୂଆ କୋଭିଡ୍ ହସ୍ପିଟାଲ
  • ଏବେ ୧୩୫୦ ଶଯ୍ୟା ପ୍ରସ୍ତୁତ, ପୃଥକାବାସ ପାଇଁ ୭ହଜାର ପଞ୍ଚାୟତରେ ୪ଲକ୍ଷ ଶଯ୍ୟା ପ୍ରସ୍ତୁତ
  • ବାଚସ୍ପତି, ବିଧାୟକଙ୍କ ସହ ହାତଧୁଆ, ସାମାଜିକ ଦୂରତ୍ବ ରକ୍ଷା କାର୍ଯ୍ୟକାରୀରେ ବି ଆଗୁଆ

ଭୁବନେଶ୍ବର: କରୋନା ଭଳି ଭୟଙ୍କର ବିପର୍ଯ୍ୟୟକୁ ମୁକାବିଲା କରିବା ଲାଗି ରାଜ୍ୟ ସରକାରଙ୍କ ଆଗୁଆ ପ୍ରସ୍ତୁତି ଦେଶରେ ଚର୍ଚ୍ଚାର ବିଷୟ ହେଲାଣି। କେନ୍ଦ୍ର ସରକାରଙ୍କ ଏମସିଏଲ୍ ସହାୟତା ଓ ଓଡ଼ିଶାର ସମ୍ ହସ୍ପିଟାଲ କର୍ତୃପକ୍ଷଙ୍କ ସହଯୋଗରେ ତୃତୀୟ କୋଭିଡ ହସ୍ପିଟାଲ ଉଦଘାଟନ ସହ ସରକାର ଏବେ କରୋନା ସଂକ୍ରମିତଙ୍କ ପାଇଁ ମୋଟ ୧୩୫୦ ଶଯ୍ୟା ପ୍ରସ୍ତୁତ କରିସାରିଲେଣି। କେବଳ ସେତିକି ନୁହେଁ, ରାଜ୍ୟର ପାଖାପାଖି ୭ହଜାର ପଞ୍ଚାୟତରେ ପ୍ରାୟ ୪ଲକ୍ଷ ଶଯ୍ୟା ପୃଥକାବାସ ପାଇଁ ପ୍ରସ୍ତୁତ କରାଯାଇଛି। ଗୋଟିଏ ପଟେ କରୋନା ମୁକାବିଲା କ୍ଷେତ୍ରରେ ସରକାର ପ୍ରାଣମୂର୍ଚ୍ଛା ଉଦ୍ୟମ ଚଳାଇଥିବା ବେଳେ ଅନ୍ୟପଟରେ ଏଥିପାଇଁ ଆଖି ଖୋସିଦେବା ଭଳି ପ୍ରସ୍ତୁତ ରହିବା ଘଟଣା ବିରଳ ବୋଲି ଅନେକ ବିଶେଷଜ୍ଞ ମତ ରଖୁଛନ୍ତି।

ଏମସିଏଲ ସହାୟତାରେ ହୋଇଥିବା ୫୦୦ ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ ସହିତ ୨୫ଟି ଆଇସିୟୁ ବ୍ୟବସ୍ଥା ମଧ୍ୟ ରହିଛି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭିଡିଓ କନଫରେନ୍ସିଂ ଜରିଆରେ ଏହାର ଉଦଘାଟନ କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସଂପୃକ୍ତ ହସ୍ପିଟାଲର ଡାକ୍ତର ଓ ପାରା ମେଡିକାଲ କର୍ମଚାରୀଙ୍କ ସହ ଆଲୋଚନା କରିଥିଲେ। ମୁଖ୍ୟମନ୍ତ୍ରୀ ଉଭୟ କେନ୍ଦ୍ରମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଓ ଧର୍ମେନ୍ଦ୍ର ପ୍ରଧାନଙ୍କ ସହିତ ସମ୍ କର୍ତୃପକ୍ଷଙ୍କୁ ମଧ୍ୟ ପ୍ରଶଂସା କରିଥିଲେ।

