ପ୍ରମୁଖ ଖବର

ଫାର୍ମା କମ୍ପାନୀ ଫ୍ୟାକ୍ଟ୍ରି ବିସ୍ଫୋରଣରେ ମୃତ୍ୟୁ ସଂଖ୍ୟା ୩୪କୁ ବୃଦ୍ଧି
ବିଏମସି କମିଶନର ଆକ୍ରମଣ ଘଟଣାରେ ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ
ଶରଧାବାଲି ଅଘଟଣ ପରେ ଆଜି ପୁରୀ ଯିବେ ମୁଖ୍ୟମନ୍ତ୍ରୀ
ଶସ୍ତା ହେଲା ଏଲପିଜି ସିଲିଣ୍ଡର
ମୃତ୍ତିକା ସଂରକ୍ଷଣ ବିଭାଗର ଯୁଗ୍ମ ନିର୍ଦ୍ଦେଶକ ଦୟାନିଧି ବାଗ୍‌ ଗିରଫ
ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଗଲେ ୮ ଜିଲ୍ଲାର ଓଏସ ଓ ଓଆରଏସ ଅଫିସର
ବାଣ ତିଆରି କାରଖାନାରେ ବିସ୍ଫୋରଣ; ୫ ମୃତ
୨ ଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି
ବିଶ୍ୱ ପୋଲିସ ଏବଂ ଅଗ୍ନିଶମ କ୍ରୀଡାରେ ବାଜିମାରିଲେ ଓଡ଼ିଶା ପୋଲିସ କନଷ୍ଟେବଳ

ସୁରକ୍ଷା ଦାୟିତ୍ବ ପ୍ରତିହାରୀଙ୍କ ହାତରେ

0

ଭୁବନେଶ୍ବର: ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବ ପ୍ରତିହାରୀ ସେବାୟତଙ୍କ ଉପରେ କାହିଁ କେଉଁ କାଳରୁ ନ୍ୟସ୍ତ ରହିଛି। ଆଜି ଭଳି ଯେତେବଳେ ମା​ଳ ମାଳ ପୁଲିସ, ଥାନା ଶ୍ରୀମନ୍ଦିର ପାଇଁ ନ ଥିଲା, ସେତେବେଳେ ଶହ ଶହ ବର୍ଷ ଧରି ଏମାନେ ହିଁ ମହାପ୍ରଭୁଙ୍କ ସେବା କରିଆସୁଥିଲେ। ଭୋରରୁ ଦ୍ବାର ଖୋଲା ନୀତିଠାରୁ ଆରମ୍ଭ କରି ଭୋଗ, ଭକ୍ତଙ୍କ ଦର୍ଶନ ସବୁଥିରେ ଏମାନଙ୍କର ଏକ ବଡ଼ ଭୂମିକା ରହିଆସିଛି। ହେଲେ କାଳକ୍ରମେ ଶ୍ରୀମନ୍ଦିର ବ୍ୟବସ୍ଥାରେ ସରକାର ଅଧିକ ସକ୍ରିୟ ହେବା ପରେ ଏହି ନିଯୋଗ ପୂର୍ବ ଦାୟିତ୍ବ ନିଷ୍ଠାର ସହିତ ତୁଲାଉଥିଲେ ହେଁ, ତାଙ୍କୁ ଯେଭଳି ଗୁରୁତ୍ବ ଦିଆଯିବା କଥା,ସେମିତି ହୋଇପାରିନାହିଁ।

ହେଲେ କରୋନା କାରଣରୁ ଜାରି ରହିଥିବା କଟକଣା ପରିପ୍ରେକ୍ଷୀରେ ଶ୍ରୀମନ୍ଦିରର ଅତୀତର ଏହି ବ୍ୟବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଆଲୋଚନା ଆରମ୍ଭ େହାଇଛି। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭିନ୍ନ ଭିନ୍ନ ନିଯୋଗ ସହିତ ଆଲୋଚନା ପରେ ଗଣମାଧ୍ୟମକୁ ସ୍ନାନଯାତ୍ରା ସଂପର୍କରେ ସୂଚନା ଦେଇଥିଲେ। ମହାପ୍ରଭୁଙ୍କ ସ୍ନାନ ଯାତ୍ରା ନୀତି କିଭଳି ସମାହିତ ହେବ,ସେ ନେଇ ବିଶଦ ଭାବେ ଆଲୋଚନା ହୋଇଛି।

ଏହି ସମୟରେ ଜଣାପଡିଛି ଯେ ଶ୍ରୀମନ୍ଦିରରେ ସ୍ନାନଯାତ୍ରା ଆଦି କାଳରେ ପ୍ରତିହାରୀ ନିଯୋଗ ପୁଲିସ ଭଳି ସେମାନଙ୍କ ପୂର୍ବ ଦାୟିତ୍ବ ନିର୍ବାହ କରିବେ। କରୋନା ମୁକାବିଲା ପାଇଁ ଏବେ ବ୍ୟାପକ ପୁଲିସ ବଳ ନିୟୋଜିତ େହାଇଥିବା ପରିପ୍ରେକ୍ଷୀରେ ଶ୍ରୀମନ୍ଦିରର ଏହି ମହାନ ପରମ୍ପରାର ଅନୁପାଳନ ଆଧାରରେ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରିବା ଲାଗି ପ୍ରତିହାରୀ ନିଯୋଗଙ୍କ ଉପରେ ଦାୟିତ୍ବ ନ୍ୟସ୍ତ ରହିବ।

ପୃଥକ୍ ପୃଥକ୍ ୧୦ଟି ନିଯୋଗ ସହିତ ମୁଖ୍ୟ ପ୍ରଶାସକ କଥାବାର୍ତା ବେଳେ ଏକଥା ବି ସ୍ଥିର େହାଇଛି ଯେ କେତେ କମ୍ ସଂଖ୍ୟକ ସେବାୟତଙ୍କୁ ନେଇ ସ୍ନାନଯାତ୍ରା ନୀତି ସଂପନ୍ନ ହେବ, ତାହା ସେମାନେ ଜଣାଇବା ପରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇ ଠୋସ୍ ନିଷ୍ପତ୍ତି ନିଆଯିବ। ଆସନ୍ତା ୨୫ ତାରିଖ ସୁଦ୍ଧା ବିଭିନ୍ନ ନିଯୋଗ ସେମାନଙ୍କର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ପ୍ରଶାସନକୁ ଜଣାଇବେ। ଆଜି ମଧ୍ୟାହ୍ନରେ ମୁଖ୍ୟ ପ୍ରଶାସକ ଡାକ୍ତର କ୍ରିଷନ୍ କୁମାର ପୂଜାପଣ୍ଡା, ମହାଜନ, ପ୍ରତିହାରୀ, ସୁଆରବଡ଼ୁ, ପତ୍ରୀବଡ଼ୁ, ମେକାପ, ଖୁଣ୍ଟିଆ, ଗରାବଡ଼ୁ,ପୁଷ୍ପାଳକ, ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରିଥିଲେ।

Leave A Reply

Your email address will not be published.