ପ୍ରମୁଖ ଖବର

କମନୱେଲ୍ଡ ଗେମ୍ସରେ ଇତିହାସ ରଚିଲେ ଅସ୍ମିତା ଦେ’, ଜୁଡୋରେ ଭାରତକୁ ପ୍ରଥମ ସ୍ୱର୍ଣ୍ଣ
ଉମରକୋଟ ଆଶ୍ରମ ବିଦ୍ୟାଳୟ ଛାତ୍ରୀ ମୃତ୍ୟୁ ଘଟଣା: ପ୍ରଧାନଶିକ୍ଷକ ନିଲମ୍ବିତ
୩ ମାସ ପରେ କାଲିଠୁ ଖୋଲିବ ଭିତରକନିକା
‘ପ୍ରଶ୍ନପତ୍ର ଲିକ୍ ନୁହେଁ, ମାଲ୍‌ପ୍ରାକ୍ଟିସ୍’— ସ୍ୱାସ୍ଥ୍ୟ ବିଶ୍ୱବିଦ୍ୟାଳୟ କୁଳପତି
ହୀରାକୁଦରେ ବଢୁଛି ଜଳସ୍ତର, ଖୋଲିଲା ୨୨ ଗେଟ
ରୁଷିଆ-ୟୁକ୍ରେନ ଯୁଦ୍ଧ: ମୃତ ଭାରତୀୟଙ୍କ ପରିବାରକୁ ସହାୟତା ପାଇଁ କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ
ଦିଲ୍ଲୀରେ ଅମିତ ଶାହ ଓ ଅଶ୍ୱିନୀ ବୈଷ୍ଣବଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଇ-୨୦ ପେଟ୍ରୋଲରେ ୨–୬% କମିବ ମାଇଲେଜ୍‌, କିନ୍ତୁ ଇଞ୍ଜିନ୍‌କୁ କ୍ଷତିର ପ୍ରମାଣ ନାହିଁ

ଇ-୨୦ ପେଟ୍ରୋଲରେ ୨–୬% କମିବ ମାଇଲେଜ୍‌

0

ନୂଆଦିଲ୍ଲୀ: ୨୦ ପ୍ରତିଶତ ଇଥାନଲ୍ ମିଶ୍ରିତ ପେଟ୍ରୋଲ (ଇ-୨୦) ବ୍ୟବହାର କଲେ ଗାଡ଼ିର ମାଇଲେଜ୍‌ ୨ରୁ ୬ ପ୍ରତିଶତ ପର୍ଯ୍ୟନ୍ତ କମିପାରେ। ତେବେ ଏହା ଇଞ୍ଜିନ୍‌ର କ୍ଷତି କିମ୍ବା ଫେଲ୍‌ ହେବାର କୌଣସି ପ୍ରମାଣ ମିଳିନାହିଁ ବୋଲି ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନିତିନ ଗଡ଼କରୀ ଲୋକସଭାରେ ଲିଖିତ ଉତ୍ତରରେ ସ୍ପଷ୍ଟ କରିଛନ୍ତି।

ମନ୍ତ୍ରୀଙ୍କ କହିବା ଅନୁଯାୟୀ, ଗାଡ଼ିର ପ୍ରକାର, ମଡେଲ ଓ ବୟସ ଅନୁସାରେ ମାଇଲେଜ୍‌ରେ ୨ରୁ ୬ ପ୍ରତିଶତ ପର୍ଯ୍ୟନ୍ତ ହ୍ରାସ ଦେଖାଯାଇପାରେ। ଅଟୋମୋଟିଭ୍ ରିସର୍ଚ୍ଚ ଆସୋସିଏସନ୍ ଅଫ୍ ଇଣ୍ଡିଆ, ସୋସାଇଟି ଅଫ୍ ଇଣ୍ଡିଆନ୍ ଅଟୋମୋବାଇଲ୍ ମ୍ୟାନୁଫ୍ୟାକ୍ଚରର୍ସ ଏବଂ ଇଣ୍ଡିଆନ୍ ଅଏଲ୍ କର୍ପୋରେସନର ମିଳିତ ଅଧ୍ୟୟନରେ ଏହି ସୂଚନା ମିଳିଛି।

