ପ୍ରମୁଖ ଖବର

ପେପର ଲିକ୍ ମାମଲାରେ କଠୋର ପଦକ୍ଷେପ: ଫାଷ୍ଟ ଟ୍ରାକ୍ କୋର୍ଟ ଗଠନ ଘୋଷଣା କଲେ ପ୍ରଧାନମନ୍ତ୍ରୀ
ଗଜପତି ଜିଲ୍ଲାର ମୋହନା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ ଅଳିଆ ଗଦାରେ ପୁଳା ପୁଳା ନିରାମୟ ଔଷଧ
ମହାନଦୀ ଜଳ ବିବାଦ: ସମାଧାନ ପାଇଁ CWCକୁ ମଧ୍ୟସ୍ଥତା ନିର୍ଦ୍ଦେଶ, ଗଠନ ହେବ ଯୁଗ୍ମ କମିଟି
ଜନ୍ତର ମନ୍ତର ଅଞ୍ଚଳରେ ଇଣ୍ଟରନେଟ୍ ବନ୍ଦ, ସୁରକ୍ଷା କଡ଼ାକଡ଼ି
ସିଏମଓରୁ ଫାଇଲ ଗାଏବ ମାମଲା: ଅବସରପ୍ରାପ୍ତ ଆଇଏଏସ ଉପେନ୍ଦ୍ର ବେହେରା ଓ ରାଜେଶ ବର୍ମାଙ୍କୁ ପୁଣି ନୋଟିସ
ଦେଶରେ ବର୍ଷାର ତାଣ୍ଡବ: ୧୨୦ ମୃତ, ବନ୍ୟା-ଭୂସ୍ଖଳନରେ ଜନଜୀବନ ଅସ୍ତବ୍ୟସ୍ତ
ଶ୍ରୀମନ୍ଦିର ପାଇଁ ଆଉ ଏକ ବଡ଼ ସଫଳତା, ୫ଟି ନୂଆ ଟ୍ରେଡ୍ ମାର୍କକୁ ମିଳିଲା ଅନୁମୋଦନ
ଉତ୍ତରାଖଣ୍ଡରେ ପୁଣି ପେପର ଲିକ୍, ଦୁଇଟି ଇଞ୍ଜିନିୟରିଂ ପରୀକ୍ଷା ବାତିଲ
ରାଜ୍ୟ ସରକାରୀ କର୍ମଚାରୀଙ୍କ ପାଇଁ ବଡ଼ ଖୁସି ଖବର: ୫% ବଢ଼ିଲା ମହଙ୍ଗା ଭତ୍ତା

ସୁରକ୍ଷା ଦାୟିତ୍ବ ପ୍ରତିହାରୀଙ୍କ ହାତରେ

0

ଭୁବନେଶ୍ବର: ଶ୍ରୀମନ୍ଦିର ସୁରକ୍ଷା ଦାୟିତ୍ବ ପ୍ରତିହାରୀ ସେବାୟତଙ୍କ ଉପରେ କାହିଁ କେଉଁ କାଳରୁ ନ୍ୟସ୍ତ ରହିଛି। ଆଜି ଭଳି ଯେତେବଳେ ମା​ଳ ମାଳ ପୁଲିସ, ଥାନା ଶ୍ରୀମନ୍ଦିର ପାଇଁ ନ ଥିଲା, ସେତେବେଳେ ଶହ ଶହ ବର୍ଷ ଧରି ଏମାନେ ହିଁ ମହାପ୍ରଭୁଙ୍କ ସେବା କରିଆସୁଥିଲେ। ଭୋରରୁ ଦ୍ବାର ଖୋଲା ନୀତିଠାରୁ ଆରମ୍ଭ କରି ଭୋଗ, ଭକ୍ତଙ୍କ ଦର୍ଶନ ସବୁଥିରେ ଏମାନଙ୍କର ଏକ ବଡ଼ ଭୂମିକା ରହିଆସିଛି। ହେଲେ କାଳକ୍ରମେ ଶ୍ରୀମନ୍ଦିର ବ୍ୟବସ୍ଥାରେ ସରକାର ଅଧିକ ସକ୍ରିୟ ହେବା ପରେ ଏହି ନିଯୋଗ ପୂର୍ବ ଦାୟିତ୍ବ ନିଷ୍ଠାର ସହିତ ତୁଲାଉଥିଲେ ହେଁ, ତାଙ୍କୁ ଯେଭଳି ଗୁରୁତ୍ବ ଦିଆଯିବା କଥା,ସେମିତି ହୋଇପାରିନାହିଁ।

