ପ୍ରମୁଖ ଖବର

୫ରୁ ୧୭ ବର୍ଷ ପିଲାଙ୍କ ଆଧାର ବାୟୋମେଟ୍ରିକ୍‌ ଅପଡେଟ୍‌ ମାଗଣା
‘ଚଳିବ’ ମାନସିକତା ବଦଳାଇ ସମୟାନୁବର୍ତ୍ତିତାକୁ ଗୁରୁତ୍ୱ: ମୋଦୀଙ୍କ ଆହ୍ୱାନ
ଏନ୍‌ଟିପିସି ପ୍ଲାଣ୍ଟରେ ଭୟଙ୍କର ବିସ୍ଫୋରଣ, ୫ ଶ୍ରମିକ ଆହତ
ରାଜ୍ୟ ସହିବ ୧ ଲକ୍ଷ କୋଟିର କ୍ଷତି: ଏମ୍‌ଏମ୍‌ଡିଆର୍‌ ବିଲ୍‌କୁ କଂଗ୍ରେସର ବିରୋଧ, ସ୍ୱତନ୍ତ୍ର ଅଧିବେଶନ ଦାବି
ୟୁପିର ୫୨ ନେତାଙ୍କୁ ମିଳିବ ବୁଲେଟ୍‌ପ୍ରୁଫ୍‌ ଜାକେଟ୍‌
୪ ବର୍ଷରୁ କମ୍ ପିଲାଙ୍କ ପାଇଁ କାଶ-ଥଣ୍ଡା ଔଷଧ ଉପରେ କେନ୍ଦ୍ରର କଟକଣା
ଚିନି ଦରରେ ରେକର୍ଡ ବୃଦ୍ଧି
ନେତାନ୍ୟାହୁଙ୍କ ବିରୋଧରେ ତୁର୍କୀର ଗିରଫ ପରୱାନା

ବାହାଘର ପ୍ରୋସେଶନ ବେଳେ ବରକୁ ହତ୍ୟା ପାଇଁ ସୁପାରୀ

0

ଦେଓଗାଁ: ବରକୁ ହତ୍ୟା ଯୋଜନା ବେଳେ ମାଡ଼ି ବସିଲେ ଗାଁ ଲୋକ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବାବେଜୁରୀ ଗାଁରେ। ବାହାହେବାକୁ ଆସି ସାଂଘାତିକ ଷଡଯନ୍ତ୍ରର ହୋଇଥିଲେ ଶିକାର। ବଞ୍ଚିଗଲା ବରର ଜୀବନ।

ସୂଚନା ଅନୁସାରେ, ବଲାଙ୍ଗୀର ଜିଲା ଦେଓଗାଁ ଥାନା ବାବେଜୁରୀ ଗାଁରେ ବାହାଘର ହେବାର ଥିଲା। ଗାଈବାହାଲ ଗାଁର ରାଜକୁମାର ପ୍ରଧାନ ବର ସାଜି ବାବେଜୁରୀ ଗାଁକୁ ବରଯାତ୍ରୀରେ ଯାଇଥିଲେ। ଏହି ସମୟରେ ୧୦ ଜଣ ଯୁବକ ନିଶାସକ୍ତ ଅବସ୍ଥାରେ ମରଣାସ୍ତ୍ର ଧରି ପହଞ୍ଚିଥିଲେ। ବରଙ୍କୁ ଆକ୍ରମଣ ପାଇଁ ଯୋଜନା କରୁଥିବା ସମୟରେ ନିର୍ଧୂମ ଛେଚିଥିଲେ ଗାଁ ଲୋକେ। ୭ ଜଣଙ୍କୁ କାବୁ କରି ଦେଓଗାଁ ପୋଲିସକୁ ଜିମା ଦେଇଥିଲେ ଗାଁ ଲୋକେ।

ଅଟକ ଯୁବକମାନେ ଭୀମଡୁଙ୍ଗୁରି ଏବଂ କୁକୁରଖାଇ ଗାଁର ହୋଇଥିବା ଜଣାପଡ଼ିଛି। ପୋଲିସ ଯୁବକମାନଙ୍କଠାରୁ ମାରଣାସ୍ତ୍ର ସହିତ ଏକ ଦେଶୀ ପିସ୍ତଲ ଜବତ କରିଛି। ପୋଲିସ ଯୁବକମାନଙ୍କୁ ଥାନା ରଖି ଅଧିକ ତଦନ୍ତ ପାଇଁ ପଚରାଉଚରା କରୁଛି। ଉକ୍ତ ଘଟଣାରେ ମହଲେର ଜଣେ ସୁପାରି ଦେଇଥିବା ଅଭିଯୋଗକୁ ନେଇ ପୋଲିସ ଅଧିକ ତଦନ୍ତ କରୁଛି। ତେବେ କ’ଣ ପାଇଁ ଓ କିଏ ବରକୁ ହତ୍ୟା ପାଇଁ ସୁପାରୀ ଦେଇଥିଲା ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନାହିଁ।

Leave A Reply

Your email address will not be published.