ନୂଆଦିଲ୍ଲୀ: ଲୋକ ସଭାରେ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ ପାଇଁ ୧୭ ଜଣ ଏମ୍ପିଙ୍କୁ ଚଳିତ ବର୍ଷର ସଂସଦରତ୍ନ ପୁରସ୍କାର ପାଇଁ ଚୟନ କରାଯାଇଛି। ସେମାନଙ୍କ ମଧ୍ୟରେ ଏନ୍ସିପି (ଏସ୍ପି) ଏମ୍ପି ସୁପ୍ରିୟା ସୁଲେ, ଭାଜପା ଏମ୍ପି ରବି କିଶନ ଏବଂ ନିଶିକାନ୍ତ ଦୁବେ, ଶିବସେନା (ୟୁବିଟି)ର ଅରବିନ୍ଦ ସାଓ୍ବନ୍ତ ପ୍ରମୁଖ ରହିଛନ୍ତି। କ୍ରମାଗତ ତୃତୀୟ ପାଳିରେ ସଂସଦୀୟ ଗଣତନ୍ତ୍ର ପ୍ରତି ସୁସଂଗତ ଅବଦାନର ସ୍ବୀକୃତି ସ୍ବରୂପ ୪ ଜଣ ଏମ୍ପିଙ୍କୁ ସ୍ବତନ୍ତ୍ର ଜୁରି ପୁରସ୍କାରରେ ସମ୍ମାନିତ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ଭାଜପା ଏମ୍ପି ଭର୍ତ୍ତୃହରି ମହତାବ, କେରଳ ରିଭଲ୍ୟୁଶନାରି ସୋସିଆଲିଷ୍ଟ ପାର୍ଟି ଏମ୍ପି ଏନ୍.କେ. ପ୍ରେମଚନ୍ଦ୍ରନ, ମହାରାଷ୍ଟ୍ରର ଏନ୍ସିପି-ଏସ୍ପି ଏମ୍ପି ସୁପ୍ରିୟା ସୁଲେ ଏବଂ ଶିବସେନା ଏମ୍ପି ଶ୍ରୀରଙ୍ଗ ଆପ୍ପା ବର୍ନେ। ଏମାନେ ସମସ୍ତେ ଷୋଡ଼ଶ ଲୋକ ସଭା ସମୟରୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଆସୁଛନ୍ତି।
ପୁରସ୍କୃତ ହେବାକୁ ଥିବା ଅନ୍ୟ ଏମ୍ପିମାନେ ହେଲେ ଭାଜପାର ସ୍ମିତା ଉଦୟ ଓ୍ବାଗ, ଶିବସେନାର ନରେଶ ମହସ୍କେ, କଂଗ୍ରେସର ବର୍ଷା ଗାଏକ୍ୱାଡ୍, ଭାଜପାର ମେଧା କୁଲ୍କର୍ନି, ପ୍ରବୀଣ ପଟେଲ, ବିଦ୍ୟୁତ୍ ବରନ ମାହାତୋ, ଦିଲୀପ ସାଇକିଆ ପ୍ରମୁଖ। ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଗଠିତ ଆର୍ଥତ୍କ ସ୍ଥାୟୀ କମିଟି ଏବଂ କଂଗ୍ରେସର ଡ. ଚିରଞ୍ଜିତ ସିଂ ଚନ୍ନିଙ୍କ ଅଧ୍ୟକ୍ଷତାରେ ଗଠିତ କୃଷି ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଏବଂ ବୈଧାନିକ ନିରୀକ୍ଷଣର ମାନ ପାଇଁ ସ୍ବୀକୃତି ପ୍ରଦାନ କରାଯାଇଛି।
ପ୍ରମୁଖ ଖବର
ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