ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

କିଡନୀ, ଲିଭର ଦାନ କରି ୨ ଜଣଙ୍କ ଜୀବନ ବଞ୍ଚାଇଲେ ୧ବର୍ଷର ଶିଶୁ

0

ଭୁବନେଶ୍ଵର: ମୃତ୍ୟୁ ପରେ ବି ଅମର ହୋଇଗଲା କୁନି ପୁଅ ଜନ୍ମେଶ। କିଡନୀ, ଲିଭର ଦାନ କରି ଅନ୍ୟ ୨ ଜଣଙ୍କ ଜୀବନ ବଞ୍ଚାଇ ଅମର ହୋଇଗଲା ଭୁବନେଶ୍ଵରର ଜନ୍ମେଶ ଲେଙ୍କା। ଶିଶୁଟି ମାତ୍ର ଏକ ବର୍ଷର ହୋଇଥିବା ବେଳେ ଶେଷକୃତ୍ୟବେଳେ ତାଙ୍କୁ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଛି।
ସୂଚନା ଅନୁସାରେ, ୧୦ ଦିନ ତଳେ କାନ୍ଦୁଥିବାବେଳେ ହଠାତ୍ ଜନ୍ମେଶର ହାର୍ଟ ଚୋକ ହୋଇ ଯାଇଥଲା। ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଦୀର୍ଘଦିନର ଉଦ୍ୟମ ପରେ ବି ତାଙ୍କୁ ବଞ୍ଚାଇ ପାରିନଥିଲେ ଡାକ୍ତର। ଶେଷରେ ଶେଷ ନିଶ୍ଵାସ ତ୍ୟାଗ କରିଥିଲା କୁନି ପୁଅ ଜନ୍ମେଶ। ନିଜ ଘରର ଛୋଟ ଛୁଆଟିକୁ ହରାଇ ପୁରା ପରିବାର ଧୈର୍ଯ୍ୟହରା ହୋଇ ପଡିଥିବା ବେଳେ ମୃତ ପୁଅର କିଡ୍‌ନୀ ଓ ଲିଭର ଦାନ କରିବାକୁ ନିଷ୍ପତ୍ତି ନେଇଥିଲେ ପୁରା ପରିବାର। ଜନ୍ମେଶଙ୍କ କିଡନୀ ଏବଂ ଲିଭରରେ ଏବେ ୨ଜଣଙ୍କ ଜୀବନ ବଞ୍ଚିଯାଇଛି। ଜନ୍ମେଶଙ୍କ ଲିଭର ଦିଲ୍ଲୀର ଜଣେ ପିଲା ଦେହରେ ଲଗାଯାଇଥିବା ବେଳେ କିଡ୍‌ନୀ ଭୁବନେଶ୍ବର ଜଣେ ପିଲାଙ୍କ ଦେହରେ ଲାଗଛି। ଏସବୁ ଭିତରେ ମଧ୍ୟ କୁନି ପିଲାର ଏ ଦାନ ପାଇଁ ପ୍ରଶଂସାର ସୁଅ ଛୁଟୁଛି। ପିଲାଟିର ମହତ୍ କାର୍ଯ୍ୟ ପାଇଁ ଶେଷକୃତ୍ୟବେଳେ ତାକୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଛି।

Leave A Reply

Your email address will not be published.