ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ରଥଯାତ୍ରାରେ ପୁରୀକୁ ଗଡିବ ୧୦୦୦ ବସ

0

ପୁରୀ: ଚଳିତବର୍ଷ ରଥଯାତ୍ରା ପାଇଁ ପୁରୀକୁ ଗଡିବ ୧୦୦୦ ବସ। ଏସଟିଏ କମିଶନର ଅମିତାଭ ଠାକୁରଙ୍କ ଅଧକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ରାଜ୍ୟ ଘରାଇ ବସ ମାଲିକ ସଂଘ ସହ ପୁରୀ, କଟକ, ଭୁବନେଶ୍ବର ବସ ମାଲିକ ସଂଘ, କଟକ ଡିସିପି, ପୁରୀ ଏସପି, କଟକ, ଭୁବନେଶ୍ୱର, ପୁରୀ ଜିଲ୍ଲାର ପରିବହନ ଅଧିକାରୀ, ଏନଏଚଆଇ କର୍ତ୍ତୃପକ୍ଷ ବୈଠକରେ ସାମିଲ ହୋଇଥିଲେ। ରଥଯାତ୍ରାରେ କେମିତି ସୁରୁଖୁରୁରେ ଭକ୍ତମାନେ ପୁରୀ ଯାଇ ପାରିବେ ସେନେଇ ଆଲୋଚନା ହୋଇଛି। ପୁରୀକୁ ସାରାରାଜ୍ୟରୁ ଗଡିବ ବସ। ରେଗୁଲାର ବସ ସହ ସ୍ୱତନ୍ତ୍ର ପରମିଟ ବି ଦିଆଯିବ।

ତାଳବଣିଆ ସହ ମାଳତୀ ପାଟପୁରରେ ହେବ ବସ ପାର୍କିଂ। ଯାତ୍ରୀଙ୍କୁ ବସ ରହଣିସ୍ଥଳରୁ ବଡଦାଣ୍ଡ ଯାଏ ଚାଲିବ ୧୦୦ଟି ବ୍ୟାଟେରୀ ଚାଳିତ ଗାଡ଼ି। ଧାର୍ଯ୍ୟ ଭଡ଼ା ଠାରୁ ଅଧିକ ଭଡ଼ା ନେଇ ପାରିବେନି ଗାଡ଼ି ମାଲିକ। ତାଳବଣିଆ ବସ ଷ୍ଟପେଜରେ ଯାତ୍ରୀଙ୍କୁ ଦିଆଯିବ ୧୦ ଟଙ୍କାରେ ଖାଦ୍ୟ। ଏଥିସହିତ ପୁରୀକୁ ଯାତ୍ରା କରୁଥିବା ସମୟରେ ଯାତ୍ରୀଙ୍କୁ ବସରେ ପାନୀୟ ଜଳ ଯୋଗାଇ ଦିଆଯିବ। ବସରେ ଫାଷ୍ଟଏଡ୍ କିଟର ବ୍ୟବସ୍ଥା ରଖିବାକୁ ରାଜ୍ୟ ପରିବହନ ଆୟୁକ୍ତ ଆଜି ଏକ ସ୍ବତନ୍ତ୍ର ବୈଠକରେ ରାଜ୍ୟ ଘରୋଇ ବସ୍ ମାଲିକ ସଂଘ ସହ ଆଲୋଚନା କରିଛି। ବସରେ କ୍ଷମତାଠାରୁ ଅଧିକ ଯାତ୍ରୀ ନନେବାକୁ ତାଗିଦ କରାଯାଇଛି। ସୁରକ୍ଷିତ ଯାତ୍ରୀ ପରିବହନ ପାଇଁ ୩୦ ଜଣ STA ଅଧିକାରୀ ଦାୟିତ୍ବରେ ରହିବେ। ପୋଲିସ ପକ୍ଷରୁ ଏନ୍ଫୋର୍ସମେଣ୍ଟ ସ୍କ୍ବାର୍ଡ ସହ, ଟ୍ରାଫିକ ବ୍ୟବସ୍ଥାକୁ କଡାକଡି କରାଯିବ ବୋଲି କହିଛନ୍ତି STA କମିଶନର ଅମିତାଭ ଠାକୁର। ବିଭିନ୍ନ ଜାଗାରେ ସିସିଟିଭି କ୍ୟାମେରା ଲାଗିବ। ସେହିଭଳି ବସ୍ ରେ ଯାତ୍ରୀଙ୍କ ଭିଡ ସୁଯୋଗ ନେଇ ପକେଟ ମାର୍ ଓ ମୋବାଇଲ ଫୋନ ଚୋରି ଭଳି ଘଟଣା ରୋକିବାକୁ ପୋଲିସ ନଜର ରଖିବ ବୋଲି କହିଛନ୍ତି ପୁରୀ ଜିଲ୍ଲା ଏସପି।

Leave A Reply

Your email address will not be published.