ପ୍ରମୁଖ ଖବର

ପୁରୀ ହୋଟେଲ୍‌ରୁ ଦୁଇ ମୃତଦେହ ଉଦ୍ଧାର: ଆତ୍ମହତ୍ୟା ସନ୍ଦେହ
ସ୍ୱାଧୀନତା ଦିବସ ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଗଡ଼ିବ ସ୍ପେଶାଲ ଟ୍ରେନ୍
ନୂଆ ଢାଞ୍ଚାରେ ମେଟ୍ରୋ ପାଇଁ ବୈଷୟିକ କମିଟି ଗଠନ ହେବ: ନଗର ଉନ୍ନୟନ ମନ୍ତ୍ରୀ
ଜମ୍ମୁ-କାଶ୍ମୀରରେ ବାଦଲ ଫଟା ବର୍ଷା ; ୧୦ ମୃତ୍ୟୁ ସନ୍ଦେହ
ପୋଲିସ ଏନକାଉଣ୍ଟରରେ ଦୁଇ ମାଓବାଦୀ ନିହତ

ମହିଳାଙ୍କ ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ ଉଦ୍ଧାର

0

ତୁମୁସିଙ୍ଗା: ତୁମୁସିଙ୍ଗା ଥାନା ଅନ୍ତର୍ଗତ ଅଁଳାବେରେଣୀ ଗ୍ରାମରେ ଜଣେ ମହିଳାଙ୍କ ରକ୍ତ ଜୁଡୁବୁଡୁ ମୃତଦେହକୁ ପୁଲିସ ଉଦ୍ଧାର କରିବାପରେ ସନ୍ଦେହରେ ପୁଅକୁ ଅଟକ ରଖିଛି। ମୃତ ମହିଳା ଜଣଙ୍କ ଅଁଳାବେରେଣୀ ଗାଁର ଚଞ୍ଚଳା ନାଏକ ବୋଲି ଜଣାପଡ଼ିଛି। ଚଞ୍ଚଳାଙ୍କ ମୁଣ୍ଡରେ ରହିଛି ଗଭୀର କ୍ଷତ। ଧାରୁଆ ଅସ୍ତ୍ରରେ ହାଣି ତାଙ୍କୁ ହତ୍ୟା କରାଯାଇଥିବା ପୁଲିସ ସୂତ୍ରରୁ ପ୍ରକାଶ।

ଚଞ୍ଚଳା ନିଜ ସ୍ୱାମୀଙ୍କ ମୃତ୍ୟୁ ପରେ ପୁଅ ଲିପୁ ନାଏକଙ୍କ ପାଖରେ ରହି ଆସୁଥିଲେ। ତେବେ ତାଙ୍କୁ ଗତ କାଲି ବିଳମ୍ବିତ ରାତିରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଁଳାବେରେଣୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଖବର ପାଇ ତୁମୁସିଙ୍ଗା ପୁଲିସ ଚଞ୍ଚଳାଙ୍କ ପୁଅ ଲିପୁ ନାଏକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି। ଚଞ୍ଚଳାଙ୍କ ପୁଅ ଲିପୁ ତାଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ତଦନ୍ତ ପରେ ସତ୍ୟାସତ୍ୟ ସାମ୍ନାକୁ ଆସିବ ବୋଲି ଏସଡିପିଓ ଜ୍ଞାନରଞ୍ଜନ ମିଶ୍ର ପ୍ରକାଶ କରିଛନ୍ତି।

Leave A Reply

Your email address will not be published.