ପ୍ରମୁଖ ଖବର

ସାମୁଦ୍ରିକ ଭିତ୍ତିଭୂମି ବିକାଶର ନୂଆ ରୋଡମ୍ୟାପ୍ ଦେଲେ ମୁଖ୍ୟମନ୍ତ୍ରୀ
ଆଗାମୀ କିଛି ବର୍ଷରେ ଦେଶର ଅଗ୍ରଣୀ ଔଦ୍ୟୋଗିକ ହବ୍ ପାଲଟିବ ପାରାଦୀପ
ବିଶ୍ୱ ଦରବାରରେ ଓଡ଼ିଆ ଅସ୍ମିତାକୁ ସୁଦୃଢ଼ କରୁଛି ବୋଇତ ବନ୍ଦାଣ ପରମ୍ପରା
ପୀତବାସ ପଣ୍ଡାଙ୍କ ସାନଭାଇ ପୂର୍ଣ୍ଣଚନ୍ଦ୍ରଙ୍କ ପରଲୋକ
ପୂର୍ବ ଏସିଆର ଗେଟ୍‌-ୱେ ଭାବେ ଓଡ଼ିଶାର ପରିଚୟ ସୁଦୃଢ଼ ହେଉଛି
ପାନୀୟ ଜଳର ମାନ ନେଇ ବିସଲେରି ଅଡୁଆରେ, FSSAI ନେଲା କାର୍ଯ୍ୟାନୁଷ୍ଠାନ
ଆୟୁଷ୍ମାନ ଯୋଜନାରେ ଅଢ଼େଇ ବର୍ଷରେ ୨୫ ଲକ୍ଷରୁ ଅଧିକ ରୋଗୀଙ୍କୁ ଚିକିତ୍ସା
ଏସିଆରେ ତୃତୀୟ ସ୍ଥାନରେ ଭାରତ, ମୋଦିଙ୍କୁ ନେଇ ରିପୋର୍ଟରେ ଉଲ୍ଲେଖ

ବାଲିଯାତ୍ରାର ଶୁଭାରମ୍ଭ କଲେ ରାଷ୍ଟ୍ରପତି ମୁର୍ମୁ

0

ମହାନଦୀରେ ଭସାଇଲେ ବୋଇତ
କଟକ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମାରେ ଆରମ୍ଭ ହୋଇଛି କଟକର ଐତିହାସିକ ବାଲିଯାତ୍ରା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଙ୍ଗଳବାର ଏହି ମହୋତ୍ସବର ଉଦ୍‌ଘାଟନ କରିଛନ୍ତି। ପ୍ରଥମ ଥର ପାଇଁ ଦେଶର ଜଣେ ରାଷ୍ଟ୍ରପତି ବାଲିଯାତ୍ରାର ଉଦ୍‌ଘାଟନ କରିଥିବାରୁ ଏହି ଅବସର ବିଶେଷ ମହତ୍ତ୍ୱ ବହନ କରିଛି। ରାଷ୍ଟ୍ରପତି ସିଲଭର ସିଟି ବୋଟ୍‌ କ୍ଲବ୍‌ରୁ ସୁସଜ୍ଜିତ ‘କଳିଙ୍ଗ ତରଙ୍ଗିଣୀ’ ବୋଇତରେ ଯାତ୍ରା କରି ବାଲିଯାତ୍ରା ପଡ଼ିଆରେ ପହଞ୍ଚିଥିଲେ। ଗଣକବି ବୈଷ୍ଣବ ପାଣି ମଞ୍ଚରେ ମହୋତ୍ସବର ଶୁଭାରମ୍ଭ କରିବା ପରେ ମହାନଦୀରେ ନିଜେ ବୋଇତ ଭସାଇ ପ୍ରାଚୀନ ଓଡ଼ିଆ ନୌବାଣିଜ୍ୟ ପରମ୍ପରାକୁ ସ୍ମରଣ କରିଥିଲେ। ପରେ ବ୍ୟାଟେରିଚାଳିତ ଗାଡ଼ିରେ ବସି ମେଳା ପରିସର ବୁଲି ଦେଖିଥିଲେ।

ଏହି ଅବସରରେ ରାଜ୍ୟପାଳ ବ୍ରଜମୋହନ ରାମ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓ ସ୍ଥାନୀୟ ସାଂସଦଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ।
ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମେଳା ମହାନଦୀ ପଠାର ତଳ ଓ ଉପର ପଡ଼ିଆରେ ପ୍ରାୟ ୬୦ ଏକର ଅଞ୍ଚଳରେ ଆୟୋଜିତ ହୋଇଛି। ଏଠାରେ ୧୮୦୦ରୁ ଅଧିକ ଷ୍ଟଲ୍‌ ଖୋଲାଯାଇଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ ଓ କମିଶନରେଟ୍‌ ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା।

Leave A Reply

Your email address will not be published.