ପ୍ରମୁଖ ଖବର

ପିକନିକ ହେଲା କାଳ: ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ
ଦେଶରେ ଆଉ ୫୦ ଲକ୍ଷ ଘରକୁ ପିଏନଜି, ଆରମ୍ଭ ହେଲା ‘ନ୍ୟାସନାଲ ପିଏନଜି ଡ୍ରାଇଭ୍‌ ୩.୦’
ଟ୍ରକ୍‌ ବନ୍ଧକ ରଖି ପୁଅକୁ ପଠାଇଲେ, କାନାଡାରେ ସ୍ୱର୍ଣ୍ଣ ଜିତିଲେ ମହେଶ
ପିୟୁସିସି ନଥିଲେ ପେଟ୍ରୋଲ-ଡିଜେଲ ମନା, ଦିଲ୍ଲୀରେ ଲାଗୁ ହେଲା କଡ଼ା ନିୟମ
୧.୦୩ କୋଟିର ଚୀନ୍ ଡ୍ରୋନ୍ ଜବତ, ୩ ଯାତ୍ରୀ ଅଟକ

ଦିଭେଗାର ସମୁଦ୍ରରେ ବୁଡି ୮ ଛାତ୍ର ମୃତ

0

ମୁମ୍ବାଇ: ମହାରାଷ୍ଟ୍ରର ରାୟଗଡ଼ ଜିଲାର ଦିଭେଗାର ସମୁଦ୍ରକୂଳରେ ଗୁରୁବାର ଏକ ହୃଦୟବିଦାରକ ଘଟଣା ଘଟିଛି। ପିକନିକ ପାଇଁ ଯାଇଥିବା ୮ ଜଣ ଛାତ୍ର ସମୁଦ୍ରରେ ବୁଡ଼ି ପ୍ରାଣ ହରାଇଛନ୍ତି। ମୃତ ଛାତ୍ରମାନେ ପୁଣେ ଜିଲାର ଆଲାଣ୍ଡି ଅଞ୍ଚଳର ବୋଲି ଜଣାପଡ଼ିଛି।

ସୂଚନା ଅନୁସାରେ, ଆଲାଣ୍ଡିର ଏକ ଘରୋଇ କୋଚିଂ କ୍ଲାସ ପକ୍ଷରୁ ଛାତ୍ରମାନଙ୍କ ପାଇଁ ପିକନିକ ଆୟୋଜନ କରାଯାଇଥିଲା। ଦିଭେଗାର ସମୁଦ୍ରକୂଳରେ ପହଞ୍ଚିବା ପରେ କିଛି ଛାତ୍ର ସମୁଦ୍ରକୁ ଯାଇଥିବା ବେଳେ ଗଭୀର ପାଣି ଓ ପ୍ରଖର ଲହରୀରେ ଫସି ଯାଇଥିବା ପ୍ରାଥମିକ ଭାବେ ଜଣାପଡ଼ିଛି। ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଲୋକ, ପର୍ଯ୍ୟଟକ ଓ ‘ମହାକାଳୀ ୱାଟର ସ୍ପୋର୍ଟସ’ କର୍ମଚାରୀଙ୍କ ସହଯୋଗରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲା। ଦୀର୍ଘ ପ୍ରୟାସ ପରେ ସମୁଦ୍ରରୁ ୮ ଜଣଙ୍କ ମୃତଦେହ ଉଦ୍ଧାର କରାଯାଇ ବୋର୍ଲି ପଞ୍ଚାଟନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଛି।

Leave A Reply

Your email address will not be published.