ତେବେ ଇ-୨୦ ପେଟ୍ରୋଲ ବ୍ୟବହାର କଲେ ଗାଡ଼ିର ଆକ୍ସିଲେରେସନ୍ ଓ ରାଇଡ୍ କ୍ୱାଲିଟିରେ ସୁଧାର ଦେଖାଯାଏ। ଏହାସହ ଇ-୧୦ ପେଟ୍ରୋଲ ତୁଳନାରେ ଇ-୨୦ରୁ ପ୍ରାୟ ୩୦ ପ୍ରତିଶତ କମ୍ କାର୍ବନ୍ ନିର୍ଗମନ ହେବାରୁ ପରିବେଶ ଉପରେ ଏହାର ସକାରାତ୍ମକ ପ୍ରଭାବ ରହିଛି। ବିଏସ୍-୩ ଏବଂ ୨୦୧୬ ପୂର୍ବରୁ ନିର୍ମିତ କିଛି ପୁରୁଣା ଗାଡ଼ିରେ ଇ-୨୦ ବ୍ୟବହାର ସମୟରେ କେବଳ କିଛି ରବର ପାର୍ଟସ୍ ଓ ଗାସ୍କେଟ୍ ବଦଳାଇବାର ଆବଶ୍ୟକତା ପଡ଼ିପାରେ, ଯାହା ସାଧାରଣ ସର୍ଭିସିଂ ବେଳେ ସହଜରେ କରାଯାଇପାରିବ। ବୈଜ୍ଞାନିକ ପ୍ରକ୍ରିୟାରେ ଲାଗୁ ହୋଇଛି ଇ-୨୦।

ନିତିନ ଗଡ଼କରୀ କହିଛନ୍ତି, ପେଟ୍ରୋଲରେ ଇଥାନଲ୍ ମିଶ୍ରଣ କାର୍ଯ୍ୟକ୍ରମକୁ ପର୍ଯ୍ୟାୟକ୍ରମେ ଏବଂ ବୈଜ୍ଞାନିକ ଭାବେ ପ୍ରମାଣିତ ପ୍ରକ୍ରିୟାରେ କାର୍ଯ୍ୟକାରୀ କରାଯାଇଛି। ଆବଶ୍ୟକ ଉତ୍ପାଦନ କ୍ଷମତା, ଭିତ୍ତିଭୂମି ଓ ନିୟାମକ ବ୍ୟବସ୍ଥା ପ୍ରସ୍ତୁତ ହେବା ପରେ ଇଥାନଲ୍ ମିଶ୍ରଣର ମାତ୍ରା ଧୀରେ ଧୀରେ ବଢ଼ାଯାଇଛି।
ଗାଡ଼ିର ଇନ୍ଧନ ପ୍ରଣାଳୀ, ଇଞ୍ଜିନ୍‌ର ସ୍ଥାୟିତ୍ୱ, ଚାଳନା କ୍ଷମତା, ସାମଗ୍ରୀର ଅନୁକୂଳତା, ନିର୍ଗମନ ଏବଂ ଗ୍ରାହକଙ୍କ ଗ୍ରହଣୀୟତାକୁ ପରୀକ୍ଷା କରିବା ପରେ ହିଁ ଇ-୨୦ ବ୍ୟବହାର ଆରମ୍ଭ କରାଯାଇଛି। ଏହି ପ୍ରକ୍ରିୟାରେ ଅଟୋମୋବାଇଲ୍ ନିର୍ମାତା, SIAM, ARAI, ତୈଳ ବିପଣନ କମ୍ପାନୀ ଏବଂ ଚିନି-ଶସ୍ୟ ଶିଳ୍ପର ପ୍ରତିନିଧିମାନେ ସାମିଲ ଥିଲେ।

ବର୍ତ୍ତମାନ ଦେଶରେ ୨୦ କୋଟିରୁ ଅଧିକ ଦୁଇଚକିଆ ଯାନ ଓ ୩ କୋଟିରୁ ଅଧିକ ପେଟ୍ରୋଲ କାର୍ କୌଣସି ବଡ଼ ସମସ୍ୟା ବିନା ଇ-୨୦ ମିଶ୍ରିତ ପେଟ୍ରୋଲରେ ଚାଲୁଛି। ନିକଟରେ ଏକ ପ୍ରମୁଖ କାର୍ ନିର୍ମାତା ୨.୮୪ କୋଟି ଗାଡ଼ି (ଯାହାରେ ୧.୫ କୋଟି ପୁରୁଣା ଗାଡ଼ି ମଧ୍ୟ ରହିଛି)ର ସର୍ଭିସିଂ ସମୟରେ ଇ-୨୦ ଯୋଗୁଁ କୌଣସି ଇଞ୍ଜିନ୍ କ୍ଷତି କିମ୍ବା କଳଙ୍କି ହେବାର ଘଟଣା ପାଇନଥିବା ଉଲ୍ଲେଖ କରିଛି। ଏହାସହ ଅଟୋମୋବାଇଲ୍ କମ୍ପାନୀମାନେ ଗାଡ଼ିର ୱାରେଣ୍ଟିକୁ ମଧ୍ୟ ପୂର୍ବପରି ଜାରି ରଖିଛନ୍ତି।

Leave A Reply

Your email address will not be published.