ପ୍ରମୁଖ ଖବର

ଆଇଏମ୍ଏସ୍ ଆଣ୍ଡ ସମ ହସପିଟାଲ- ୨ ନିମନ୍ତେ ୫୦ ସିଟ ବୃଦ୍ଧି କଲା ଏନ୍ ଏମ୍ ସି
ରାଜ୍ୟରେ କୌଣସି ନଦୀରେ ବନ୍ୟା ନାହିଁ : ସର୍ବୋଚ୍ଚ ଯନ୍ତ୍ରୀଙ୍କ ପ୍ରତିକ୍ରିୟା
ବ୍ୟାପିଲାଣି ବାର୍ଡ ଫ୍ଲୁ, ମଲେଣି ୩୦୦ରୁ ଅଧିକ କୁକୁଡ଼ା
ଶ୍ରୀମନ୍ଦିର ନାଟମଣ୍ଡପରୁ ହେବ ଧାଡି ଦର୍ଶନ : ମିଳିଲା ଅନୁମୋଦନ
ଅର୍ଚ୍ଚନା ଓ ପୁଅଙ୍କୁ ମାରିବାକୁ ଉଦ୍ୟମ, ସ୍ବାମୀ ଜଗବନ୍ଧୁଙ୍କୁ ଉଠାଇନେଲା ପୋଲିସ
ସୁରକ୍ଷାକର୍ମୀଙ୍କୁ ବଡ ସଫଳତା:୧୬ ହାର୍ଡକୋର ମାଓବାଦୀ ଗିରଫ
ବିଆରଏସରୁ ନିଲମ୍ବିତ ହେବାର ଦିନକ ପରେ ଦଳ ଛାଡିଲେ କବିତା
ବ୍ୟବସାୟୀଙ୍କୁ ଲୁଟ୍ ଘଟଣାରେ ୩ ହୋମଗାର୍ଡଙ୍କ ସହ ୭ ଗିରଫ

ପୋଲିସ ଗାଡ଼ି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

0

ତାଳଚେର: ପୋଲିସ ଗାଡି ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ। ଅନୁଗୋଳ ଜିଲା ତାଳଚେର ବଲଣ୍ଡା ଅଞ୍ଚଳରେ ମଙ୍ଗଳବାର ସକାଳେ ଏକଓଆଇଏସଏଫ ପୋଲିସ ଗାଡ଼ି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଏଭଳି ଖବର ସାମ୍ନାକୁ ଆସିଛି ଅନୁଗୁଳ ଜିଲ୍ଲା ତାଳଚେର ବଲଣ୍ଡା ଅଞ୍ଚଳରେ। ମୃତକ ହେଲେ ସ୍ଥାନୀୟ ଗୁରୁଦ୍ୱାର ଅଞ୍ଚଳର ୪୦ ବର୍ଷୀୟ ସୁଶାନ୍ତ ସାହୁ।

ସୂଚନା ଅନୁସାରେ, ମଙ୍ଗଳବାର ସକାଳୁ ସୁଶାନ୍ତ ନନ୍ଦିରା ଅଞ୍ଚଳକୁ ନିଜ ଦୋକାନ ଖୋଲିବାକୁ ଯାଉଥିଲେ। ଏହି ସମୟରେ ଏକ ଓଆଇଏସଏଫ ପୋଲିସ ଗାଡ଼ି ଦୃତ ଗତିରେ ଆସି ସୁଶାନ୍ତଙ୍କ ସ୍କୁଟିକୁ ଧକ୍କା ଦେଇ ଘୋଷାଡ଼ି ନେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା।

ହେଲେ ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ, ଘଟଣା ସ୍ଥଳରୁ ଧକ୍କା ଦେଇଥିବା ଓଆଇଏସଏଫ୍ ର ବୋଲେରୋଟି ରହିବା ଫଳରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଏନେଇ ପରିବାର ଲୋକ ଓ ସ୍ଥାନୀୟ ଲୋକ ପହଞ୍ଚି କ୍ଷତିପୂରଣ ଦାବିରେ ତାଳଚେର ବଲଣ୍ଡା ରାସ୍ତାକୁ ଅବରୋଧ କରିଥିଲେ। ଖବର ପାଇ କଲିୟାରୀ ପୋଲିସ ପହଞ୍ଚି ଆନ୍ଦୋଳନକାରୀଙ୍କ ସହିତ ଆଲୋଚନା କରି ବୁଝାସୁଝା କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ।

Leave A Reply

Your email address will not be published.