ପ୍ରମୁଖ ଖବର

ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍‌ ୩.୦’
ଟ୍ରକ୍‌ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ

ପାଳଗଦାରୁ ସ୍କୁଟି ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

0

ସୁନ୍ଦରଗଡ଼: ପାଳଗଦାରୁ ସ୍କୁଟି ସହ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଜବତ। ସ୍କୁଟି ସହ ଯୁବକଙ୍କୁ ପୋଡ଼ି ହତ୍ୟା କଲେ ଦୁର୍ବୃତ୍ତ। ଏଭଳି ଏକ ଅଭାବନୀୟ ହତ୍ୟାକାଣ୍ଡ ଘଟିଛି ସୁନ୍ଦରଗଡ଼ ଜିଲା ଲେଫ୍ରିପଡ଼ା ଥାନା ଅନ୍ତର୍ଗତ ସର୍ଗିପାଲି ନବୋଦୟ ସ୍କୁଲ ନିକଟରେ। ଏକ ବିଲରେ ସ୍କୁଟି ସହିତ ଜନୈକ ବ୍ୟକ୍ତଙ୍କ ପୋଡା କଙ୍କାଳ ପୋଲିସ ଉଦ୍ଧାର କରିଛି।

ଗୁରୁବାର ରାତିରେ ସ୍କୁଲ ପଛପଟୁ ଉକ୍ତ ପାଳଗଦା ଜଳୁଥିବା କେତେକ ଲୋକେ ଦେଖିଥିବା ବେଳେ ଶୁକ୍ରବାର ସେଠାରେ ଚାଷ କରୁଥିବା ଜଣେ ଚାଷୀ ବିଲକୁ ଯାଇଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଦେଖିବାକୁ ପାଇଥିଲେ ଓ ସେଠାରେ ଏକ ସ୍କୁଟି ପଡ଼ିଥିବାବେଳେ ତାହା ମଧ୍ୟ ପୋଡ଼ି ଯାଇଥିବା ଦେଖି ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଚଳାଇଛି। ଯୁବକଙ୍କୁ କେହି ହତ୍ୟା କରିବା ପରେ ପାଳଗଦାରେ ପକାଇ ନିଆଁ ଲଗାଇ ଦେଇଥିବା ସନ୍ଦେହ କରାଯାଉଛି। ଏ ନେଇ ପୋଲିସ ମାମଲା ରୁଜୁ କରି ଛାନଭିନ୍‌ ଚଳାଇଛି।

Leave A Reply

Your email address will not be published.