ପ୍ରମୁଖ ଖବର

ଦୁର୍ନୀତି ଅଭିଯୋଗରେ ଜଳସମ୍ପଦ ବିଭାଗର ୩ ଯନ୍ତ୍ରୀ ନିଲମ୍ବିତ
ଡଲାର ତୁଳନାରେ ୫୬ ପଇସା ଖସିଲା ଟଙ୍କା
କ୍ୟୁବାରେ ୬.୧ ଓ ଫିଲିପାଇନ୍ସରେ ୮.୧ ତୀବ୍ରତାର ଭୂକମ୍ପ; ଫିଲିପାଇନ୍ସରେ ୩୨ ମୃତ, ସୁନାମି ସତର୍କତା ଜାରି
ମମତା ବାନାର୍ଜୀଙ୍କ ବାସଭବନରେ ସିଆଇଡି ଚଢ଼ାଉ
ମହାରାଷ୍ଟ୍ରର ଜଳଗାଓଁରେ ଭୟାବହ ସଡ଼କ ଦୁର୍ଘଟଣା: ୬ ମୃତ
ଶୁଭେନ୍ଦୁ ଅଧିକାରୀଙ୍କ ବଡ଼ ଘୋଷଣା: ‘ଦୀଘା ଜଗନ୍ନାଥ ଧାମ’ରୁ ହଟିବ ‘ଧାମ’ ଶବ୍ଦ
ରାଜ୍ୟ କ୍ୟାବିନେଟର ବଡ଼ ନିଷ୍ପତ୍ତି: ଗରିବ ହିତାଧିକାରୀଙ୍କ ପାଇଁ ଘର ପଞ୍ଜୀକରଣ ଖର୍ଚ୍ଚ ହ୍ରାସ

ମହାବିଦ୍ୟାଳୟକୁ ଜବରଦଖଲମୁକ୍ତ କରିବାକୁ ଜିଲ୍ଲାପାଳଙ୍କୁ କଡା ନିର୍ଦ୍ଦେଶ

0

ଭୁବନେଶ୍ବର: ରାଜ୍ୟର ସମସ୍ତ କଲେଜରୁ ହଟିବ ଜବରଦଖଲ। ସବୁ ଜିଲ୍ଲାପାଳଙ୍କୁ ମହାବିଦ୍ୟାଳୟକୁ ଜବରଦଖଲମୁକ୍ତ କରିବା ଲାଗି କଡ଼ା ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଆଜି ବିଧାନସଭାରେ ସୂଚନା ଦେଇଛନ୍ତି ଉଚ୍ଚ ଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ।

ରାଜ୍ୟର କଲେଜ ଗୁଡିକରେ ଜବର ଦଖଲ ନେଇ ମନ୍ତ୍ରୀ କହିଛନ୍ତି ଯେ, ନିକଟରେ ଭଦ୍ରକ ମହିଳା ମହାବିଦ୍ୟାଳୟରେ କେତେକ ଲୋକ ଜବରଦଖଲ କରିଥିଲେ। ଆମ ସରକାର ଆସିବା ପରେ ସେମାନଙ୍କୁ ସେଠାରୁ ଉଚ୍ଛେଦ କରାଯାଇ ମହାବିଦ୍ୟାଳୟକୁ ଜବରଦଖଲମୁକ୍ତ କରାଯାଇଛି। ଆଗକୁ ଯେପରି ଏଭଳି ପରସ୍ଥିତି ଆଉ କେଉଁ କଲେଜରେ ନ ଉପୁଜେ ସେନେଇ ସବୁ ଜିଲ୍ଲାପାଳଙ୍କୁ ମହାବିଦ୍ୟାଳୟକୁ ଜବରଦଖଲମୁକ୍ତ କରିବା ଲାଗି କଡ଼ା ନିର୍ଦ୍ଦେଶ ଦିଆଯାଇଛି।
ଶୀତ ଅଧିବେଶନର ଆଜି ଦ୍ବିତୀୟ ଦିନରେ ଗୃହକାର୍ଯ୍ୟ ସୁରୁଖୁରୁରେ ଚାଲିଛି। ସ୍କୁଲ ଓ ଗଣଶିକ୍ଷା, ଉଚ୍ଚଶିକ୍ଷା, ଶିଳ୍ପ, ଅନୁସୂଚିତ ଜାତି ଓ ଜନଜାତି, କ୍ରୀଡ଼ା ଓ ଯୁବ ବ୍ୟାପାର, ବୈଷୟିକ ଶିକ୍ଷା, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି, ସାମାଜିକ ସୁରକ୍ଷା ଭଳି ବିଭାଗର ପ୍ରଶ୍ନ କାଳ ରହିଛି। ଶୂନ୍ୟକାଳରେ ବହୁ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗକୁ ଉଠାଉଛନ୍ତି ଉଭୟ ଶାସକ ଓ ବିରୋଧୀ।

Leave A Reply

Your email address will not be published.