ପ୍ରମୁଖ ଖବର

ଶିଳ୍ପ ପ୍ରୋତ୍ସାହନ ସଂସ୍ଥା ‘ଇପିକଲ୍’ (IPICOL) ଏବଂ ସଂଯୁକ୍ତ ଆରବ ଏମିରେଟ୍ସ (UAE)ର ପ୍ରତିଷ୍ଠିତ ବ୍ୟବସାୟିକ ପ୍ରତିଷ୍ଠାନ ଇଣ୍ଟରନ୍ୟାସନାଲ୍ ହୋଲ୍ଡିଂ କମ୍ପାନୀ (IHC ଗ୍ରୁପ୍) ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷରିତ
ଏକ ମେଗା ସମନ୍ୱିତ ଆଲୁମିନିୟମ୍ ପ୍ରକଳ୍ପ ପାଇଁ ବୁଝାମଣା ପତ୍ର (MoU) ସ୍ୱାକ୍ଷରିତ ହେଲା
୧.୧୦ ଲକ୍ଷ କୋଟି ଟଙ୍କାର ବିପୁଳ ପୁଞ୍ଜିନିବେଶ କରାଯିବ
ଦକ୍ଷିଣ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନୀ
୩ ଓ ୪ ତାରିଖ ଦୁଇ ଦିନ ପାଇଁ ମାଲକାନଗିରି ଓ କୋରାପୁଟ କୁ ରେଡ ଆଲର୍ଟ ଜାରି
ଉତ୍ତର ପଶ୍ଚିମ ବଙ୍ଗୋପସାଗର ରେ ଲଘୁଚାପ କ୍ଷେତ୍ର ସୃଷ୍ଟି
ଦୁଇରୁ ତିନି ଦିନ ଭିତରେ ଅଧିକ ଘନୀଭୂତ ହୋଇ ସ୍ପଷ୍ଟ ଚିହ୍ନିତ ଲଘୁଚାପର ରୂପ ନେବ
କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଓଡ଼ିଶା କାର୍ଯ୍ୟକ୍ରମ ବାତିଲ
ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆସନ୍ତାକାଲି ଠାରୁ ଓଡ଼ିଶା ଆସିଥାନ୍ତେ
ପରବର୍ତ୍ତୀ ସମୟରେ ପୁଣି ଥରେ କାର୍ଯ୍ୟକ୍ରମ ସ୍ଥିର ହେବ ବୋଲି କହିଲେ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ

ଧାମରା ବନ୍ଦରରେ ଅନୁପ୍ରବେଶକାରୀଙ୍କୁ ଜଗିବ ସ୍ବତନ୍ତ୍ର ଡ୍ରୋନ୍

0

ଭଦ୍ରକ: ଭଦ୍ରକ ଜିଲ୍ଲା ମେରାଇନ ଥାନା ଧାମରାରେ ଏଥର ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଜଗିବ ସ୍ବତନ୍ତ୍ର ଡ୍ରୋନ୍। ଭଦ୍ରକ ଏସପିଙ୍କ ନିର୍ଦ୍ଦେଶକ୍ରମେ ଏହି ଡ୍ରୋନ୍ ସାମୁଦ୍ରିକ ଥାନାକୁ ଯୋଗାଇ ଦିଆଯାଇଛି। ୧୫ କିଲୋମିଟର ରେଡିଅସରେ ଅନୁପ୍ରବେଶକାରୀଙ୍କୁ ଚିହ୍ନଟ ପାଇଁ ଏହି ଡ୍ରୋନ୍ କ୍ୟାମେରା ସାହାଯ୍ୟ କରିବ । ଯାହାର ଦାମ୍ ରହିଛି ୧ କୋଟି ୩୦ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା।
ଏହାକୁ ୧ ହଜାର ମିଟର ଉଚ୍ଚତାରେ ପହଞ୍ଚିବାକୁ ପ୍ରାୟ ୧୦ ରୁ ୧୫ ମିନିଟ୍ ସମୟ ଲାଗିଥାଏ। ଦୀର୍ଘ ୨ ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ଉଡିପାରିବ ଏହି ଡ୍ରୋନ୍ କ୍ୟାମେରା। ୮ କେଜି ଓଜନ ବିଶିଷ୍ଟ ଡ୍ରୋନ୍ କ୍ୟାମେରା ରାତିରେ ୪୦୦ ମିଟର ଓ ଦିନ ସମୟରେ ପ୍ରାୟ ୧ କିଲୋମିଟର ଉଚ୍ଚତାରୁ ତୀକ୍ଷ୍ମ ଚିତ୍ର ଉତ୍ତୋଳନ କରିପାରେ।

ଉପକୂଳବର୍ତ୍ତୀ ଅଞ୍ଚଳରେ ଅନୁପ୍ରବେଶକାରୀଙ୍କ ଉପରେ ତୀକ୍ଷ୍ମ ନଜର ରଖିବ ଏହି ଡ୍ରୋନ୍। ଧାମରା ମୁହାଣରୁ ପ୍ରତ୍ୟେକ ଦିନ ସହ ସହ ଟ୍ରଲର ଓ ବୋଟ୍ ନେଇ ମତ୍ସ୍ୟଜୀବୀମାନେ ଗଭୀର ସମୁଦ୍ରକୁ ଯାଇଥାଆନ୍ତି। ଏହାର ସୁଯୋଗରେ ଅନୁପ୍ରବେଶକାରୀ ମାନେ ଗଳାବାଟ ଦେଇ ଆସିପାରନ୍ତି। ଏହି ଡ୍ରୋନ କ୍ୟାମେରାରେ ଏହା ସୂଚନା ଦେବାରେ ବଡ଼ ସହଯୋଗ ହୋଇପାରିବ।

Leave A Reply

Your email address will not be published.