ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ବନ୍ଦ ହେବ ଭୁବନେଶ୍ବରରୁ ଦୁବାଇ-ସିଙ୍ଗାପୁରକୁ ବିମାନ ସେବା

0

ଭୁବନେଶ୍ବର: ଭୁବନେଶ୍ବରରୁ ଦୁବାଇ-ସିଙ୍ଗାପୁରକୁ ବିମାନ ସେବା ବନ୍ଦ। ଏହା ମାର୍ଚ୍ଚରୁ ଲାଗୁ ହେବ। ପ୍ରଭାବିତ ହେବେ ୪୦ ହଜାର ଓଡ଼ିଆ। ଭୁବନେଶ୍ବର ଆବୁଧାବି ସିଧାସଳଖ ବିମାନ ସେବା ଗତ ଡିସେମ୍ବରରୁ ବନ୍ଦ ହୋଇଯାଇଛି। ମାସେ ନପୁରୁଣୁ ଭୁବନେଶ୍ବର ବିମାନ ବନ୍ଦରରୁ ଆଉ ୨ଟି ପ୍ରମୁଖ ଆନ୍ତର୍ଜାତୀୟ ବିମାନ ସେବା ବନ୍ଦ କରିବାକୁ ଯୋଜନା ରଖିଛି। ମାର୍ଚ୍ଚ ୨୮ ପରେ ଦୁବାଇ ଓ ସିଙ୍ଗାପୁର ଭଳି ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ଭୁବନେଶ୍ବରରୁ ସିଧା ବିମାନ ସେବା ବନ୍ଦ ହୋଇଯିବ।

ମାର୍ଚ୍ଚ ୨୮ ପରେ ଏହି ୨ଟି ରୁଟ୍ ରେ ସିଧା ବିମାନ ସେବା ପାଇଁ ଇଣ୍ଡିଗୋ ଅନଲାଇନ ବୁକିଂ ବନ୍ଦ ରଖିଛି। ଏନେଇ ଉଦବେଗ ପ୍ରକାଶ କରି ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡିଛି ଓଡିଆ ସମାଜ ୟୁଏଇ ସଂଗଠନ। ବିମାନ ଚଳାଚଳ କମ୍ପାନୀ ପକ୍ଷରୁ ଏସମ୍ପର୍କରେ ନିର୍ଦ୍ଦିଷ୍ଟ ଭାବରେ କିଛି ସ୍ପଷ୍ଟ କରାଯାଉନାହିଁ। ଯାହାକୁ ନେଇ ଚିନ୍ତାପ୍ରକଟ କରି ମୁଖ୍ୟ ସଚିବଙ୍କୁ ଚିଠି ଲେଖିଲା ଓଡ଼ିଶା ସମାଜ। ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଜଣାଇବା ସହ ତୁରନ୍ତ ହସ୍ତକ୍ଷେପ ଲୋଡିଛି।

ଭୁବନେଶ୍ୱରରୁ ଦୁବାଇ ବିମାନ ସେବା ବନ୍ଦ ହେଲେ ୟୁଏଇରେ ରହୁଥିବା ୪୦ ହଜାରରୁ ଅଧିକ ଓଡିଆ ପ୍ରଭାବିତ ହେବାର ଆଶଙ୍କା ରହିଛି। ସେହିପରି ଅନ୍ୟ ଗଲ୍ଫ ଦେଶକୁ ଯିବା ଆସିବା ପାଇଁ ଦୁବାଇ- ଭୁବନେଶ୍ୱର ବିମାନ ସେବା ବେଶ ଗୁରୁତ୍ୱପୂର୍ଣ୍ଣ। ପ୍ରବାସୀ ଓଡିଆମାନେ କେବଳ ଓଡିଶା ଆସିବା ପାଇଁ ଏହି ବିମାନ ଉପରେ ନିର୍ଭର କରନ୍ତି ନାହିଁ, ବରଂ ଏହି ବିମାନ ଓଡିଶାର ପର୍ଯ୍ୟଟନ ଏବଂ ଗଲ୍ପ ଦେଶ ସହ ବାଣିଜ୍ୟିକ ସମ୍ପର୍କକୁ ମଧ୍ୟ ମଜବୁତ କରିଛି। ପୂର୍ବରୁ ୨୦୨୫ ସେପ୍ଟେମ୍ବର ମାସରେ ଦୁବାଇ- ଭୁବନେଶ୍ୱର ବିମାନ ସେବା ବନ୍ଦ କରିବାକୁ ଯୋଜନା ହୋଇଥିଲା। ତେବେ ଓଡିଶା ସରକାରଙ୍କ ହସ୍ତକ୍ଷେପ ଯୋଗୁଁ ବିମାନ ସେବା ଜାରି ରହିଥିଲା। ତେଣୁ ଏହି ବିମାନ ସେବା ପ୍ରସଙ୍ଗରେ ମଧ୍ୟ ଓଡିଆ ସମାଜ ୟୁଏଇ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ଲୋଡିଛି ।

Leave A Reply

Your email address will not be published.