ପ୍ରମୁଖ ଖବର

ଉଚ୍ଚଶିକ୍ଷାରୁ ମୁହଁ ଫେରାଉଛନ୍ତି ଛାତ୍ରଛାତ୍ରୀ, ୩ ବର୍ଷରେ ୧୭ ହଜାରରୁ ଅଧିକ ଡ୍ରପ୍‌ଆଉଟ୍‌
ସାମ୍ବାଦିକଙ୍କ ପାଇଁ ଖୋଲିଲା ‘ଶୀଶ ମହଲ’, ୫୮ କୋଟି ଖର୍ଚ୍ଚର ହିସାବ ଦେଲେ ମନ୍ତ୍ରୀ
ବାଲିଯାତ୍ରାରେ ଅଘଟଣ: ଆଜି ବନ୍ଦ ରହିବ ସମସ୍ତ ଦୋଳି
ଲୋକସଭା ଆସନ ୫୦% ବୃଦ୍ଧି ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି

ଇଟାଲୀରେ ବୁର୍ଖା, ନକାବ ପିନ୍ଧିବା ଉପରେ ରୋକ୍

0

ନ୍ୟୁଜ୍ ବ୍ୟୁରୋ: ୟୁରୋପରେ ମୁହଁ ଢାଙ୍କୁଥିବା ପୋଷାକକୁ ନେଇ ବିଭିନ୍ନ ଦେଶରେ ଚର୍ଚ୍ଚା ଚାଲିଥିବାବେଳେ ଇଟାଲୀ ସରକାର ଏ ଦିଗରେ କଠୋର ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ସରକାର ଶିକ୍ଷା ବ୍ୟବସ୍ଥାରେ ଆଣିଥିବା ନୂଆ ନିୟମକୁ ଅନ୍ତିମ ଅନୁମୋଦନ ମିଳିଛି। ଏହା ଅନୁସାରେ ଦେଶର ସମସ୍ତ ସ୍କୁଲ ଓ ଶିକ୍ଷାନୁଷ୍ଠାନରେ ବୁର୍ଖା, ନକାବ ଭଳି ମୁହଁ ସମ୍ପୂର୍ଣ୍ଣ ଢାଙ୍କୁଥିବା ପୋଷାକ ପିନ୍ଧିବା ଉପରେ କଟକଣା ଲାଗିବ। ଶିକ୍ଷାନୁଷ୍ଠାନରେ ସୁରକ୍ଷା ବ୍ୟବସ୍ଥା ସୁଦୃଢ଼ କରିବା ଏବଂ ଛାତ୍ରୀଙ୍କ ପରିଚୟ ସହଜରେ ଜାଣିବା ଲାଗି ଏହି ନିୟମ କରାଯାଇଥିବା ସରକାର କହିଛନ୍ତି। ନିୟମ ଭାଙ୍ଗିଲେ ଅଭିଭାବକ କିମ୍ବା ନାବାଳିକା ଛାତ୍ରୀଙ୍କୁ ସର୍ବାଧିକ ୧,୦୦୦ ୟୁରୋ ଜରିମାନା ହୋଇପାରେ।

ସେହିପରି ନୂଆ ଶିକ୍ଷା ନିୟମରେ ସ୍କୁଲର ପ୍ରଥମ ବର୍ଷ ଶ୍ରେଣୀଗୃହରେ ବିଦେଶୀ ମୂଳର ଛାତ୍ରଛାତ୍ରୀଙ୍କ ଅନୁପାତ ୩୦ ପ୍ରତିଶତରୁ ଅଧିକ ନହେବା ପାଇଁ ସୀମା ଧାର୍ଯ୍ୟ ହୋଇଛି। ଶ୍ରେଣୀଗୃହରେ ସନ୍ତୁଳନ ରକ୍ଷା, ସାମାଜିକ ସମନ୍ୱୟ ବଢ଼ାଇବା ଏବଂ ଇଟାଲୀୟ ଭାଷାର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଏହି ନିଷ୍ପତ୍ତିର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

Leave A Reply

Your email address will not be published.