ହେଲେ କରୋନା କାରଣରୁ ଜାରି ରହିଥିବା କଟକଣା ପରିପ୍ରେକ୍ଷୀରେ ଶ୍ରୀମନ୍ଦିରର ଅତୀତର ଏହି ବ୍ୟବସ୍ଥା ନେଇ ପୁଣି ଥରେ ଚର୍ଚ୍ଚା ଆଲୋଚନା ଆରମ୍ଭ େହାଇଛି। ଆଜି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭିନ୍ନ ଭିନ୍ନ ନିଯୋଗ ସହିତ ଆଲୋଚନା ପରେ ଗଣମାଧ୍ୟମକୁ ସ୍ନାନଯାତ୍ରା ସଂପର୍କରେ ସୂଚନା ଦେଇଥିଲେ। ମହାପ୍ରଭୁଙ୍କ ସ୍ନାନ ଯାତ୍ରା ନୀତି କିଭଳି ସମାହିତ ହେବ,ସେ ନେଇ ବିଶଦ ଭାବେ ଆଲୋଚନା ହୋଇଛି।

ଏହି ସମୟରେ ଜଣାପଡିଛି ଯେ ଶ୍ରୀମନ୍ଦିରରେ ସ୍ନାନଯାତ୍ରା ଆଦି କାଳରେ ପ୍ରତିହାରୀ ନିଯୋଗ ପୁଲିସ ଭଳି ସେମାନଙ୍କ ପୂର୍ବ ଦାୟିତ୍ବ ନିର୍ବାହ କରିବେ। କରୋନା ମୁକାବିଲା ପାଇଁ ଏବେ ବ୍ୟାପକ ପୁଲିସ ବଳ ନିୟୋଜିତ େହାଇଥିବା ପରିପ୍ରେକ୍ଷୀରେ ଶ୍ରୀମନ୍ଦିରର ଏହି ମହାନ ପରମ୍ପରାର ଅନୁପାଳନ ଆଧାରରେ ସୁରକ୍ଷା ବ୍ୟବସ୍ଥାକୁ ନିଶ୍ଚିତ କରିବା ଲାଗି ପ୍ରତିହାରୀ ନିଯୋଗଙ୍କ ଉପରେ ଦାୟିତ୍ବ ନ୍ୟସ୍ତ ରହିବ।

ପୃଥକ୍ ପୃଥକ୍ ୧୦ଟି ନିଯୋଗ ସହିତ ମୁଖ୍ୟ ପ୍ରଶାସକ କଥାବାର୍ତା ବେଳେ ଏକଥା ବି ସ୍ଥିର େହାଇଛି ଯେ କେତେ କମ୍ ସଂଖ୍ୟକ ସେବାୟତଙ୍କୁ ନେଇ ସ୍ନାନଯାତ୍ରା ନୀତି ସଂପନ୍ନ ହେବ, ତାହା ସେମାନେ ଜଣାଇବା ପରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଆଲୋଚନା ହୋଇ ଠୋସ୍ ନିଷ୍ପତ୍ତି ନିଆଯିବ। ଆସନ୍ତା ୨୫ ତାରିଖ ସୁଦ୍ଧା ବିଭିନ୍ନ ନିଯୋଗ ସେମାନଙ୍କର କାର୍ଯ୍ୟ ଖସଡ଼ା ପ୍ରସ୍ତୁତ କରି ପ୍ରଶାସନକୁ ଜଣାଇବେ। ଆଜି ମଧ୍ୟାହ୍ନରେ ମୁଖ୍ୟ ପ୍ରଶାସକ ଡାକ୍ତର କ୍ରିଷନ୍ କୁମାର ପୂଜାପଣ୍ଡା, ମହାଜନ, ପ୍ରତିହାରୀ, ସୁଆରବଡ଼ୁ, ପତ୍ରୀବଡ଼ୁ, ମେକାପ, ଖୁଣ୍ଟିଆ, ଗରାବଡ଼ୁ,ପୁଷ୍ପାଳକ, ସୁଆର ମହାସୁଆର ନିଯୋଗ ସହ ଆଲୋଚନା କରିଥିଲେ।

Leave A Reply

Your email address will not be published.