ପ୍ରମୁଖ ଖବର

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ, ମାର୍ଚ୍ଚ ୫ ପରେ ଘୋଷଣା ହୋଇପାରେ ତାରିଖ
ୟୁକ୍ରେନ୍‌ ଉପରେ ୩ ଦିନ ଆକ୍ରମଣ ବନ୍ଦ: ପୁଟିନଙ୍କ ନିର୍ଦ୍ଦେଶ
ଶିକ୍ଷକଙ୍କ ସମସ୍ୟା ଶୀଘ୍ର ସମାଧାନ ହେବ: ଉଚ୍ଚଶିକ୍ଷା ମନ୍ତ୍ରୀ
ଟ୍ରକ୍‌ ପଛରେ ପିଟିହେଲା କାର୍‌, ୮ ଛାତ୍ରଙ୍କ ମୃତ୍ୟୁ
ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ଭବିଷ୍ୟତ ଗଢ଼ନ୍ତି: ରାଷ୍ଟ୍ରପତି ମୁର୍ମୁ

ପଞ୍ଚାୟତ ନିର୍ବାଚନ ପାଇଁ ବାଜିଲା ବିଗୁଲ

0

ଭୁବନେଶ୍ବର: ଆସନ୍ତା ବର୍ଷ ମାର୍ଚ୍ଚ ଶେଷ ସୁଦ୍ଧା କିମ୍ବା ଏପ୍ରିଲ୍‌ ପ୍ରଥମ ସପ୍ତାହରେ ରାଜ୍ୟରେ ପଞ୍ଚାୟତ ନିର୍ବାଚନ ହୋଇପାରେ। ଏନେଇ ରାଜ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ସୂଚନା ଦେଇଛନ୍ତି। ନିର୍ବାଚନ ପାଇଁ କମିଶନ ପକ୍ଷରୁ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଥିବା ସେ କହିଛନ୍ତି। ପଞ୍ଚାୟତ ନିର୍ବାଚନ ପାଇଁ ସ୍ୱତନ୍ତ୍ର ଭୋଟର ତାଲିକା ପ୍ରସ୍ତୁତ ହେବ। ଏଥିପାଇଁ ଅକ୍ଟୋବର ୨୪ରୁ ନଭେମ୍ବର ୭ ଯାଏ ଘରକୁ ଘର ସର୍ଭେ କରାଯିବ। ସର୍ଭେ ପରେ ପ୍ରସ୍ତୁତ ହେବାକୁ ଥିବା ତାଲିକା ଉପରେ ଆପତ୍ତି ଓ ଅଭିଯୋଗ ଗ୍ରହଣ କରାଯିବ।

ସମସ୍ତ ଯାଞ୍ଚ ଓ ଆପତ୍ତି ଶୁଣାଣି ପ୍ରକ୍ରିୟା ଶେଷ ପରେ ଫେବ୍ରୁଆରୀ ଦ୍ୱିତୀୟ ସପ୍ତାହ ସୁଦ୍ଧା ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ବର୍ତ୍ତମାନ ଜନଗଣନା ପ୍ରକ୍ରିୟା ଚାଲିଥିବାରୁ ଏହା ଶେଷ ହେବା ପରେ ହିଁ ନିର୍ବାଚନ କାର୍ଯ୍ୟସୂଚୀ ଘୋଷଣା ହେବ। ତେଣୁ ମାର୍ଚ୍ଚ ୫ ପରେ ନିର୍ବାଚନ ତାରିଖ ଘୋଷଣା ହେବାର ସମ୍ଭାବନା ରହିଛି।

ବର୍ତ୍ତମାନର ପଞ୍ଚାୟତଗୁଡ଼ିକର କାର୍ଯ୍ୟକାଳ ଫେବ୍ରୁଆରୀରେ ଶେଷ ହେଉଛି। ଜନଗଣନା ପ୍ରକ୍ରିୟା ଯୋଗୁଁ ପଞ୍ଚାୟତ ନିର୍ବାଚନ ପ୍ରାୟ ମାସେ ବିଳମ୍ବ ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ, ପଞ୍ଚାୟତ ନିର୍ବାଚନ ଶେଷ ହେବାର ପ୍ରାୟ ମାସେ ପରେ ରାଜ୍ୟରେ ପୌର ନିର୍ବାଚନ କରାଯିବ ବୋଲି ରାଜ୍ୟ ନିର୍ବାଚନ କମିଶନର ସୂଚନା ଦେଇଛନ୍ତି।

Leave A Reply

Your email address will not be published.