ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ମହିଳା ଏବଂ ପୁଲିସ: ସେବେ ବିଜୁ, ଏବେ ନବୀନ…

0
  • କରୋନା ମୁକାବିଲା ନେଇ ସୁଜାତା କାର୍ତିକେୟନ୍ ପ୍ରୟୋଗ କଲେ ଅମୋଘ ଅସ୍ତ୍ର
  • ୧୦୦ ପ୍ରତିଶତ ଲକ୍ ଡାଉନ ସଫଳ ପାଇଁ ମାଆମାନଙ୍କୁ ଦାୟିତ୍ବ ନେବାକୁ ପରାମର୍ଶ

ଭୁବନେଶ୍ବର: ଏକଦା ବିଜୁ ବାବୁ ମହିଳାମାନଙ୍କୁ ପୁଲିସ କ୍ଷମତା ଦେବା କଥା କହିଥିଲେ। ନିଶା ବିରୋଧରେ ବିଜୁ ବାବୁଙ୍କ ଏଭଳି ସାହସିକ ବକ୍ତବ୍ୟ ଓଡ଼ିଶାର କୋଣ ଅନୁକୋଣରେ ଖେଳିଯାଇଥିଲା। ଏହାର ସଙ୍କେତ ଥିଲା ଏୟା ଯେ ପ୍ରତି ଘର ଭିତରୁ ନିଶା ବିରୋଧରେ ମାନସିକତା ସୃଷ୍ଟି ହେବା ଦରକାର। ଏଥିପାଇଁ ମହିଳାମାନଙ୍କୁ ପୁଲିସ ଭଳି ସଜାଗ ହେବାକୁ ପଡିବ।

ଏବେ କରୋନା ମୁକାବିଲା ଘଟଣାରେ ରାଜ୍ୟ ସରକାରଙ୍କର ଆଭିମୁଖ୍ୟ କେଉଁଠି ନା କେଉଁଠି ବିଜୁ ବାବୁଙ୍କ ସମୟର ଏହି କଥାକୁ ମନେ ପକାଇ ଦେଇଛି। ବିଶେଷକରି ଆଜି ମିସନ ଶକ୍ତି ନିର୍ଦେଶିକା ସୁଜାତା କାର୍ତିକେୟନ ପୁଣି ଥରେ କହିଛନ୍ତି ଯେ ମାଆ ମାନେ ହେଉଛନ୍ତି, ଘରର ପୁଲିସ। ବାହାରେ ଲୋକଙ୍କୁ ପୁଲିସ ଜଗିବା ପରି ଘର ଭିତରେ ବି ମହିଳାମାନେ ଅର୍ଥାତ୍ ସବୁ ମାଆମାନେ ପୁଲିସ ହେବା ଦରକାର। ଘରର ପୁଲିସ ହୋଇ ନିଜ ପରିବାର ସଦସ୍ୟଙ୍କୁ ବାହାରକୁ ନବାହାରିବା ପାଇଁ କହିବା ଦରକାର। ସୁଜାତାଙ୍କର ଏଭଳି ମନ୍ତବ୍ୟ ଓଡ଼ିଶାର କୋଣ ଅନୁକୋଣରେ ଥିବା ପ୍ରତି ଘରେ ପହଞ୍ଚିବା ଭଳି ଏକ କଥା। ଏହା ମହିଳା ସଶକ୍ତିକରଣର ସୂଚନା ଦେଉଛି, ସମାନ୍ତରାଳ ଭାବେ ଘରର ସୁରକ୍ଷା ପାଇଁ ମହିଳାମାନେ କେତେ ଉତ୍ତରଦାୟୀ ସେକଥା ବି ସଙ୍କେତ ମିଳୁଛି।