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ପ୍ରସ୍ତୁତିକୁ ଭୂୟସୀ ପ୍ରଶଂସା କରିଥିଲେ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଯୋଶୀ ଏ କ୍ଷେତ୍ରରେ ରାଜ୍ୟ ସରକାର ଯାହା ଆବଶ୍ୟକ କରିବେ, ତାହା ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।

କରୋନା ମୁକାବିଲା କ୍ଷେତ୍ରରେ ଓଡ଼ିଶା ଦେଶର ନେତୃତ୍ବ ନେଉଥିବା କୁହାଯାଉଛି। ମୁଖ୍ୟମନ୍ତ୍ରୀ ନିଜେ ବିଧାନସଭାର ବାଚସ୍ପତି, ବିରୋଧୀ ଦଳର ନେତା, ବିଧାୟକମାନଙ୍କ ସହିତ ହାତଧୁଆ କାର୍ଯ୍ୟକ୍ରମ କରି ଯେଉଁ ସଚେତନତା ପର୍ବ ଆରମ୍ଭ କରିଥିଲେ, ସେବେଠାରୁ ଆଉ ପଛକୁ ଫେରିନାହାନ୍ତି। ସାମାଜିକ ଦୂରତ୍ବ ରକ୍ଷା କରିବାର ସ୍ଲୋଗାନ ହେଉ କିମ୍ବା ହାତଧୁଆ ଅଥବା ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ନିର୍ଦେଶର ଅନୁପାଳନ କ୍ଷେତ୍ରରେ ଓଡ଼ିଶା ସରକାରଙ୍କ ପଦକ୍ଷେପ ଦେଶର ଅନ୍ୟ ସମସ୍ତଙ୍କ ଠାରୁ ଢେର୍ ଆଗରେ ରହିଛି।

ଉଲ୍ଲେଖଯୋଗ୍ୟ, ରାଜ୍ୟ ସରକାର ପୂର୍ବରୁ କିମସ ସହାୟତାରେ ୫୦୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ କରିସାରିଛନ୍ତି। ସେହିଭଳି ଅଶ୍ବିନୀ ମେଡିକାଲ ସହାୟତାରେ ମଧ୍ୟ ୧୫୦ ଶଯ୍ୟା ହୋଇସାରିଛି। ଉଭୟ ମେଡିକାଲରେ ଆଜି ଦିନରେ ରୋଗୀ ରହିବା ଆରମ୍ଭ କଲେଣି। ଏ ଦୁଇଟି ଯାକ ହସ୍ପିଟାଲକୁ ଓଡ଼ିଶା ଖଣି ନିଗମ ସହାୟତା ପ୍ରଦାନ କରୁଛନ୍ତି। ଏହାବ୍ୟତୀତ ସୁନ୍ଦରଗଡରେ ମଧ୍ୟ ହାଇଟେକ୍ ହସ୍ପିଟାଲ ସହଯୋଗରେ ଆଉ ୨ଶହ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍ପିଟାଲ କରାଯାଉଛି। ସମ୍ ହସ୍ପିଟାଲ ସହାୟତାରେ ରାଜ୍ୟ ସରକାର ଅନୁଗୁଳ ଓ କେନ୍ଦ୍ରାପଡାରେ ଆଉ ଦୁଇଟି କୋଭିଡ୍ ହସ୍ପିଟାଲ କରିବେ ବୋଲି ଆଜି ଘୋଷଣା କରିଛନ୍ତି।

ଏହି କାର୍ଯ୍ୟକ୍ରମରେ ମୁଖ୍ୟସଚିବ ଅସିତ କୁମାର ତ୍ରିପାଠୀ, ଉନ୍ନୟନ କମିସନର ସୁରେଶ ମହାପାତ୍ର, ଏମସିଏଲ କର୍ତ୍ତୃପକ୍ଷ, ସମ୍ ହସ୍ପିଟାଲ ପକ୍ଷରୁ ମନୋଜ ନାୟକ ଓ କୁଳପତି ଡାକ୍ତର ଅଶୋକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.