ପ୍ରମୁଖ ଖବର

କତାରର ୧୦ ବିଲିୟନ ଡଲାର ନିବେଶ ନେଇ ଆଲୋଚନା, ସୀତାରମଣ-କୁୱାରୀଙ୍କ ବୈଠକ
ସେପ୍ଟେମ୍ବର ୩୦ ଓଡ଼ିଶା ବନ୍ଦ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି
କଟକରେ ଶିକ୍ଷକ ପଦୋନ୍ନତି ପ୍ରକ୍ରିୟା ଉପରେ ହାଇକୋର୍ଟଙ୍କ ରୋକ
ପାଠ୍ୟପୁସ୍ତକ ତ୍ରୁଟି ନେଇ ପିଏମଓର ହସ୍ତକ୍ଷେପ, ରାଜ୍ୟ ସରକାରଙ୍କୁ ରିପୋର୍ଟ ମାଗିଲା କେନ୍ଦ୍ର
ନୀରୁଙ୍କୁ ସୁନା, ଏସିଆନ୍ ଗେମ୍ସରେ ଇତିହାସ ରଚିଲା ଭାରତ
୫ ଦିନରେ ସରିଗଲା ୯ ଦିନିଆ ଅଧିବେଶନ, ୯୫୦ ପ୍ରଶ୍ନରୁ ମିଳିଲା ୮ଟିର ଉତ୍ତର
ସୁପ୍ରିମକୋର୍ଟକୁ ଯିବେ ଦିଲ୍ଲୀ ହାଇକୋର୍ଟ ମୁଖ୍ୟ ବିଚାରପତି, କଲେଜିୟମର ସୁପାରିସ

ହଟିବ ଡିଜେଲ ଚାଳିତ ଆମ ବସ୍ : ମନ୍ତ୍ରୀ

0

ଭୁବନେଶ୍ବର: ବନ୍ଦ ହେବ ଡିଜେଲ ଚାଳିତ ଆମ୍‌ ବସ। ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ଏକ ବଡ଼ ଘୋଷଣା କରିଛନ୍ତି। ଓଡ଼ିଶା ସରକାରଙ୍କ ‘ଆମ ବସ୍’ ସେବା ଅଧୀନରେ ଡିଜେଲ ଚାଳିତ ବସ୍‌ଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ବନ୍ଦ କରାଯିବ। ଡିଜେଲ ଚାଳିତ ‘ଆମ୍‌ ବସ୍‌’ ହଟେଇବାକୁ ସରକାର ନିଷ୍ପତ୍ତି ନେଇଥିବା ମନ୍ତ୍ରୀ କହିଛନ୍ତି।

ଏଥିସହିତ ସେଗୁଡ଼ିକୁ ସମ୍ପୂର୍ଣ୍ଣ ଭାବରେ ବୈଦ୍ୟୁତିକ ଯାନ (ଇଭି) ସହିତ ବଦଳାଇବା ପାଇଁ ଯୋଜନା ଚାଲିଥିବା ନେଇ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର ବୁଧବାର ସୂଚନା ଦେଇଛନ୍ତି। ଏସମ୍ପର୍କରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି।

ମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ସମସ୍ତ ଡିଜେଲ ବସ୍‌ଗୁଡ଼ିକୁ ପର୍ଯ୍ୟାୟକ୍ରମେ ବନ୍ଦ କରାଯିବ। ଆଗାମୀ ବର୍ଷ ଗୁଡ଼ିକରେ କେବଳ ଆମ ବସ୍ ନେଟୱାର୍କ ଅଧୀନରେ ଇଭି ଗୁଡ଼ିକ ପରିଚାଳିତ କରିବା ପାଇଁ ନୂଆ ବୈଦ୍ୟୁତିକ ବସ୍ ପ୍ରଚଳନ କରାଯିବ। ଗତକାଲି ଆମ୍ ବସ୍‌ ମହିଳାମାନେ ଚଳାଇବା ନେଇ ଘୋଷଣା ହୋଇଥିଲା।

Leave A Reply

Your email address will not be published.