ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ଘରୁ ଡାକିନେଇ ବୃଦ୍ଧଙ୍କୁ ନୃଶଂସ ହତ୍ୟା କଲେ ମାଓବାଦୀ

0

ଛତିଶଗଡ଼: ଘରୁ ଡାକିନେଇ ବୃଦ୍ଧଙ୍କୁ ଗୁଳି କରିଦେଲେ ମାଓବାଦୀ। ମାଲକାନଗିରି ସୀମାନ୍ତ ଛତିଶଗଡ଼ ସୁକମାରେ ମାଓବାଦୀ ଏଭଳି ବର୍ବରକାଣ୍ଡ ଘଟଣାଇଛନ୍ତି। ପୋଲିସ ଇନଫର୍ମର ସନ୍ଦେହରେ ବୃଦ୍ଧଙ୍କୁ ନୃଶଂସ ହତ୍ୟା କରିଛନ୍ତି। ମୃତକ ହେଲେ ପୂର୍ବତନ ବିଧାୟକ ମନୀଷ କୁଞ୍ଜମଙ୍କ ସାନ ଶ୍ବଶୁର।

ପେଟାପାଡ଼ ଗାଁର କଲୁମୁ ହିଡ଼ମାଙ୍କୁ ଘରୁ ଡାକିନେଇ ହତ୍ୟା କରିଛନ୍ତି। ଏହି ଘଟଣା ପରେ ପୋଲିସ ପକ୍ଷରୁ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି। ସୂଚନା ଅନୁସାରେ ଗତକିଛି ଦିନ ତଳେ ଛତିଶଗଡ ବିଜାପୁର ବୁଡଗିଚେରୁ ଗାଁରେ ୨ ଜଣ ଯୁବକଙ୍କୁ ନିର୍ମମ ଭାବେ ହତ୍ୟା କରିଥିଲେ ମାଓବାଦୀ। ପୋଲିସ ଇନଫର୍ମର ସନ୍ଦେହରେ ୨ ଯୁବକଙ୍କୁ ହତ୍ୟା କରାଯାଇଛି ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଥିଲା।

ଅନ୍ୟପଟେ ଏହି ଦୁଇ ଗ୍ରାମବାସୀ ପୋଲିସକୁ ସୂଚନା ଦେଉଥିବାରୁ ମାଓ ସଂଗଠନର ବହୁ କ୍ଷତି ହୋଇଥିବା ମାଓବାଦୀ ମାନେ କହିଥିଲେ। ତେଣୁ ଦୁଇ ଗ୍ରାମବାସୀଙ୍କୁ ମୃତ୍ୟୁ ଦଣ୍ଡ ଦିଆଯାଇଛି ବୋଲି ମାଓବାଦୀ ସୂଚନା ଦେଇଥିଲେ।

Leave A Reply

Your email address will not be published.