ଭୁବନେଶ୍ବର: ବଡ଼ କାର୍ଯ୍ୟାନୁଷ୍ଠାନ ନେଲେ ରାଜ୍ୟ ସରକାର। ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷଙ୍କୁ କାର୍ଯ୍ୟରୁ ବିଦା କଲେ ସରକାର। ଗୁରୁବାର ମନ୍ଦାକିନୀ କରଙ୍କୁ ଅଧ୍ୟକ୍ଷ ପଦରୁ ବହିଷ୍କାର କରାଯାଇଛି। ଏଥିସହିତ ଆୟୋଗର ୫ ଜଣ ସଦସ୍ୟ ମଧ୍ୟ ବହିଷ୍କୃତ ହୋଇଛନ୍ତ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ଆଧାରରେ କାରଣ ଦର୍ଶାଅ ହୋଇଥିଲା। ଗତ ନଭେମ୍ବର ମାସରେ ରାଜ୍ୟ ସରକାର କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ଏହା ବିରୋଧରେ ଅଧ୍ୟକ୍ଷା ଓ ସଦସ୍ୟ ହାଇକୋର୍ଟ ଯାଇଥିଲେ। ହାଇକୋର୍ଟ ଆବେଦନ ଖାରଜ କରିବା ପରେ ଗୁରୁବାର ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି।
ପ୍ରମୁଖ ଖବର
୨୦୩୬ ସୁଦ୍ଧା ୫୦୦ ବିଲିୟନ ଡଲାର ଛୁଇଁବ ଓଡ଼ିଶାର ଅର୍ଥନୀତି: ମୁଖ୍ୟମନ୍ତ୍ରୀ
ଭୁବନେଶ୍ଵରରେ ମହାକାଶଚାରୀ ଶୁଭାଂଶୁ ଶୁକ୍ଳା
ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଏଆରଆଇ
ଶ୍ରୀରାମ ମନ୍ଦିରରେ ଉଡ଼ିଲା ଧର୍ମଧ୍ୱଜା