ଭୁବନେଶ୍ଵର: କଣାସରେ ଝାଡ଼ାବାନ୍ତି ! ୪ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୦ରୁ ଅଧିକ ଗୁରୁତର ଅସୁସ୍ଥ । ୧୬୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦୟା ନଦୀ ଜଳ ବ୍ୟବହାର ଦ୍ବାରା ଏଭଳି ଝାଡ଼ାବାନ୍ତି ବ୍ୟାପୁଥିବା କୁହାଯାଉଛି । ଗାଁରେ ସ୍ବାସ୍ଥ୍ୟ ବିଭାଗ ଟିମ୍ ପହଞ୍ଚି ଲୋକଙ୍କୁ ସଚେତନ କରିବା ସହ ଔଷଧ ବଣ୍ଟନ କରୁଛନ୍ତି । ପ୍ରଶାସନ ତରଫରୁ ଗାଁରେ ପାନୀୟ ଜଳ ଯୋଗାଇ ଦିଆଯାଉଥିବା ବେଳେ ନଳକୂପ ଅଭାବ ପାନୀୟ ଜଳ ସଙ୍କଟକୁ ଦ୍ଵିଗୁଣିତ କରିଛି । ସେପଟେ ଦୟା ସୁରକ୍ଷା ଅଭିଯାନ ଓ ମହାନଦୀ ବଞ୍ଚାଅ ଅଭିଯାନ କମିଟି ତରଫରୁ ପୁରୀ ଜିଲ୍ଲାପାଳଙ୍କ ବିରୋଧରେ କଣାସ ଥାନାରେ ଅଭିଯୋଗ କରାଯାଇଛି । ଦୟା ନଦୀ ପାଣି ଜହର ପାଲଟିଥିବା ବେଳେ ଦୂଷିତ ପାନୀୟ ଜଳ ଯୋଗୁ ପୁରୀ ଜିଲା କଣାସ ବ୍ଳକ ଗଡ଼ିଶାଗୋଦା ପଂଚାୟତର ଜାଗୁଳାଇ ପଦର ଗାଁରେ ଝାଡାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା ବଢୁଥିବା ଲୋକେ ଅଭିଯୋଗ କରିଛନ୍ତି। ତୁରନ୍ତ ସମସ୍ୟାର ସମାଧାନ ନ ହେଲେ ଆଗକୁ ବ୍ୟାପକ ଜନ ଆନ୍ଦୋଳନ ହେବ ବୋଲି ସ୍ଥାନୀୟ ଲୋକେ ଚେତାବନୀ ଦେଇଥିଲେ। ସ୍ବାସ୍ଥ୍ୟ ବିଭାଗ ଟିମ୍ ଝାଡାବାନ୍ତି ବ୍ୟାପିଥିବା ଗ୍ରାମକୁ ଯାଇ ସଚେତନା କରାଇବା ସହିତ ଦୟା ନଦୀର ଜଳକୁ ବ୍ୟବହାର ନକରିବା ପାଇଁ ପରାମର୍ଶ ଦେଇଛନ୍ତି । ପୂର୍ବରୁ ନୂଆଗାଁ ଗ୍ରାମର ସାରଥୀ ପ୍ରଧାନ ଓ ସଚଳା ସାହୁଙ୍କ ମୃତ୍ୟୁ ହୋଇଥିବାବେଳେ ଗତକାଲି ରାତ୍ରରେ ମାଗି ଦଳାଇ ଏବଂ ନଇକୂଳ ପାଟଣା ଗ୍ରାମର ଗୁରେଇ ସେଠୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଏହି ପରିପ୍ରେକ୍ଷୀରେ ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ପ୍ରତିକ୍ରିୟା ରଖିଛନ୍ତି। ରାଜ୍ୟ ସରକାର ସ୍ଥିତି ଉପରେ ନଜର ରଖିଛନ୍ତି। ଦୟା ନଦୀ ପାଣିରେ ଭୂତାଣୁ ଥିବା ସନ୍ଦେହରେ ପାଣି ନ ପିଇବାକୁ ଲୋକଙ୍କୁ ପରାମର୍ଶ ଦେଇଛନ୍ତି।
ପ୍ରମୁଖ ଖବର
ଗଣଶିକ୍ଷା ମନ୍ତ୍ରୀଙ୍କ ବଡ଼ ଘୋଷଣା, ବସ୍ରେ ମାଗଣା ଯିବେ ଛାତ୍ରୀଛାତ୍ର
ସେପ୍ଟେମ୍ବର ୧୫ରୁ ଆରମ୍ଭ ହେବ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ: ଆଇନ ମନ୍ତ୍ରୀ
ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ : ସର୍ବସାଧାରଣ ସ୍ଥାନରେ କୁକୁରଙ୍କୁ ଖାଇବାକୁ ଦେବା ନିଷେଧ
ପିଏମଜିଏସ୍ୱାଇ ରାସ୍ତା ନିର୍ମାଣ କ୍ଷେତ୍ରରେ ଓଡିଶା ଦେଶରେ ଚତୁର୍ଥ
ଅନଲାଇନ୍ ଗେମିଂ ବିଲକୁ ମିଳିଲା ରାଷ୍ଟ୍ରପତିଙ୍କ ମଞ୍ଜୁରୀ
ଗଛରେ ଚଢ଼ି କାନ୍ଥ ଡେଇଁ ସଂସଦ ଭିତରକୁ ପ୍ରବେଶ କଲେ ଦୃର୍ବୁତ୍ତ