ପ୍ରମୁଖ ଖବର

ବିଶ୍ୱର ତୃତୀୟ ବୃହତ୍ତମ ଅଟୋମୋବାଇଲ୍ ବଜାର ଭାରତ: ଗଡ଼କରୀ
ଉଚ୍ଚ ସମୁଦ୍ର ମତ୍ସ୍ୟ ଆହରଣକୁ ମିଳିଲା ପ୍ରୋତ୍ସାହନ
ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ପ୍ରସ୍ତୁତି, ୨୧ରେ ରାଜ୍ୟ ନିର୍ବାଚନ କମିଶନଙ୍କ ଉଚ୍ଚସ୍ତରୀୟ ବୈଠକ
ଖୋଲିଲା ହୀରାକୁଦର ୧୦ଟି ଗେଟ୍ , ମହାନଦୀକୁ ଛଡ଼ାଗଲା ବନ୍ୟାଜଳ
ଭିଡ଼ ନିୟନ୍ତ୍ରଣ ପାଇଁ ରଥଯାତ୍ରାରେ ଅଧା ହେଲା ଭିଆଇପି କର୍ଡନ୍ ପାସ୍

ବିଷ ପିଇ ଜୀବନ ହାରିଲେ ଆଉ ଜଣେ ଚାଷୀ

0

ପାଟକୁରା: ଅଦିନିଆ ବର୍ଷା ଭାଙ୍ଗି ଦେଇଛି ଚାଷୀଙ୍କ ମେରୁଦଣ୍ଡ। ଆଖି ଆଗରେ ନଷ୍ଟ ହୋଇଗଲା ଅମଳ ହେବାକୁ ବସିଥିବା ଫସଲ। ବର୍ଷଯାକର ପରିଶ୍ରମର ଫଳକୁ ପାଣିରେ ଭାସୁଥିବା ଦେଖି ସହି ପାରୁ ନାହାନ୍ତି ଚାଷୀ। କେନ୍ଦ୍ରାପଡ଼ା ଜିଲ୍ଲାରେ ଗତକାଲି ଜଣେ ଚାଷୀଙ୍କ ଜୀବନ ଯାଇଥିବା ବେଳେ ଆଜି ଆଉ ଜଣଙ୍କ ମୃତ୍ୟୁ ଘଟିଛି । ଜଣେ ଉଜୁଡ଼ା କ୍ଷେତ ଦେଖି ସେହିଠି ଟଳି ପଡିଥିବା ବେଳେ ଆଉ ଜଣେ ବନ୍ଦ ଘରେ କୀଟନାଶକ ପିଇ ନିଜ ଜୀବନ ହାରିଛନ୍ତି।
କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳରେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀଜଣକ ହେଲେ ୭୨ ବର୍ଷ ବୟସ୍କ ଡେରାବିଶ ଅଞ୍ଚଳ ବିଶକ ଗାଁର ଦୈତାରୀ ନାୟକ। ଘର ଭିତରେ କବାଟ କିଳି ଦୈତାରୀ ବିଷ ପିଇ ଆତ୍ମହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆଉ ମୃତ୍ୟୁର କାରଣ ସମାନ। ଦୈତାରୀଙ୍କର ନିଜର କିଛି ବିଲ ନ ଥିବା ବେଳେ ସେ ଭାଗ ଚାଷ କରିଥାନ୍ତି। ଦୈତାରୀ ଋଣ କରି ତିନି ଏକର ଜମିରେ ଧାନ ଭାଗ ଚାଷ କରିଥିଲେ। ହେଲେ ଅଦିନିଆ ବର୍ଷା ତାଙ୍କର ବର୍ଷକର ଅମଳକୁ ଉଜାଡି ଦେଇଥିଲା। ଫସଲ ହାନୀ ପରେ ଦୁଶ୍ଚିନ୍ତାରେ ଭାଙ୍ଗି ପଡ଼ିଥିଲେ ଦୈତାରୀ। ଏହାପରେ ସେ ଘରକୁ ଫେରି କୀଟନାଶକ ପିଇ ଦେଇଥିଲେ। ପରିବାର ଲୋକେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ହସ୍ପିଟାଲରେ ଭିର୍ତ୍ତ କରିଥିଲେ। କିନ୍ତୁ ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୈତାରୀଙ୍କ ମୃତ୍ୟୁ ପରେ ପରିବାର ଲୋକେ କ୍ଷତିପୂରଣ ଓ ଋଣ ବୋଝରୁ ମୁକ୍ତି ପାଇଁ ସରକାରଙ୍କୁ ନିବେଦନ କରିଛନ୍ତି। ଦୈତାରୀଙ୍କ ପରିବାରକୁ ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର ସମବେଦନା ଜଣାଇବା ସହ ତୁରନ୍ତ କ୍ଷତିପୂରଣ ଯୋଗାଇ ଦେବାକୁ ଦାବି କରିଛନ୍ତି।

Leave A Reply

Your email address will not be published.