ପ୍ରମୁଖ ଖବର

ଖୁବଶୀଘ୍ର ଦକ୍ଷିଣ ଓଡ଼ିଶା ବିକାଶ ପରିଷଦ ଗଠନ ହେବ-ମୁଖ୍ୟମନ୍ତ୍ରୀ
ମହିଳାଙ୍କୁ ସରାକରଙ୍କ ରାକ୍ଷୀ ଭେଟି, ଆସିଲା ସୁଭଦ୍ରାର ୩ୟ କିସ୍ତି ଟଙ୍କା
ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଘରୋଇ ହସ୍ପିଟାଲରେ ଶୁକ୍ରବାର ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ
କୋରାପୁଟରେ ସ୍କୁଲ ଛାତ୍ରୀଙ୍କ ହାତରୁ ରାକ୍ଷୀ ବାନ୍ଧିଲେ ମୁଖ୍ୟମନ୍ତ୍ରୀ
ଆତଙ୍କବାଦୀଙ୍କ ଗୁଳିବିନିମୟରେ ୨ ଯବାନ ଶହିଦ, ୧୦ ଆହତ
ରାଜଧାନୀରେ ଅଘଟଣ: ୧୦୦ ଫୁଟ ଲମ୍ବା କାନ୍ଥ ଭୁଶୁଡ଼ି, ୭ ମୃତ
କ୍ରୀଡ଼ାର ପ୍ରସାର ପାଇଁ ଜିନ୍ଦଲ ଫାଉଣ୍ଡେସନକୁ ଫିକି ପକ୍ଷରୁ ସ୍ପେଶାଲ ଆପ୍ରିସିଏସନ ଆଓ୍ୱାର୍ଡ

ମାଲକାନଗିରି ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଗିରଫ

0

ମାଲକାନଗିରି: ମାଲକାନଗିରି ଜିଲା ଜଳ ବିଭାଜିକା ପ୍ରକଳ୍ପ ଉପନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ର ଗିରଫ। ଶାନ୍ତନୁଙ୍କ ସହ ୫ ଜଣଙ୍କୁ ଗିରଫ କରାଯାଇଇଛି। ଆୟବହିର୍ଭୂତ ସଂପତ୍ତି ଠୁଳ ଓ ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ଶୁକ୍ରବାର ଶାନ୍ତନୁ ଓ ତାଙ୍କ ୫ ସହଯୋଗୀଙ୍କୁ ଗିରଫ କରାଯାଇଛି। ଆୟବହିର୍ଭୁତ ସମ୍ପତ୍ତି ୧ଟି ବହୁମହଲା କୋଠା, ୪ଟି ଉଚ୍ଚ ମୂଲ୍ୟର ପ୍ଲଟ, ପ୍ରାୟ ୪୨୨ ଗ୍ରାମ ସୁନା, ୯୧ ଲକ୍ଷ ଟଙ୍କାରୁ ଅଧିକ ଜମା, ୨ କୋଟି ନଗଦ ଟଙ୍କା ସନ୍ତୋଷଜନକ ଭାବରେ ଶାନ୍ତନୁ ବ୍ୟାଖ୍ୟା କରିପାରି ନ ଥିଲେ। ଏ ନେଇ ମହାପାତ୍ରଙ୍କୁ ଓଡ଼ିଶା ଭିଜିଲାନ୍ସ ଗିରଫ କରିଛି। ଆଜି ତାଙ୍କୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ପାଇଁ କୋର୍ଟକୁ ପଠାଯିବ।

ଏହା ବ୍ୟତୀତ ମହାପାତ୍ରଙ୍କ ୪ ଜଣ ସହଯୋଗୀଙ୍କ ମଧ୍ୟରେ ୩ ଜଣ ସରକାରୀ କର୍ମଚାରୀ ମୋହନ ମଣ୍ଡଳ ସହାୟକ କୃଷି ଇଞ୍ଜିନିୟର, ବିଶ୍ୱଜିତ ମଣ୍ଡଳ ଡିଇଓ, ଅମୀୟକାନ୍ତ ସାହୁ, ଜନସେବା କେନ୍ଦ୍ର ପରିଚାଳକ ଅଲେଖ ପ୍ରଧାନଙ୍କୁ ମଧ୍ୟ ମହାପାତ୍ରଙ୍କ ସହିତ ସରକାରୀ ଅର୍ଥ ଆତ୍ମସାତ ପାଇଁ ଗିରଫ କରାଯାଇଛି। ଏହି ସମ୍ପର୍କରେ, ମାଲକାନଗିରିର ଜଳବିଭାଜିକାର ଉପନିର୍ଦ୍ଦେଶକ ଏବଂ ପ୍ରକଳ୍ପ ନିର୍ଦ୍ଦେଶକ ସାନ୍ତନୁ ମହାପାତ୍ରଙ୍କ ବିରୋଧରେ କୋରାପୁଟ ଭିଜିଲାନ୍ସ ମାମଲା ନଂ. ୦୨/୨୦୨୫ ରୁଜୁ କରାଯାଇଛି।

