ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ଟ୍ୱିନ୍‌ ସିଟିକୁ ଜଗିବ ଏଆଇ କ୍ୟାମେରା

0

ଭୁବନେଶ୍ବର: ଟ୍ୱିନ୍‌ ସିଟି କଟକ ଓ ଭୁବନେଶ୍ୱରରେ ଲାଗିବ ଏଆଇ କ୍ୟାମେରା। ଏନେଇ ସୋମବାର ପୁଲିସ କମିଶନର ସୁରେଶ ଦେବଦତ୍ତସିଂ ସୂଚନା ଦେଇଛନ୍ତି। ଆଡଭାନ୍ସ ଫେସିଆଲ୍ ରେକୋକନାଇଜ ସିଷ୍ଟ ଜରିଆରେ ଚିହ୍ନଟ ହେବେ ଅପରାଧୀ ଓ ଟ୍ରାଫିକ ଖିଲାପକାରୀ। ବାୟୋ ମେଟ୍ରିକ୍ସ ଆକ୍ସେସ କଣ୍ଟ୍ରୋଲ ସିଷ୍ଟ ଜରିଆରେ ଚିହ୍ନଟ ହେବେ। ଟେକ୍ନୋଲୋଜି ଜରିଆରେ ଅପରାଧ ରୋକିବାକୁ ପୁଲିସ ପକ୍ଷରୁ ଗୁରୁତ୍ୱ ପଦକ୍ଷେପ ଗ୍ରହଣ କରାଯାଉଛି। ଲୋକଙ୍କ ସୁରକ୍ଷା ପାଇଁ ପାଟ୍ରୋଲିଂ କରିବ ପୁଲିସ। ଆପାର୍ଟମେଣ୍ଟରେ ବ୍ୟାପକ ସିସିଟିଭି,ସିକ୍ୟୁରିଟି ଗାର୍ଡ ମୁତୟନକୁ ମଧ୍ୟ ଗୁରୁତ୍ୱ ଦିଆଯିବ।

ତେବେ ଏବେ ରାଜଧାନୀ ଭୁବନେଶ୍ବର ତଥା ସିଲଭର ସିଟି କଟକରେ ଅପରାଧିକ କାର୍ଯ୍ୟକଳାପ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଚୋରି ଡକାୟତି ସାଙ୍ଗକୁ ଗଣ୍ଡଗୋଳ ମଧ୍ୟ ବୃଦ୍ଧି ପାଇଛି। ଦିନ ଦ୍ବିପହରରେ ଲୋକଙ୍କୁ ମୁଣ୍ଡ ଗଣ୍ଡିରୁ ଅଲଗା କରିଦିଆଯାଉଛି। ଯାହା ଏବେ ଟ୍ବିନ୍ ସିଟିର ସୁରକ୍ଷା ବ୍ୟବସ୍ଥାକୁ ବିପର୍ଯ୍ୟସ୍ତ କରିପକାଇଛି। ତା ଉପରେ ପୁଣି ବେପୁରୁଆ ଗାଡିଚାଳନା। ବେପୁରୁଆ ହୋଇ କିଛି ଲୋକ ଟ୍ରାଫିକ ନିୟମ ନମାନି ଗାଡି ଚଳାଉଛନ୍ତି, ଫଳରେ ଶହ ଶହ ଦୁର୍ଘଟଣା ଘଟୁଛି। ଏବେ ଏ ସବୁ ଉପରେ ନଜର ରଖିବ ଏଆଇ। ଏଆଇ କ୍ୟାମେରା ଦ୍ବାରା ଏମାନଙ୍କୁ ସାବାଡ କରିବାରେ ଏବେ ସଫଳ ହେବେ ପୋଲିସ୍ ବିଭାଗ।

Leave A Reply

Your email address will not be published.