ଶ୍ରୀମତୀ କାର୍ତିକେୟନ୍ କହିଥିଲେ, ରାଜ୍ୟର ସ୍ବୟଂ ସହାୟକ ଗୋଷ୍ଠୀମାନେ ୭୦ଲକ୍ଷ ପରିବାରକୁ ପ୍ରତିନିଧିତ୍ବ କରୁଛନ୍ତି। ଯେତେବେଳେ ଏକ ଅସାଧାରଣ ସମୟ ଆସି ପହଞ୍ଚିଛି, ସେବେ ସେମାନେ ଅସାଧାରଣ କାର୍ଯ୍ୟ କରିଦେଖାଉଛନ୍ତି। ସେବାରେ ଲାଗିଛନ୍ତି। ପୂର୍ବରୁ ମୁଖ୍ୟମନ୍ତ୍ରୀ ଯେତେବେଳେ ପରିବାରରେ ଶପଥ କଥା ଉଠାଇଥିଲେ, ସେତେବେଳେ ଏହି ବାର୍ତା ସ୍ବୟଂ ସହାୟକ ଗୋଷ୍ଠୀର ମହିଳା ପ୍ରତି ଘରେ ପହଞ୍ଚାଇଲେ। ଏବେ ସେମାନେ ଜିଲ୍ଲା ପ୍ରଶାସନ ସହିତ ମିଶି ରାସନ ସାମଗ୍ରୀ ବାଣ୍ଟୁଛନ୍ତି, ରାଜ୍ୟରେ ୬ଶହ ‌ଏଭଳି ଦୋକାନ ପ୍ରତିଷ୍ଠା କରିବାରେ ସକ୍ଷମ ହୋଇଛନ୍ତି। ମାସ୍କ ଅଭାବକୁ ଦୂର କରିବା ଲାଗି ପ୍ରୟାସ ଜାରି କରିଛନ୍ତି ଓ ପାଖାପାଖି ୨୩ଲକ୍ଷରୁ ଅଧିକ ଲୋକଙ୍କୁ ଖାଦ୍ୟ ଦେଇସାରିଲେଣି।

୯୦ ପ୍ରତିଶତ ନୁହେଁ,ଶହେ ପ୍ରତିଶତ ଲକ୍ ଡାଉନ୍ କଥା କହିଛନ୍ତି ସୁଜାତା। ପରୋକ୍ଷରେ ସୂଚାଇଛନ୍ତି ଯେ ଏହା ସେତିକି ବେଳେ ସମ୍ଭବ ହେବ, ଯେତେବେଳେ ମହିଳାମାନେ ଦାୟିତ୍ବ ନେବେ। କାରଣ କରୋନା ଯେତିକି ଭୟଙ୍କର, ତାର ନିଦାନ ବି ସେତିକି ସରଳ। କେବଳ ସାମାଜିକ ଦୂରତ୍ବ ବଜାୟ ରହିଲେ,ଏହା ଆଖପାଖ ପହଞ୍ଚିବ ନାହିଁ। ଅତୀତରେ ଆମ ପୂର୍ବଜ ବହୁ କଥା ତ୍ୟାଗ କରିଛନ୍ତି, ଏବେ ନିଜର ଜୀବନ ସହିତ ନିଜ ପରିବାରର ସ୍ବାର୍ଥ ପାଇଁ ଆଉ ଏକ ସହଯୋଗ ବା ଉତ୍ସର୍ଗର କଥା କୁହାଯାଉଛି।

ସୁଜାତାଙ୍କ ମନ୍ତବ୍ୟ କୋଭିଡ୍ ଘଟଣାରେ ଅନ୍ୟ ସମସ୍ତଙ୍କ ଆବେଦନ ଅପେକ୍ଷା ଅତ୍ୟନ୍ତ ପ୍ରଭାବଶାଳୀ ବୋଲି ରାଜନୈତିକ ମହଲ ବିଶ୍ବାସ କରୁଛନ୍ତି। ଓଡ଼ିଶା ରାଜନୀତିର ଜଣେ ପୋଖତ ନେତାଙ୍କର କହିବା କଥା ହେଉଛି, ଜଣେ ସରକାରୀ ଅଧିକାରୀ ହେଲେ ବି ଶ୍ରୀମତୀ କାର୍ତିକେୟନ ଆଜି ଯେଉଁ ଭାଷାରେ ଲୋକଙ୍କୁ ଛୁଇଁବାକୁ ଚେଷ୍ଟା କରିଛନ୍ତି, ତାହା ଅତ୍ୟନ୍ତ ପ୍ରଭାବଶାଳୀ ମନେ ହୁଏ।

ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କରୋନା ମୁକାବିଲା କରିବା ବେଳେ ପ୍ରତି ପରିବାର ପାଇଁ ଯେମିତି ଶପଥପାଠର କଥା ଛଳରେ ରାଣ ପକାଇବା ପାଇଁ କହିଥିଲେ, ନିଜାମୁଦ୍ଦିନ୍ ଧାର୍ମିକ ସଭାରେ ଯୋଗଦେଇ ଫେରିଥିବା ବ୍ୟକ୍ତିକୁ ୧୦୪ ନମ୍ବରକୁ ଫୋନ କରିବାର ଦାୟିତ୍ବ ମାଆ ଭଉଣୀମାନେ ପ୍ରବର୍ତାଇଥିଲେ, ଏହା ସେମିତି ଏକ ନିବେଦନ। ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ କରୋନାକୁ ହାଡଫୁଟି ସହିତ ତୁଳନା କରି ପ୍ରତି ଘରର ମାଆମାନଙ୍କୁ ବୁଝାଇବାକୁ ଚାହିଁଥିଲେ ଯେ ଏହା ସେଭଳି ଏକ ସରଳ ପ୍ରତିକାର, ଯେମିତି ଅତୀତରେ ସେମାନେ ନିଜ ଘରେ ଏଭଳି ରୋଗୀଙ୍କୁ ଅନ୍ୟ ସମସ୍ତଙ୍କ ଠାରୁ ୧୪ ଦିନ ଯାଏ ଦୂୁରେଇ ରଖି ସଫଳ ହୋଇଥିଲେ। ସାମାଜିକ ଦ୍ବରତ୍ବ ରକ୍ଷା ନେଇ ଏଭଳି ସରଳ ଭାଷା ସବୁ ମାଆମାନେ ବୁଝିଥିବେ ନିଶ୍ଚୟ।

ରାଜନୈତିକ ପର୍ଯ୍ୟବେକ୍ଷର ମହଲର କହିବା କଥା ହେଉଛି, ସେବେ ବିଜୁ ଓ ଏବେ ବିଜେଡି ଲୋକପ୍ରିୟତା ହାସଲ କରିବା ଓ ପାଞ୍ଚ ପାଞ୍ଚ ଥର କ୍ଷମତା ଦଖଲ ପଛର ଅସଲ ରହସ୍ୟ ହେଉଛି, ହାଣ୍ଡିଶାଳ ପର୍ଯ୍ୟନ୍ତ ନବୀନଙ୍କ କଥା ଅତି ସହଜରେ ପହଞ୍ଚିପାରୁଛି, ଯାହା ଅନ୍ୟମାନଙ୍କ କ୍ଷେତ୍ରରେ ହେଉନାହିଁ। ମହିଳାଙ୍କୁ ବିଜୁ ଗୁରୁତ୍ବ ଦେଉଥିଲେ, ସେମାନଙ୍କୁ ଆଗରେ ରଖି ପଞ୍ଚାୟତରେ ୩୩ ପ୍ରତିଶତ ମହିଳା ସଂରକ୍ଷଣ, ଯୌତୁକ ବିରୋଧରେ ଯୁଦ୍ଧ ଘୋଷଣା ଭଳି ପଦକ୍ଷେପ ନେଇଥିଲେ, ଏବେ ନବୀନ ସେହି ଧାରାରେ ୫୦ ପ୍ରତିଶତ ସଂରକ୍ଷଣ ଠାରୁ ଆରମ୍ଭ କରି ଏସଏଚଜି ଆନ୍ଦୋଳନ ଓ ସବୁ କଥାରେ ମହିଳାଙ୍କୁ ସମ୍ବୋଧନ କରିବାର ପ୍ରୟାସ ଜାରି ରଖିଛନ୍ତି। ସେବେ ସଫଳ ହୋଇଥିଲେ, ଏବେ ବି…।

Leave A Reply

Your email address will not be published.