ପ୍ରମୁଖ ଖବର

ଆଇଏଏସ୍‌ ନିଖିଳ ପବନ କଲ୍ୟାଣ ଓଡ଼ିଶାର ନୂଆ ଜନଗଣନା ନିର୍ଦ୍ଦେଶକ
ଆଖି ବୁଜିଲା ନନ୍ଦନକାନନର ଧଳା ବାଘ ଶାବକ
ଜି-୭ ସମ୍ମିଳନୀରେ ସାମିଲ ନହୋଇପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ
ଗନ୍ଧମାର୍ଦ୍ଦନ ପାହାଡ଼ ଜଙ୍ଗଲରୁ ବିପୁଳ ମାଓ ସାମଗ୍ରୀ ଠାବ
ରାଜ୍ୟରେ ଖୁବଶୀଘ୍ର ନୂଆ ମଦ ନୀତି ଆସିବ ବୋଲି ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି
ବୌଦ୍ଧରୁ ୨ଟି ହାତୀଦାନ୍ତ ଜବତ, ଅଭିଯୁକ୍ତ ଶିକାରୀ ଗିରଫ

ବଦଳିବ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ୍‌ ନାଁ

0

ଭୁବନେଶ୍ବର: ବଦଳିବ ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ନାଁ। ଏନେଇ ଶନିବାର ଦିନ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ବଡ଼ ସୂଚନା ଦେଇଛନ୍ତି। ମନ୍ତ୍ରୀ କହିଛନ୍ତି, ଓଡ଼ିଶାରେ ଓଡ଼ିଆ ଅସ୍ମିତାକୁ ଗୁରୁତ୍ୱ ଦିଆଯିବ। ମାଷ୍ଟରକ୍ୟାଣ୍ଟିନ୍‌ ସହିତ ଇଂରେଜ ଅମଳରୁ ଥିବା କିଛି ପ୍ରମୁଖ ସ୍ଥାନର ମଧ୍ୟ ନାମ ପରିବର୍ତ୍ତନ କରାଯିବ। ଏନେଇ ଉପରସ୍ତରରେ ବିଚାର ବିମର୍ଶ ଚାଲିଥିବା କହିଛନ୍ତି ମନ୍ତ୍ରୀ।

ତେବେ ନାଁ ପରିବର୍ତ୍ତନ ହେଲେ ଓଡ଼ିଶାର ବରପୁତ୍ରଙ୍କ ନାଁରେ ଏହାକୁ ନାମିତ କରାଯାଇପାରେ। ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଷ୍ପତ୍ତି ନେବେ ବୋଲି କହିଛନ୍ତି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ। ପୂର୍ବରୁ ଭାଜପା ସରକାର ଅନେକ ଯୋଜନାର ନାଁ ମଧ୍ୟ ପରିବର୍ତ୍ତନ କରିସାରିଛନ୍ତି।

Leave A Reply

Your email address will not be published.