ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

୧୭ ଏମ୍‌ପିଙ୍କୁ ସଂସଦରତ୍ନ ପୁରସ୍କାର

0

ନୂଆଦିଲ୍ଲୀ: ଲୋକ ସଭାରେ ଦୃଷ୍ଟାନ୍ତମୂଳକ ପ୍ରଦର୍ଶନ ପାଇଁ ୧୭ ଜଣ ଏମ୍‌ପିଙ୍କୁ ଚଳିତ ବର୍ଷର ସଂସଦରତ୍ନ ପୁରସ୍କାର ପାଇଁ ଚୟନ କରାଯାଇଛି। ସେମାନଙ୍କ ମଧ୍ୟରେ ଏନ୍‌ସିପି (ଏସ୍‌ପି) ଏମ୍‌ପି ସୁପ୍ରିୟା ସୁଲେ, ଭାଜପା ଏମ୍‌ପି ରବି କିଶନ ଏବଂ ନିଶିକାନ୍ତ ଦୁବେ, ଶିବସେନା (ୟୁବିଟି)ର ଅରବିନ୍ଦ ସାଓ୍ବନ୍ତ ପ୍ରମୁଖ ରହିଛନ୍ତି। କ୍ରମାଗତ ତୃତୀୟ ପାଳିରେ ସଂସଦୀୟ ଗଣତନ୍ତ୍ର ପ୍ରତି ସୁସଂଗତ ଅବଦାନର ସ୍ବୀକୃତି ସ୍ବରୂପ ୪ ଜଣ ଏମ୍‌ପିଙ୍କୁ ସ୍ବତନ୍ତ୍ର ଜୁରି ପୁରସ୍କାରରେ ସମ୍ମାନିତ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଓଡ଼ିଶାର ଭାଜପା ଏମ୍‌ପି ଭର୍ତ୍ତୃହରି ମହତାବ, କେରଳ ରିଭଲ୍ୟୁଶନାରି ସୋସିଆଲିଷ୍ଟ ପାର୍ଟି ଏମ୍‌ପି ଏନ୍‌.କେ. ପ୍ରେମଚନ୍ଦ୍ରନ, ମହାରାଷ୍ଟ୍ରର ଏନ୍‌ସିପି-ଏସ୍‌ପି ଏମ୍‌ପି ସୁପ୍ରିୟା ସୁଲେ ଏବଂ ଶିବସେନା ଏମ୍‌ପି ଶ୍ରୀରଙ୍ଗ ଆପ୍ପା ବର୍ନେ। ଏମାନେ ସମସ୍ତେ ଷୋଡ଼ଶ ଲୋକ ସଭା ସମୟରୁ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଆସୁଛନ୍ତି।
ପୁରସ୍କୃତ ହେବାକୁ ଥିବା ଅନ୍ୟ ଏମ୍‌ପିମାନେ ହେଲେ ଭାଜପାର ସ୍ମିତା ଉଦୟ ଓ୍ବାଗ, ଶିବସେନାର ନରେଶ ମହସ୍କେ, କଂଗ୍ରେସର ବର୍ଷା ଗାଏକ୍ୱାଡ୍‌, ଭାଜପାର ମେଧା କୁଲ୍‌କର୍ନି, ପ୍ରବୀଣ ପଟେଲ, ବିଦ୍ୟୁତ୍‌ ବରନ ମାହାତୋ, ଦିଲୀପ ସାଇକିଆ ପ୍ରମୁଖ। ଭର୍ତ୍ତୃହରି ମହତାବଙ୍କ ଅଧ୍ୟକ୍ଷତାରେ ଗଠିତ ଆର୍ଥତ୍କ ସ୍ଥାୟୀ କମିଟି ଏବଂ କଂଗ୍ରେସର ଡ. ଚିରଞ୍ଜିତ ସିଂ ଚନ୍ନିଙ୍କ ଅଧ୍ୟକ୍ଷତାରେ ଗଠିତ କୃଷି ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଏବଂ ବୈଧାନିକ ନିରୀକ୍ଷଣର ମାନ ପାଇଁ ସ୍ବୀକୃତି ପ୍ରଦାନ କରାଯାଇଛି।

Leave A Reply

Your email address will not be published.