ସୂଚନାଯୋଗ୍ୟ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବୁଧବାର ମାଲକାନଗିରି ଜିଲା ଜଳ ବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ କୁମାର ମହାପାତ୍ରଙ୍କ ବାସଭବନ ସମେତ ବିଭିନ୍ନ ଠିକଣାରେ ଚଢ଼ାଉ କରିଥିଲା ଭିଜିଲାନ୍ସ। ଚଢ଼ାଉ ସମୟରେ ଜୟପୁରରେ ୬ ହଜାର ବର୍ଗଫୁଟ ଅଞ୍ଚଳରେ ୩ ମହଲାର ବିଳାସପୂର୍ଣ୍ଣ କୋଠା, ଜୟପୁର ଓ ଭୁବନେଶ୍ବରରେ ୪ଟି ଦାମୀ ପ୍ଲଟ୍, ଗୋଟିଏ କାର, ଦୁଇଟି ବାଇକ୍, ବୀମା, ବ୍ୟାଙ୍କ ଜମା ଆଦି ଅମାପ ସମ୍ପତ୍ତି ଦେଖି ତାଜୁବ ହୋଇଯାଇଥିଲା ଭିଜିଲାନ୍ସ ଟିମ୍‌। ଗୁରୁବାର ତାଙ୍କୁ ଭୁବନେଶ୍ଵର ଅଣାଯାଇଥିଲା। ଏସବିଆଇର ପୁରୁଣା ଭୁବନେଶ୍ଵରସ୍ଥିତ କପିଳପ୍ରସାଦ ଶାଖାରେ ଥିବା ତାଙ୍କ ଲକର ଖୋଲି ଅଧିକ ଯାଞ୍ଚ କରିଥିଲା ଭିଜିଲାନ୍ସ ଟିମ୍‌। ଲକରରୁ ଭିଜିଲାନ୍ସକୁ ମିଳିଥିଲା ନଗଦ ୨ ଲକ୍ଷ ଟଙ୍କା ଓ ଏକାଧିକ ଜମିଜମା କାଗଜପତ୍ର। ବିଦେଶୀ ନିବେଶ ନେଇ ମଧ୍ୟ ତଦନ୍ତ ଚାଲିଛି।

ତେବେ ଶାନ୍ତନୁ ଏବଂ ତାଙ୍କ ସହଯୋଗୀ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ଦର୍ଶାଇ ଶ୍ରମିକ ଖାତାକୁ ଟଙ୍କା ଟ୍ରାନ୍ସଫର କରାଇ ସରକାରୀ ଅର୍ଥ ହଡ଼ପ କରିଥିବା ଜଣାପଡ଼ିଛି। ତଲାସୀ ସମୟରେ ଶାନ୍ତନୁଙ୍କ ସହଯୋଗୀ ତଥା ଡାଟା ଏଣ୍ଟ୍ରି ଅପରେଟର ବିଶ୍ୱଜିତ ମଣ୍ଡଳ ଏବଂ କାର୍ଯ୍ୟାଳୟର ଚୁକ୍ତିଭିତ୍ତିକ କର୍ମଚାରୀ ଅମିୟକାନ୍ତ ସାହୁଙ୍କ ଘରୁ ବହୁ ସଂଖ୍ୟକ ଶ୍ରମିକଙ୍କ ପାସବୁକ୍ ଜବତ କରାଯାଇଥିଲା। ଶ୍ରମିକମାନଙ୍କ ବ୍ୟାଙ୍କ ଖାତାକୁ ଏମାନେ ପରିଚାଳିତ କରି ସରକାରୀ ଅର୍ଥ ହଡ଼ପ କରିଥିବା ଜଣାପଡ଼ିଛି। ତଦନ୍ତରୁ ଏହା ମଧ୍ୟ ଜଣାପଡ଼ିଛି ଯେ, ଗଞ୍ଜାମର ଜଗନ୍ନାଥ ପ୍ରସାଦରେ ଏକ ଜନ ସେବା କେନ୍ଦ୍ର ପରିଚାଳନା କରୁଥିବା ଅଲେଖ ଚନ୍ଦ୍ର ପ୍ରଧାନ ନାମକ ବ୍ୟକ୍ତି ଲାଞ୍ଚ ଆଦାୟରେ ଶାନ୍ତନୁଙ୍କ ମାଧ୍ୟମ ଭାବେ କାମ କରୁଥିଲେ। ସେ ପ୍ରକଳ୍ପ ନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ତରଫରୁ କଣ୍ଟ୍ରାକ୍ଟର ଏବଂ ଅନ୍ୟମାନଙ୍କଠାରୁ ଲାଞ୍ଚ ଆଦାୟ କରୁଥିଲେ ଏବଂ ପରେ ଶାନ୍ତନୁଙ୍କୁ ଟଙ୍କା ଟ୍ରାନ୍ସଫର କରୁଥିଲେ। ଯାଞ୍ଚ ସମୟରେ ଅଲେଖ ପ୍ରଧାନଙ୍କ ଦ୍ଵାରା ୨୦୧୯ରୁ ୨୦୨୪ ପର୍ଯ୍ୟନ୍ତ ୧ କୋଟିରୁ ଅଧିକ ଟଙ୍କା ଟ୍ରାନ୍ସଫରର ପ୍ରମାଣ ମିଳିଛି।

Leave A Reply

Your email address will not be published.