ପ୍ରମୁଖ ଖବର

ସାମୁଦ୍ରିକ ଭିତ୍ତିଭୂମି ବିକାଶର ନୂଆ ରୋଡମ୍ୟାପ୍ ଦେଲେ ମୁଖ୍ୟମନ୍ତ୍ରୀ
ଆଗାମୀ କିଛି ବର୍ଷରେ ଦେଶର ଅଗ୍ରଣୀ ଔଦ୍ୟୋଗିକ ହବ୍ ପାଲଟିବ ପାରାଦୀପ
ବିଶ୍ୱ ଦରବାରରେ ଓଡ଼ିଆ ଅସ୍ମିତାକୁ ସୁଦୃଢ଼ କରୁଛି ବୋଇତ ବନ୍ଦାଣ ପରମ୍ପରା
ପୀତବାସ ପଣ୍ଡାଙ୍କ ସାନଭାଇ ପୂର୍ଣ୍ଣଚନ୍ଦ୍ରଙ୍କ ପରଲୋକ
ପୂର୍ବ ଏସିଆର ଗେଟ୍‌-ୱେ ଭାବେ ଓଡ଼ିଶାର ପରିଚୟ ସୁଦୃଢ଼ ହେଉଛି
ପାନୀୟ ଜଳର ମାନ ନେଇ ବିସଲେରି ଅଡୁଆରେ, FSSAI ନେଲା କାର୍ଯ୍ୟାନୁଷ୍ଠାନ
ଆୟୁଷ୍ମାନ ଯୋଜନାରେ ଅଢ଼େଇ ବର୍ଷରେ ୨୫ ଲକ୍ଷରୁ ଅଧିକ ରୋଗୀଙ୍କୁ ଚିକିତ୍ସା
ଏସିଆରେ ତୃତୀୟ ସ୍ଥାନରେ ଭାରତ, ମୋଦିଙ୍କୁ ନେଇ ରିପୋର୍ଟରେ ଉଲ୍ଲେଖ

୬ ବର୍ଷ ପରେ ପୁଣି ଏକାଠି ବିଜେପି-ଅକାଳୀ ଦଳ

0

ପ୍ଞ୍ଜାବ: ପଞ୍ଜାବ ରାଜନୀତିରେ ନୂଆ ସମୀକରଣ। ୨୦୨୭ ବିଧାନସଭା ନିର୍ବାଚନ ପାଇଁ ପୁଣି ଏକାଠି ହୋଇଛନ୍ତି ବିଜେପି ଓ ଶିରୋମଣି ଅକାଳୀ ଦଳ। ଦୀର୍ଘ ୬ ବର୍ଷର ବ୍ୟବଧାନ ପରେ ଦୁଇ ଦଳ ମଧ୍ୟରେ ମେଣ୍ଟ ଘୋଷଣା ହୋଇଛି। ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଏହି ଘୋଷଣା କରିଛନ୍ତି। ୨୦୨୦ରେ କେନ୍ଦ୍ର ସରକାରଙ୍କ ବିବାଦୀୟ କୃଷି ଆଇନକୁ ବିରୋଧ କରି ଅକାଳୀ ଦଳ ଏନ୍‌ଡିଏରୁ ଓହରି ଯାଇଥିଲା। ଏବେ ପୁଣି ଦୁଇ ଦଳ ଏକାଠି ହୋଇ ନିର୍ବାଚନୀ ମଇଦାନକୁ ଓହ୍ଲାଇବେ।

ଅମିତ ଶାହ କହିଛନ୍ତି, ଏହି ମେଣ୍ଟ ହିନ୍ଦୁ-ଶିଖ୍‌ ଭାଇଚାରାର ପ୍ରତୀକ। ଅକାଳୀ ଦଳର ପୁନଃ ଯୋଗଦାନ ପରେ ଏନ୍‌ଡିଏ ପରିପୂର୍ଣ୍ଣ ହୋଇଛି। ଏନ୍‌ଡିଏର ସବୁଠାରୁ ପୁରୁଣା ସହଯୋଗୀ ଦଳ ସହ ମିଶି ପଞ୍ଜାବ ନିର୍ବାଚନ ଲଢ଼ିବୁ। ଏଥିସହ ପଞ୍ଜାବକୁ ନିଶାମୁକ୍ତ କରିବା ଦିଗରେ ଉଭୟ ଦଳ ମିଳିତ ଭାବେ କାମ କରିବେ ବୋଲି ସେ କହିଛନ୍ତି। ଏହି ଘୋଷଣା ସମୟରେ ପଞ୍ଜାବ ବିଜେପି ସଭାପତି କେୱଲ ସିଂହ ଢିଲୋନ, ପୂର୍ବତନ ରାଜ୍ୟ ସଭାପତି ସୁନୀଲ ଜାଖଡ଼ ଏବଂ ଅକାଳୀ ନେତା ବଲବିନ୍ଦର ସିଂହ ଭୂନ୍ଦର ଉପସ୍ଥିତ ଥିଲେ।

Leave A Reply

Your email address will not be published.