ପ୍ରମୁଖ ଖବର

ପ୍ରେସର ବୋମା ବିସ୍ଫୋରଣରେ ଯବାନ ସହିଦ
କୋରାପୁଟ ଜିଲାପାଳ ପାଇଲେ ପ୍ରଧାନମନ୍ତ୍ରୀ ଆଓ୍ବାର୍ଡ
ଇସ୍ରାଏଲରେ ଚାକିରି ଦେବା ନାଁରେ ଠକେଇ, ନକଲି ସାକ୍ଷାତକାର ବେଳେ ୩ ଗିରଫ
ସମ୍ବଲପୁରରେ ଲୋକଙ୍କ ଅଭିଯୋଗ ଶୁଣିଲେ ମୁଖ୍ୟମନ୍ତ୍ରୀ
ଝାଡ଼ଖଣ୍ଡରେ ପୋଲିସ ଏନକାଉଣ୍ଟର, ୮ ନକ୍ସଲ ନିପାତ
ସରକାରଙ୍କୁ ଡାକ୍ତରଙ୍କ ଚେତାବନୀ; ୭ ଦଫା ଦାବି ପୂରଣ ନହେଲେ ସମୂହ ଇସ୍ତଫା

ପାକିସ୍ତାନୀ ମହିଳାଙ୍କୁ ଦେଶ ଛାଡିବାକୁ କମିଶନରେଟ୍ ପୋଲିସର ନୋଟିସ୍

0

ଭୁବନେଶ୍ବର: ଓଡିଶାରୁ ସମସ୍ତ ପାକିସ୍ତାନୀଙ୍କୁ ବିଦା କରିବା ପାଇଁ ପ୍ରକ୍ରିିୟା ଆରମ୍ଭ ହୋଇ ସାରିଛି। ଭୁବନେଶ୍ୱରରେ ଅଛନ୍ତି ଜଣେ ପାକିସ୍ତାନୀ ମହିଳା। ଦୀର୍ଘମିଆଦି ଭିସାରେ ୨୦୦୮ରୁ ଭୁବନେଶ୍ୱରରେ ରହୁଛନ୍ତି। ଓଡ଼ିଆ ଯୁବକଙ୍କୁ ବିବାହ କରି ଭୁବନେଶ୍ୱରରେ ରହୁଛନ୍ତି ମହିଳା। ତୁରନ୍ତ ପାକିସ୍ତାନ ଫେରିଯିବାକୁ କମିଶନରେଟ୍ ପୋଲିସର ନୋଟିସ୍। ୨୦୨୪ରେ ମହିଳାଙ୍କ ଭିଜା ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ସେ ଭୁବନେଶ୍ୱରେ ରହୁଥିଲେ।

ମହିଳା ଜଣଙ୍କ ଭାରତ ଛାଡ଼ି ପାକିସ୍ତାନ ଚାଲିଯିବା ନିମନ୍ତେ ଏଗଜିଟ୍‌ ଭିସା ପାଇଁ କମିଶନରେଟ୍‌ ପୋଲିସ ନିକଟରେ ଆବେଦନ କରିଥିଲେ କିନ୍ତୁ ସେ ଆବେଦନ ପଡି ରହିଥିଲା। ଏବେ ପହଲଗାମ୍‌ ଘଟଣା ପରେ ସମସ୍ତ ପାକିସ୍ତାନୀ ଭାରତ ଛାଡିବା ପାଇଁ ନିର୍ଦ୍ଦେଶ ଥିବା ବେଳେ ସମ୍ପୃକ୍ତ ପାକିସ୍ତାନୀ ମହିଳାଙ୍କୁ ମଧ୍ୟ ଭୁବନେଶ୍ୱର ଛାଡି ଯିବା ପାଇଁ ପୋଲିସ ନୋଟିସ୍‌ ହୋଇଛି।

ପହଲଗାମ ଆତଙ୍କବାଦୀ ଘଟଣାକୁ ନେଇ ଗତକାଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଡାକିଥିଲେ। ଉକ୍ତ ବୈଠକରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହୋଇ ପାକ୍‌ ନାଗରିକଙ୍କ ଭିଜା ବନ୍ଦ କରିବାକୁ ଶାହା ନିର୍ଦ୍ଦେଶ ଦେଇଥିଲେ। ନିଜ ରାଜ୍ୟରେ ଥିବା ପାକ୍‌ ନାଗରିକଙ୍କୁ ଚିହ୍ନଟ କର। ତାଙ୍କର ଭିଜା ବନ୍ଦ କରି ତୁରନ୍ତ ରାଜ୍ୟରୁ ବନ୍ଦ କରିବାକୁ ଶାହା ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶକୁ ମାନି କମିଶନରେଟ୍‌ ପୋଲିସ ପକ୍ଷରୁ ଜୋର୍‌ଦାର୍‌ ତନାଘନା ଚାଲିଛି। ସେପଟେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନାନୁଯାୟୀ ସମସ୍ତ ପାକିସ୍ତାନୀଙ୍କୁ ଚିହ୍ନଟ କରାଯାଇଛି।

Leave A Reply

Your email address will not be published.